Advertisment

ପ୍ରଥମେ ଓକିଲାତି ପରେ ରାଜନୀତି : ଆସାମର ନୂଆ ମୁଖ୍ୟମନ୍ତ୍ରୀଙ୍କ ପୂରା ରାଜନୈତିକ ଜୀବନୀ

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ହିମନ୍ତ ବିଶ୍ୱଶର୍ମା ଛାତ୍ର ଜୀବନରୁ ରାଜନୀତି କରି ଆସିଛନ୍ତି । ୧୯୯୧-୯୨ରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରୁଥିବାବେଳେ ଆସାମର କଟନ କଲେଜ ୟୁନିଅନର ସାଧାରଣ ସଂପାଦକ ଭାବେ ବିଜୟୀ ହୋଇଥିଲେ । ପରେ…

ଅଦ୍ୟତନ ହୋଇଛି
ପ୍ରଥମେ ଓକିଲାତି ପରେ ରାଜନୀତି : ଆସାମର ନୂଆ ମୁଖ୍ୟମନ୍ତ୍ରୀଙ୍କ ପୂରା ରାଜନୈତିକ ଜୀବନୀ

himant biswa sharma

Advertisment

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ହିମନ୍ତ ବିଶ୍ୱଶର୍ମା ଛାତ୍ର ଜୀବନରୁ ରାଜନୀତି କରି ଆସିଛନ୍ତି । ୧୯୯୧-୯୨ରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରୁଥିବାବେଳେ ଆସାମର କଟନ କଲେଜ ୟୁନିଅନର ସାଧାରଣ ସଂପାଦକ ଭାବେ ବିଜୟୀ ହୋଇଥିଲେ । ପରେ ହିମନ୍ତ ବିଶ୍ୱଶର୍ମା ସରକାରୀ ଆଇନ କଲେଜ୍ରୁ ଏଲଏଲବି ଏବଂ ଗୌହ୍ଵାଟୀ କଲେଜରୁ ପିଏଚଡି ଶିକ୍ଷା ସମାପ୍ତ କରିଥିଲେ । ଆଇନ ଡିଗ୍ରୀ ହାସଲ କରିବା ପରେ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ସେ ଗୁଆହାଟୀ ହାଇକୋର୍ଟରେ ଆଇନ ଅଭ୍ୟାସ କରିଥିଲେ।

Advertisment

ଏହା ପୂର୍ବରୁ ସେ ଅଲ୍ ଆସାମ ଷ୍ଟୁଡେଣ୍ଟ ୟୁନିଅନରେ ଥିବାବେଳେ ୧୯୭୯ରୁ ୮୫ ମଧ୍ୟରେ ଆସାମ ଗଣ ପରିଷଦ ମୁଖ୍ୟ ପ୍ରଫୁଲ୍ଲ କୁମାର ମହନ୍ତଙ୍କ ନିକଟତର ହୋଇଥିଲେ । ନବେ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହିତେଶ୍ୱର ସାଇକିଆ ହିମନ୍ତଙ୍କୁ କଂଗ୍ରେସରେ ସାମିଲ କରିଥିଲେ । ୧୯୬୯ ଫେବୃଆରୀ ୧ରେ ଜନ୍ମିତ ହିମନ୍ତ ବିଶ୍ୱଶର୍ମା କଂଗ୍ରେସ ଟିକେଟରେ ଜଲୁକବରୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ୨୦୦୧ ମସିଆରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ।ଏହାପରେ ସେ ୨୦୦୬, ୨୦୧୧ ଓ ୨୦୧୬ ନିର୍ବାଚନରେ ବିଜୟୀ ହୋଇଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଶାସନ କାଳରେ ହିମନ୍ତ ତାଙ୍କ ଏକାନ୍ତ ବିଶ୍ୱସ୍ଥ ଥିଲେ ଓ ଦଳରେ ୨ ନମ୍ବର ସ୍ଥାନରେ ରହି ଆସିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତେବେ ୨୦୧୩ରେ ଗୋଗଇ, ଶର୍ମାଙ୍କୁ ଏଡ଼ାଇ ନିଜ ପୁଅ ଗୌରବ ଗୋଗଇଙ୍କୁ ସାମନାକୁ ଆଣିବା ପରଠାରୁ ହିମନ୍ତ ତାଙ୍କ ଠାରୁ ଦୂରେଇବା ଆରମ୍ଭ କରିଥିଲେ । ପରେ ୨୦୧୫ରେ ୧୦ ସହଯୋଗୀ ବିଧାୟକଙ୍କୁ ଧରି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ତେବେ ବିଜେପିରେ ସାମିଲ ପରେ ୨୦୧୬ରେ ଦଳ କ୍ଷମତାକୁ ଫେରିବା ସହ ସର୍ବାନନ୍ଦ ସୋନଓ୍ୱାଲଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ ।

Advertisment

ଏହାପରେ ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସର ଆବାହକ ଭାବେ ନିଜର ରଣନୀତି ଯୋଗୁଁ ପୂର୍ବୋତ୍ତର ରାଜ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟ ବିଜେପି ଅକ୍ତିଆର କରିଥିଲା । କଂଗ୍ରେସରେ ବିଦ୍ରୋହ କରାଇ ଅରୁଣାଚଳ ପ୍ରଦେଶରେ ବିଜେପିକୁ କ୍ଷମତାସୀନ କରିବା ଓ ମଣିପୁରରେ କମ୍ ଆସନ ସତ୍ତ୍ୱେ ବିଜେପିକୁ ସରକାର ଗଠନ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ ହିମନ୍ତ ବିଶ୍ୱଶର୍ମା । ସେହିପରି ମେଘାଳୟରେ ମଧ୍ୟ ତାଙ୍କ ପାଇଁ ବିଜେପି ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ