Advertisment

କରୋନା ରୋଗୀଙ୍କ ଯତ୍ନ ନେବ ରୋବୋଟ୍

ମୁମ୍ବାଇ: କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶା। ଏଣିକି କରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ ରୋବୋଟ୍। ଖାଇବା ପିଇବା ଓ ମେଡିସିନ୍ ଯୋଗାଇବା ସହ ରୋଗୀଙ୍କ ଅବସାଦ ମଧ୍ୟ ଦୂର କରିବାରେ ରୋବୋଟ୍ ସହାୟକ ହେବ। ସେହିପରି ରୋଗୀଙ୍କୁ ଆମ୍ବୁଲାନ୍ସରୁ…

କରୋନା ରୋଗୀଙ୍କ ଯତ୍ନ ନେବ ରୋବୋଟ୍

patient

Advertisment

ମୁମ୍ବାଇ: କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶା। ଏଣିକି କରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ ରୋବୋଟ୍। ଖାଇବା ପିଇବା ଓ ମେଡିସିନ୍ ଯୋଗାଇବା ସହ ରୋଗୀଙ୍କ ଅବସାଦ ମଧ୍ୟ ଦୂର କରିବାରେ ରୋବୋଟ୍ ସହାୟକ ହେବ। ସେହିପରି ରୋଗୀଙ୍କୁ ଆମ୍ବୁଲାନ୍ସରୁ ମେଡିକାଲ ସ୍ଥାନାନ୍ତର ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିବ ରୋବୋଟ୍ । ଏଭଳି ୩ଟି ପ୍ରକାରର ରୋବୋଟ୍ ଉଦ୍ଭାବନ କରିଛନ୍ତି ମୁମ୍ବାଇର ଜଣେ ଯୁବକ।

Advertisment

ମୁମ୍ବାଇର ସନ୍ତୋଷ ହୁଲାଓ୍ୱାଲେ ନାମକ ଜଣେ ଯୁବକ ୩ଟି ଡିଜାଇନ୍‌ର ରୋବୋଟ୍ ନିର୍ମାଣ କରିଛନ୍ତି। ଏହି ରୋବୋଟ୍ କରୋନା ଚିକିତ୍ସା କ୍ଷେତ୍ରରେ ମେଡିକାଲ୍ ଷ୍ଟାଫ୍‌ଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ। ୮ ଜଣିଆ ଟିମ୍ ସହାୟତାରେ ସନ୍ତୋଷ Multiple Service Robot (MSR), Service Humanoid Robot (SHR) ଓ Disaster Management Robot (DMR) ନିର୍ମାଣ କରିଛନ୍ତି।

ସନ୍ତୋଷଙ୍କ କହିବା କଥା, ଏହି ରୋବୋଟ୍‌ ସମ୍ପୂର୍ଣ୍ଣ ଭାବେ ଭାରତରେ ପ୍ରସ୍ତୁତ କରାଯାଇଛି। Multiple Service Robot ରୋଗୀଙ୍କ ନିକଟରେ ଖାଦ୍ୟ ପାନୀୟ ଓ ମେଡିସିନ ପହଞ୍ଚାଇବାରେ ସହାୟକ ହେବ। ସେହିପରି Service Humanoid Robotକୁ ଯେକୌଣସି ପ୍ରକାରର ସ୍ୱାସ୍ଥ୍ୟସେବା ପାଇଁ ପ୍ରି-ପ୍ରୋଗ୍ରାମ୍‌ଡ୍‌ କରି ବ୍ୟବହାର କରି ହେବ। ଯଦି ଆମେ ଚାହିଁବା କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ମେଡିସିନ୍ କିମ୍ବା ଖାଦ୍ୟ କୌଣସି ନିର୍ଦ୍ଦିଷ୍ଟ ରୋଗୀ ନିକଟରେ ପହଞ୍ଚାଇବା ପାଇଁ ତା’ହେଲେ ଆମେ ଏହି ପ୍ରୋଗ୍ରାମ୍‌କୁ ରୋବୋଟ୍‌ରେ ଫିଡ୍ କରି ଏହା କରିପାରିବା।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Service Humanoid Robot ବିଶେଷ ଭାବେ କରୋନା ରୋଗୀଙ୍କ ଅବସାଦ ଦୂର କରିବା ପାଇଁ ବ୍ୟବହାର କରାଯାଇ ପାରିବ। ରୋଗୀଙ୍କୁ ଖାଦ୍ୟ, ପାନୀୟ, ମେଡିସିନ୍ ଯୋଗାଇବା ବ୍ୟତୀତ ଏହା ରୋଗୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିପାରିବ। କେବଳ କଥାବାର୍ତ୍ତା କାହିଁକି ହ୍ୟାଣ୍ଡସେକ୍ କରିବା ସହ ରୋଗୀଙ୍କୁ ଆଲିଙ୍ଗନ ମଧ୍ୟ କରିପାରିବ ଏହି ରୋବୋଟ୍। କରୋନା ସମୟରେ ରୋଗୀଙ୍କ ଏକାକୀପଣ ଦୂର କରିବାରେ ଏହା ବେଶ୍ ସହାୟକ ହେବ। ଏଥିସହ କ୍ୱାରେଣ୍ଟିନ୍‌ରେ ଥିବା ରୋଗୀଙ୍କ ମନୋରଞ୍ଜନ ମଧ୍ୟ କରିପାରିବ ଏହି ରୋବୋଟ୍‌।

Advertisment

ସେହିପରି ଡିଜାଷ୍ଟର ମ୍ୟାନେଜମେଣ୍ଟ ରୋବୋଟ୍ ଦ୍ୱାରା କରୋନା ରୋଗୀଙ୍କୁ ଆମ୍ବୁଲାନ୍ସରୁ ହସ୍ପିଟାଲ୍ ଓ କ୍ୱାରେଣ୍ଟିନ୍‌ସେଣ୍ଟରକୁ ସ୍ଥାନାନ୍ତର କରାଯାଇପାରିବ ବୋଲି ସନ୍ତୋଷ ଦାବି କରିଛନ୍ତି। ଗତ ୨୦ ବର୍ଷ ଧରି ସନ୍ତୋଷ ରୋବୋଟିକ୍ସ ଫିଲ୍ଡରେ କାମ କରୁଛନ୍ତି। ସେ ଏଭଳି ୪୮ ପ୍ରକାରର ରୋବୋଟ୍ ଡିଜାଇନ୍ କରିବା ସହ ୧୮ଟି ରୋବୋଟ୍ ବିକଶିତ କରିସାରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ