Advertisment

ଦାଗୀ ନେତାଙ୍କ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଦାଗୀ ନେତା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କ ବିରୋଧରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଦୋଷୀ ଜନପ୍ରତିନିଧି ନିର୍ବାଚନ ଲଢିବା ଉପରେ ଅାଜୀବନ ବାସନ୍ଦ ଲଗାଇବା ପ୍ରସଙ୍ଗରେ ହୋଇଥିବା ଅାବେଦନର ଶୁଣାଣି କରି ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଅଦାଲତ ପଚାରିଥିଲେ ଯେ, ଅପରାଧିକ ମାମଲାରେ ଜଡିତ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଶୁଣାଣି ପାଇଁ ସରକାର ବର୍ତ୍ତମାନ ସୁଦ୍ଧା […]

ଦାଗୀ ନେତାଙ୍କ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

sc-1-up

Advertisment

ନୂଆଦିଲ୍ଲୀ : ଦାଗୀ ନେତା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କ ବିରୋଧରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଦୋଷୀ ଜନପ୍ରତିନିଧି ନିର୍ବାଚନ ଲଢିବା ଉପରେ ଅାଜୀବନ ବାସନ୍ଦ ଲଗାଇବା ପ୍ରସଙ୍ଗରେ ହୋଇଥିବା ଅାବେଦନର ଶୁଣାଣି କରି ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

Advertisment

ଅଦାଲତ ପଚାରିଥିଲେ ଯେ, ଅପରାଧିକ ମାମଲାରେ ଜଡିତ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଶୁଣାଣି ପାଇଁ ସରକାର ବର୍ତ୍ତମାନ ସୁଦ୍ଧା କେତେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିଛନ୍ତି । ସେଥିମଧ୍ୟରୁ କେତେ ସେସନନ୍ସ କୋର୍ଟ ? କେତେ ଗୋଟି ମାଜିଷ୍ଟ୍ରେଟ୍ କୋର୍ଟ? ସେମାନଙ୍କର କ୍ଷେତ୍ର ଅଧିକାର କଣ ରହିଛି ? ପ୍ରତି କୋର୍ଟରେ କେତେଗୋଟି ମାମଲା ସ୍ଥାନାନ୍ତର ହୋଇଛି ? ଏମାନଙ୍କ ମଧ୍ୟରୁ କେତେ ମାମଲା ଚାଲୁ ରହିଛି ? କେତେଗୋଟି ମାମଲାର ଶୁଣାଣି ସରିଛି?

ତେବେ ଦାଗୀ ନେତାଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ପ୍ରଦାନ କରିନାହାନ୍ତି କେନ୍ଦ୍ର ସରକାର।  ଏହାକୁ ନେଇ କେନ୍ଦ୍ରକୁ କଡା ଭତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

Advertisment

ଅନ୍ୟପଟେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୧ ରାଜ୍ୟରେ ୧୨ଟି ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ହୋଇଛି । ଦିଲ୍ଲୀରେ ୨ଟି ଫାଷ୍ଟଟ୍ରାକ୍ କୋର୍ଟ ସହ ଅାନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ତାମିଲନାଡୁ, ୟୁପି, ମହାରାଷ୍ଟ୍ର, ପଶ୍ଚିମବଂଗ ଏବଂ ମଧ୍ୟ ପ୍ରଦେଶରେ ଗୋଟିଏ ଲେଖାଏଁ ଲେଖାଏଁ ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ହୋଇଛି। ଏହି କୋର୍ଟରେ କେବଳ ଦାଗୀ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଶୁଣାଣି ହେବ।  ତେବେ ଦାଗୀ ନେତାଙ୍କୁ ନେଇ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ