baba ramdev
ହରିଦ୍ୱାର : କରୋନା ଟିକା ନେବେ ଯୋଗଗୁରୁ ବାବା ରାମଦେବ । ଏଲୋପାଥି ଚିକିତ୍ସା ଉପରେ ଟିପ୍ପଣୀ ନେଇ ବିବାଦ ଘେରରେ ଥିବା ବାବା ରାମଦେବ ଏବେ କରୋନା ଭ୍ୟାକ୍ସିନ ନେବା ପାଇଁ ନିଷ୍ପତି ନେଇଛନ୍ତି । ଜୁନ୍ ୨୧ ରୁ ଦେଶର ପ୍ରତ୍ୟେକ ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ମୋଦିଙ୍କ ଘୋଷଣା ପରେ ଟିକା ନେବା ପାଇଁ ଙ୍କୁ ଅପିଲ କରିବା ସହ ବାବା ରାମଦେବ କହିଥିଲେ ଯେ ମୁଁ ମଧ୍ୟ ଶୀଘ୍ର ଏହି ଟିକା ନେବି ।
ବିବାଦ ମଧ୍ୟରେ ଟିକା ନେବେ ବାବା ରାମଦେବ । ତେବେ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବାବା ରାମଦେବ ଲୋକମାନଙ୍କୁ ଯୋଗ ଏବଂ ଆୟୁର୍ବେଦ ଅଭ୍ୟାସ କରିବାକୁ ପରାମର୍ଶ ଦେଇଛନ୍ତି । ରୋଗ ବିରୁଦ୍ଧରେ ଲଢ଼େଇ କରିଥାଏ ଯୋଗ ଏବଂ କରୋନାରୁ ଜଟିଳତାକୁ ରୋକିଥାଏ ।
ଦୁନିଆକୁ ପଠାଇଥିବା ଦୂତ ହେଉଛନ୍ତି ଡାକ୍ତର :
ଡ୍ରଗ୍ ମାଫିଆ ବିଷୟରେ ମନ୍ତବ୍ୟ ଦେଇ ରାମଦେବ କହିଛନ୍ତି, ” କୌଣସି ସଂଗଠନ ସହ ଆମର ଶତ୍ରୁତା ନାହିଁ । ପୃଥିବୀକୁ ଭଗବାନଙ୍କ ପଠାଯାଇଥିବା ଦୂତ ଡାକ୍ତର । ସେମାନେ ବିଶ୍ୱ ପାଇଁ ଉପହାର । ଆମର ସଂଗ୍ରାମ ଦେଶର ଡାକ୍ତରଙ୍କ ସହ ନୁହେଁ ।” ଆମକୁ ବିରୋଧ କରୁଥିବା ଡାକ୍ତରମାନେ କୌଣସି ଅନୁଷ୍ଠାନ ମାଧ୍ୟମରେ କରୁନାହାଁନ୍ତି ।
ଔଷଧ ନାମରେ ଲୋକଙ୍କ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ କିମ୍ବା ଅନାବଶ୍ୟକ ଔଷଧ କିଣାରୁ ରକ୍ଷା କରିବା ପାଇଁ ଆମର ସଂଗ୍ରାମ ଚାଲିଥିବା କହିଛନ୍ତି ଯୋଗଗୁରୁ । ଏଲୋପାଥି ଚକିତ୍ସା ଜରୁରୀକାଳୀନ ପରିସ୍ଥିତି ପାଇଁ ଶ୍ରେଷ୍ଠ । ଡାକ୍ତର ନୁହେଁ ଡ୍ରଗ ମାଫିଆଙ୍କୁ ବିରୋଧ କରୁଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/baba-ramdev_1623291387.jpg)