gold biscuits
ନୂଆଦିଲ୍ଲୀ: ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ଏକ ବଡ଼ ସଫଳତା ମିଳିଛି। ମଣିପୁରର ଇମ୍ଫାଲରୁ ୪୩ କିଲୋରୁ ଅଧିକ ସୁନା ବିସ୍କୁଟ ଜବତ କରାଯାଇଛି। ଯାହାର ମୂଲ୍ୟ ୨୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଖବରପାଇ ଅଧିକାରୀମାନେ ମଙ୍ଗଳବାର ଇମ୍ଫାଲ ସହରରେ ଏକ କାର୍କୁ ଅଟକାଇଥିଲେ। ଏହି ସମୟରେ କାର୍ରେ ୨ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ। ସେମାନଙ୍କୁ ପଚରାଉଚରା ଓ କାର୍ ସର୍ଚ୍ଚ କରାଯିବା ପରେ କାର୍ରୁ ଏତେ ପରିମାଣରେ ସୁନା ବିସ୍କୁଟ ଜବତ କରାଯାଇଥିଲା। ଯେମିତି ଧରା ନପଡ଼ନ୍ତି, ସେଭଳି ଅଭିନବ ଉପାୟରେ କାର୍ ଭିତରେ ଏଗୁଡ଼ିକୁ ଲୁଚା ଯାଇଥିଲା।
ପ୍ରାୟ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ୨୬୦ଟି ସୁନା ବିସ୍କୁଟ ମିଳିଥିଲା। ଏଗୁଡ଼ିକ ବିଦେଶରେ ନିର୍ମିତ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା, ଯେଉଁ କାର୍ରୁ ଏତେ ପରିମାଣର ସୁନା ବିସ୍କୁଟ ମିଳିଛି ସେହି କାର୍କୁ ପୂର୍ବରୁ ସ୍ମଗଲିଂ ପାଇଁ ବ୍ୟବହାର କରାଯାଉଥିଲା ବୋଲି ଅଧିକାରୀମାନ କହିଛନ୍ତି।
ଲକ୍ଡାଉନ୍ର ଫାଇଦା ଉଠାଇ ସ୍ମଗ୍ଲର୍ମାନେ ମଣିପୁର, ମିଆଁମାର ସୀମାରେ ସୁନା ଚୋରା ଚାଲାଣ ଜାରି ରଖିଥିବା ସୂଚନା ମିଳିଛି। ଗତ ୩ ମାସରେ ଗୌହାଟି ଜୋନାଲ ୟୁନିଟ୍ ମିଆଁମାର ସେକ୍ଟରରୁ ୬୭ କିଲୋରୁ ଅଧିକ ସୁନା ଜବତ କରାଯାଇଛି। ଯାହାର ଦାମ୍ ୩୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଜବତ ସୁନା ମଧ୍ୟରୁ କେବଳ ଜୁନ୍ରେ ୫୫ କିଲୋ ସୁନା ଜବତ କରାଯାଇଛି। ଭାରତ-ମିଆଁମାର ସୀମା ଦେଇ ସୁନା ସ୍ମଗଲିଂ ହେଉଥିବା ଅଧିକାରୀମାନେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gold-biscuits_1623990736.jpg)