sonu sood
ମୁମ୍ବାଇ: କରୋନା ମହାମାରୀ ସମୟରେ ଗରିବ, ଅସହାୟ ପରିବାରକୁ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ଅଭିନେତା ସୋନୁ ସୁଦଙ୍କୁ ନେଇ ପୁଣି ଚର୍ଚ୍ଚା। ତାଙ୍କ ଯୋଗୁ ୨୨ ଜଣ କରୋନା ରୋଗୀଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡ଼ିଛି। ସେ ଖାଲି ରିଲ ଲାଇଫରେ ହିରୋ ନୁହନ୍ତି ବରଂ ରିୟଲ ଲାଇଫରେ ମଧ୍ୟ ହିରୋ। ବେଙ୍ଗାଲୁରୁ ସ୍ଥିତ ଏଆରଏକେ ହସ୍ପିଟାଲରେ ଅକ୍ସିଜେନ ଯୋଗାଇବା ଲାଗି ସୋନୁ ଓ ତାଙ୍କ ଟିମ ସଦସ୍ୟ ମଙ୍ଗଳବାର ସାରାରାତି ଅକ୍ସିଜେନ ଯୋଗାଡ଼ କରିବା କାର୍ଯ୍ୟରେ ଲାଗି ପଡ଼ିଥିଲେ।
ସୂଚନା ଅନୁସାରେ, ଅକ୍ସିଜେନ ସିଲିଣ୍ଡରର ଅଭାବ ଯୋଗୁ ୨୨ ଜଣଙ୍କ ଜୀବନ ରିସ୍କରେ ଥିଲା ବୋଲି ଅଭିଯୋଗ ହୋଇଛି।ଏଆରଏକେ ହସ୍ପିଟାଲର ପରିସ୍ଥିତିକୁ ନେଇ ମଙ୍ଗଳବାର ଦିନ ସୋନୁ ସୁଦଙ୍କ ଚାରିଟି ଫାଉଣ୍ଡେସନର ଜଣେ ଟିମ ସଦସ୍ୟଙ୍କ ନିକଟକୁ Yelahanka Old Townର ଇନ୍ସପେକ୍ଟର ଏମଆର ସତ୍ୟନାରାୟଣ ଫୋନ କରିଥିଲେ। ଅକ୍ସିଜେନ ଅଭାବରୁ ହସ୍ପିଟାଲର ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।
ଏହାପରେ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରିବା ଲାଗି ସୋନୁ ସୁଦ ଓ ତାଙ୍କ ଟିମ ସାରାରାତି ଏହି କାର୍ଯ୍ୟରେ ଲାଗି ପଡ଼ିଥିଲେ। ସାହାଯ୍ୟ ପାଇଁ ସେମାନେ ସମସ୍ତଙ୍କ ସହ ଯୋଗାଯୋଗ କରିଥିଲେ। ଶେଷରେ କିଛି ଘଣ୍ଟା ମଧ୍ୟରେ ସୋନୁ ସୁଦଙ୍କ ଟିମ ୧୫ରୁ ଅଧିକ ସିଲିଣ୍ଡର ଯୋଗାଡ଼ କରିବାରେ ସଫଳ ହୋଇଥିଲେ। ଏଥିରେ ପୋଲିସ ମଧ୍ୟ ସହାୟତା କରିଥିଲା। ଯେତେବେଳେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ମିଳିନଥିଲେ, ଏହି ସମୟରେ ପୋଲିସ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିଲେ। ଶେଷରେ ୨୨ ଜଣଙ୍କ ଜୀବନ ବଞ୍ଚି ଯାଇଥିଲା.
ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sonu-sood-1_1620202968.jpg)