Advertisment

"ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ"

ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ। ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dharmendra

Advertisment

ନୂଆଦିଲ୍ଲୀ: ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ। ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ଚାଷୀଙ୍କୁ ଅଷ୍ଟମ କିସ୍ତି ପିଏମ୍ କିଷାନ ଯୋଜନାର ଅର୍ଥ ମିଳିବା ଅବସରରେ ଟ୍ୱିଟ୍‌ କରି ଚାଷୀଙ୍କ ହିତ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ୧୦୩ ଚାଷୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ କେବଳ ସପ୍ତମ କିସ୍ତିରେ ୨୪ ଲକ୍ଷ ୭୦ ହଜାର ୬୭୧ ଚାଷୀ ମୋଟ ୪୯୪.୧୩ କୋଟି ଟଙ୍କାର ସହାୟତା ରାଶି ପାଇଥିଲେ। ଏ ନେଇ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଜୀଙ୍କୁ ଚିଠି ଲେଖିବା ପରେ ଅଷ୍ଟମ କିସ୍ତିରେ ୨୭ ଲକ୍ଷ ୮୩ ହଜାର ୨୦୯ ଚାଷୀ ଲାଭ ପାଇଛନ୍ତି। ଯାହା ସପ୍ତମ କିସ୍ତିରୁ ୩,୧୨,୫୩୮ ଅଧିକ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Advertisment

ତେବେ ଅକ୍ଷୟ ତୃତୀୟା ଅବସରରେ ସାଢ଼େ ୯ କୋଟି ଚାଷୀଙ୍କ ପରିବାରକୁ ଆଜି  ଅଷ୍ଟମ କିସ୍ତିର ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଟ୍ ୧୯ ହଜାର କୋଟି ଟଙ୍କା ଚାଷୀଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ପଠା ଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କିଛି କୃଷକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଭର୍ଚୁଆଲ୍‌ ଯୋଗେ ସାମିଲ ହୋଇଥିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

ସେପଟେ, ଭାରତ ସାହସ ହରାଇବା ଭଳି ଦେଶ ନୁହେଁ। ଭାରତୀୟମାନେ ମଧ୍ୟ କେବେ ବି ନିଜର ସାହସ ହରାଇନାହାନ୍ତି। ଆମେ କରୋନା ବିରୋଧରେ ଲଢିବା ଏବଂ ଜିତିବା। ଆଜି ଚାଷୀଙ୍କୁ ସମ୍ବୋଧନ ବେଳେ ଏଭଳି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ସାରା ଦେଶ କୋଭିଡ୍ ଚାଲେଞ୍ଜର ମୁକାବିଲା ଲାଗି ଏକଜୁଟ୍ ହୋଇଛି। ଦେଶରେ ଜରୁରୀ ଔଷଧର ଉତ୍ପାଦନ ବୃଦ୍ଧି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ବିଦେଶରୁ ମଧ୍ୟ ଔଷଧ ଏବଂ ଅନ୍ୟ ସାମଗ୍ରୀ ମଗାଯାଉଛି। ଏହି ସଙ୍କଟ ସମୟରେ କିଛି ଅସାଧୁ ଲୋକ କଳାବାଜାରୀ କରୁଛନ୍ତି। ଏଭଳିି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟଗୁଡିକୁ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ମୋଦି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ