Advertisment

ହଠାତ୍‌ ପାର୍କିଂ ସ୍ଥଳରେ ସୃଷ୍ଟି ହେଲା ବିରାଟକାୟ ଗର୍ତ୍ତ, ଗୋଟିଏ ପରେ ଗୋଟିଏ ଗାଡ଼ି ଗର୍ତ୍ତ ଭିତରେ ପଶିଗଲା

ଇସ୍ରାଏଲ: ପାର୍କିଂ ସ୍ଥଳରେ ରଖା ଯାଇଥିଲା କାର୍‌। ହଠାତ୍‌ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇ ଗୋଟିଏ ପରେ ଗୋଟିଏ ଗାଡ଼ି ଗର୍ତ୍ତରେ ଭିତରେ ପଶିଗଲା। କେହି କିଛି ବୁଝିବା ଆଗରୁ ମାତ୍ର କିଛି ସେକେଣ୍ଡରେ ୩ଟି ଗାଡ଼ି ଗର୍ତ୍ତରେ ଭିତରେ ପଶି…

ଅଦ୍ୟତନ ହୋଇଛି
ହଠାତ୍‌ ପାର୍କିଂ ସ୍ଥଳରେ ସୃଷ୍ଟି ହେଲା ବିରାଟକାୟ ଗର୍ତ୍ତ, ଗୋଟିଏ ପରେ ଗୋଟିଏ ଗାଡ଼ି ଗର୍ତ୍ତ ଭିତରେ ପଶିଗଲା

sinkhole swallows

Advertisment

ଇସ୍ରାଏଲ: ପାର୍କିଂ ସ୍ଥଳରେ ରଖା ଯାଇଥିଲା କାର୍‌। ହଠାତ୍‌ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇ ଗୋଟିଏ ପରେ ଗୋଟିଏ ଗାଡ଼ି ଗର୍ତ୍ତରେ ଭିତରେ ପଶିଗଲା। କେହି କିଛି ବୁଝିବା ଆଗରୁ ମାତ୍ର କିଛି ସେକେଣ୍ଡରେ ୩ଟି ଗାଡ଼ି ଗର୍ତ୍ତରେ ଭିତରେ ପଶି ଯାଇଥିଲା। ଜେରୁଜେଲମ୍‌ର ସାରେ ଜେଡେକେ ମେଡିକାଲ୍‌ ସେଣ୍ଟର(Shaare Zedek Medical Center) ପାର୍କିଂ ସ୍ଥଳରେ ଏହି ଅଘଟଣ ଘଟିଥିଲା। ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ଏହାର ଫଟୋ ଓ ଭିଡିଓରୁ ଜଣାପଡ଼ୁଛି, ପାର୍କିଂ ଲଟ୍‌ରେ ହଠାତ୍‌ ଏହି ବିରାଟକାୟ ଗର୍ତ୍ତ ସୃଷ୍ଟି ହେବା ଯୋଗୁ ଗୋଟିଏ ପରେ ଗୋଟିଏ ଗାଡ଼ି ଗର୍ତ୍ତରେ ଭିତରେ ପଶି ଯାଇଥିଲା । ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସୌଭାଗ୍ୟବଶତଃ, ଏଥିରେ କେହି ମୃତାହତ ହୋଇ ନାହାନ୍ତି।

Advertisment

The Times of Israelର ରିପୋର୍ଟ ଅନୁସାରେ, ସୃଷ୍ଟି ହୋଇଥିବା ଏହି ବିରାଟକାୟ ଗର୍ତ୍ତ ନିକଟରେ ଏକ ସୁଡ଼ଙ୍ଗ ନିର୍ମାଣ ଚାଲିଥିଲା। ଯାହା ହସ୍ପିଟାଲ୍‌ ଓ ପାର୍କିଂ ଲଟ୍‌ ସହ ସଂଯୋଗ ହୋଇଥିଲା। କୁହାଯାଉଛି ଯେ, ସୁଡ଼ଙ୍ଗ ଆଂଶିକ ଭାବେ ଭାଙ୍ଗି ଯିବା ଫଳରେ ହଠାତ୍‌  ଏହି ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଥିଲା।

Advertisment

ଖବରପାଇ, ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସୌଭାଗ୍ୟବଶତଃ, ଏଥିରେ କେହି ମୃତାହତ ହୋଇ ନାହାନ୍ତି। ପାର୍କିଂ ସ୍ଥଳରେ କେବଳ ଗାଡ଼ି ଗୁଡ଼ିକ ହିଁ ପାର୍କିଂ କରାଯାଇଥିଲା ଓ ଗାଡ଼ି ଭିତରେ କେହିବି ନଥିଲେ। ଘଟଣାପରେ ପୋଲିସ୍‌ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ଉଦ୍ଧାର କାର୍ଯ୍ୟ କରିଥିଲା।

ସୂଚନାଥାଉ କି, ଏହାପୂର୍ବରୁ ମେକ୍ସିକୋର ପୁଏବ୍ଲା ରାଜ୍ୟରେ ଏଭଳି ଏକ ଅଘଟଣ ଘଟିଥିଲା। ୬୦ ମିଟର ପର୍ଯ୍ୟନ୍ତ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଥିଲା। କୁହାଯାଉଛି, ଏହି ଗର୍ତ୍ତର ଗଭୀରତା ୨୦ ମିଟର ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ