modi
ନୂଆଦିଲ୍ଲୀ : ଭାରତରେ ଷ୍ଟାର୍ଟ-ଅପ ବ୍ୟବସାୟ ପାଇଁ ଉତ୍ତମ ପରିବେଶ ଅଛି । ତେଣୁ ଏଠାକୁ ଆସି ନିବେଶ କରିବାକୁ ବିଶ୍ୱକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଇଭାଟେକ୍ ସମ୍ମିଳନୀର ପଞ୍ଚମ ସଂସ୍କରଣରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଧନ ଦେଇ ମୋଦି ଏହା କହିଛନ୍ତି । ମୋଦି ସାରା ବିଶ୍ୱକୁ ବାର୍ତା ଦେଇଛନ୍ତି ଯେ ଭାରତରେ ନିବେଶ ପାଇଁ ୫ଟି ଆଧାର ରହିଛି । ପ୍ରତିଭା, ବଜାର, ପୁଞ୍ଜି, ପରିବେଶ ଏବଂ ଉଦାରତା । ଏହି ୫ଟି ମଜଭୁତ ସ୍ତମ୍ଭ ଆଧାରରେ ଭାରତରେ ପୁଞ୍ଜି ନିବେଶ ପାଇଁ ମୋଦି ଆମନ୍ତ୍ରଣ କରିଛନ୍ତି ।
ଭାରତରେ ଷ୍ଟାର୍ଟଅପ୍ ସଂସ୍କୃତି ବିଶ୍ୱ ସହିତ ତୁଳନାତ୍ମକ । ସାରା ବିଶ୍ୱରେ କୋଭିଡ ମହାମାରୀ ଯୋଗୁ ପାରମ୍ପରିକ ପ୍ରକ୍ରିୟାରେ ନିବେଶ ପ୍ରଭାବିତ ହୋଇଛି । ତେଣୁ ଏବେ ଅଭିନବ ପ୍ରକ୍ରିୟାରେ ଆମକୁ ନିବେଶ କରିବାକୁ ପଡିବ । ଭାରତ ଅଭିନବୀକରଣର ପ୍ରକୃତ ପରିବେଶ ଯୋଗାଇପାରିବ ବୋଲି ମୋଦି କହିଛନ୍ତି । ମହାମାରୀ ସମୟରେ ଭାରତରେ ଥିବା ଆଧାର ପାଇଁ ଲୋକଙ୍କୁ ଠିକ୍ ସମୟରେ ସାହାଯ୍ୟ କରାଯାଇପାରିଲା । ଘରେ ଘରେ ଲୋକଙ୍କୁ ମାଗଣା ରାସନ, ରନ୍ଧନ ପାଇଁ ଇନ୍ଧନ ଦିଆଯାଇଥିଲା।
ଭାରତରେ କୋଭିଡର ଦୁଇଟି ଟିକା ପ୍ରସ୍ତୁତ କରାଯାଇଛି, ଆଉ କିଛି ଟିକା ପ୍ରସ୍ତୁତ କରାଯାଇ ପରୀକ୍ଷା କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ପାଞ୍ଚଟି ସ୍ତମ୍ଭକୁ ଆଧାର କରି ମୁଁ ବିଶ୍ୱକୁ ଭାରତରେ ନିବେଶ କରିବାକୁ ନିମନ୍ତ୍ରଣ କରୁଛି । ଷ୍ଟାର୍ଟଅପରେ ସ୍ୱାସ୍ଥ୍ୟ ସେବା, ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା, କୃଷି, ଶିକ୍ଷାଦାନ-ତାଲିମର ନୂତନ ପଦ୍ଧତି କ୍ଷେତ୍ରରେ ସମ୍ଭାବନାଗୁଡିକ ଅନୁସନ୍ଧାନ କରିବାକୁ ପଡିବ । ସେହିପରି ଭାରତର ଟେକ୍ନୋଲୋଜି କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଟେକ୍ନୋଲୋଜି ଏବଂ ଷ୍ଟାର୍ଟଅପ୍ ଦୁନିଆରେ ଭାରତ ବହୁ ଆଗକୁ ବଢ଼ୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-1_1623912914.jpg)