posion
ଜ୍ୱାଲାମୁଖୀ : ପାରିବାରିକ କଳହର କରୁଣ ପରିଣତି । ମଦ ପିଇବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଦ୍ୱାରା ମହିଳା ଜଣକ ରାଗରେ ବାପ ଘରକୁ ଚାଲିଯାଇଥିଲେ । ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହିମାଚଳ ପ୍ରଦେଶର କାଗଡ଼ା ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି ।
କାଗଡ଼ା ଜିଲ୍ଲା ଜ୍ୱାଲାମୁଖୀର ଲଗତି ପଞ୍ଚାୟତରେ ୩୧ ବର୍ଷୀୟ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏବେ ତାଙ୍କ ସ୍ଥିତି ଗମ୍ଭୀର ଥିବା ଯାଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ୟକ୍ତି ଜଣକ ସରକାରୀ ବିଭାଗରେ ଚାକିରି କରନ୍ତି, ଯେଉଁଠି ପ୍ରତିଦିନ ତାଙ୍କୁ ନାଇଟ୍ ଡ୍ୟୁଟି କରିବାକୁ ପଡ଼େ । ଫଳରେ ଯୁବକ ଜଣକ ନାଇଟ୍ ଡ୍ୟୁଟି ସାରି ପ୍ରତିଦିନ ମଦ ପଇ ଘରକୁ ଫେରୁଥିଲେ, ଆଉ ସେଥିପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।
ଘଟଣା ଦିନ ମଧ୍ୟ ଯୁବକ ଜଣକ ମଦ ପିଇ ଘରକୁ ଫେରିଥିଲେ ଓ ସ୍ତ୍ରୀଙ୍କ ସହ ଇ ଝଗଡ଼ା ହୋଇଥିଲା । ମଦ୍ୟପ ସ୍ୱାମୀର ଏପରି କାମରେ ଅତିଷ୍ଠ ହୋଇ ସ୍ତ୍ରୀ ନିଜ ପରିବାର ଲୋକଙ୍କୁ ଏସମ୍ପର୍କରେ ସୁୂଚନା ଦେଇଥିଲେ । ଫଳରେ ପରିବାର ଲୋକ ଆସି ମହିଳାଙ୍କୁ ଘରକୁ ନେଇଯାଇଥିଲେ । ତେବେ ଯୁବକ ଜଣକ ଏସବୁ ଜାଣିବା ପରେ ବିଷ ଖାଇ ଦେଇଥିଲେ । ପଡ଼େଶୀ ଘର ଲୋକ ଜାଣିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତ କରିଛନ୍ତି । ଏବେ ଯୁବକଙ୍କ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ବଡ଼ ମେଡିକାଲକୁ ରେଫର କରାଯାଇଛି । ପୋଲିସ ମାମଲାର ଛାନଭିନ୍ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/posion_1623833488.jpg)