Advertisment

ଚର୍ଚ୍ଚାରେ ମହିଳା ପୋଲିଂ ଅଧିକାରୀ ; ସୋଶାଲ ମିଡିଆରେ ଫଟୋ ଭାଇରାଲ

ଲକ୍ଷ୍ନୌ : ବେଶ୍‌ ଜମୁଛି ନିର୍ବାଚନୀ ଋତୁ। ବୟାନବାଜି ଓ ବାକ୍‌ ଯୁଦ୍ଧକୁ ନେଇ ନିତିଦିନ ଚର୍ଚ୍ଚାରେ ଆସୁଛନ୍ତି ରାଜନେତା। ଏହି ନିର୍ବାଚନୀ ମାହୋଲରେ କେବଳ ନେତା ନୁହନ୍ତି, ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ପୋଲିଂ ଅଧିକାରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଷ୍ଟାଇଲ ବି ଅଛି। ଆଉ ଗ୍ଲାମର ବି। ଅନ୍ଦାଜ କୌଣସି ଫିଲ୍ମି ହିରୋଇନଙ୍କ ଠାରୁ କମ୍‌ ନୁହେଁ। ତେବେ ହଳଦିଆ ଶାଢୀ ପିନ୍ଧିଥିବା ମହିଳା ଜଣଙ୍କ କିନ୍ତୁ ବାସ୍ତବରେ ଜଣେ […]

ଚର୍ଚ୍ଚାରେ ମହିଳା ପୋଲିଂ ଅଧିକାରୀ ; ସୋଶାଲ ମିଡିଆରେ ଫଟୋ ଭାଇରାଲ

k

Advertisment

ଲକ୍ଷ୍ନୌ : ବେଶ୍‌ ଜମୁଛି ନିର୍ବାଚନୀ ଋତୁ। ବୟାନବାଜି ଓ ବାକ୍‌ ଯୁଦ୍ଧକୁ ନେଇ ନିତିଦିନ ଚର୍ଚ୍ଚାରେ ଆସୁଛନ୍ତି ରାଜନେତା। ଏହି ନିର୍ବାଚନୀ ମାହୋଲରେ କେବଳ ନେତା ନୁହନ୍ତି, ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ପୋଲିଂ ଅଧିକାରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

Advertisment

publive-imageଷ୍ଟାଇଲ ବି ଅଛି। ଆଉ ଗ୍ଲାମର ବି। ଅନ୍ଦାଜ କୌଣସି ଫିଲ୍ମି ହିରୋଇନଙ୍କ ଠାରୁ କମ୍‌ ନୁହେଁ। ତେବେ ହଳଦିଆ ଶାଢୀ ପିନ୍ଧିଥିବା ମହିଳା ଜଣଙ୍କ କିନ୍ତୁ ବାସ୍ତବରେ ଜଣେ ପୋଲିଂ ଅଫିସର। ହାତରେ ଇଭିଏମ ଆଉ ମନରେ ଗଣତନ୍ତ୍ର ମହାପର୍ବରେ ନିଜକୁ ସାମିଲ କରିବାର ଆନନ୍ଦ।

ନିର୍ବାଚନ ପରିଚାଳନାର ଗୁରୁ ଦାୟିତ୍ୱ ବହନ କରୁଥିବା ଏହି ମହିଳା ପୋଲିଂ ଅଫିସର ହେଉଛନ୍ତି ଉତ୍ତର ପ୍ରଦେଶର ରୀନା ଦ୍ୱିବେଦୀ, ଲକ୍ଷ୍ନୌରେ PWD ବିଭାଗରେ କନିଷ୍ଠ ସହକାରୀ ଭାବେ କାର୍ଯ୍ୟରତ ଲକ୍ଷ୍ନୌସ୍ଥିତ ନଗରାମର ୧୭୩ ନମ୍ବର ବୁଥ୍‌ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପହଞ୍ଚିବା ପରେ ତାଙ୍କର ଏହି ଫଟୋ ଉଠାଇଥିଲେ ଜଣେ ସ୍ଥାନୀୟ ଫଟୋ ଜର୍ଣ୍ଣାଲିଷ୍ଟ। ଗଣମାଧ୍ୟମରେ ରୀନାଙ୍କ ଫଟୋ ପ୍ରକାଶିତ ପରେ ଏହା ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।

Advertisment

publive-imageରୀନାଙ୍କୁ ନେଇ ଚର୍ଚ୍ଚା ଥମିନଥିବାବେଳେ ,ଏବେ ଆଉ ଜଣେ ମହିଳା ପୋଲିଂ ଅଫିସରଙ୍କୁ ନେଇ ମଧ୍ୟ ସୋଶାଲ ମିଡିଆ ସରଗରମ। ହ୍ୱାଟସ୍‌ ଆପ୍ ଓ ଫେସବୁକରେ ଘୁରି ବୁଲୁଥିବା ଏହି ମହିଳାଙ୍କ ନାଁ ହେଉଛି ଯୋଗେଶ୍ୱରୀ। ଗତ ମେ ୧୨  ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଭୋପାଳ ଗୋବିନ୍ଦପୁରାର ଆ.ଟି.ଆଇ ପୋଲିଂ ବୁଥ୍‌ରେ ନିୟୋଜିତ ହୋଇଥିଲେ। ନିର୍ବାଚନ ପୂର୍ବଦିନ ସେଠାରେ ପହଞ୍ଚିବା ପରେ ଜଣେ ସ୍ଥାନୀୟ ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇଥିଲେ। ଏହା ପରେ ବିଭିନ୍ନ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା ଯୋଗେଶ୍ୱରୀଙ୍କ ଏହି ଫଟୋ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ