Advertisment

LIVE ଭିଡିଓ କରି ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିଲେ; ଆଲର୍ଟ କଲା ଫେସ୍‌ବୁକ୍‌, ତା‘ପରେ...

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଲାଇଭ୍‌ ଭିଡିଓ କରି ଜଣେ ୩୯ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିବା ବେଳେ ଫେସ୍‌ବୁକ୍‌ରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଏହା ଜାଣି ପାରିଥିଲେ। ଏହାପରେ ତୁରନ୍ତ ସେମାନେ ପୋଲିସ୍‌କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ଆଧାରରେ…

ଅଦ୍ୟତନ ହୋଇଛି
LIVE ଭିଡିଓ କରି ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିଲେ; ଆଲର୍ଟ କଲା ଫେସ୍‌ବୁକ୍‌, ତା‘ପରେ...

facebook

Advertisment

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଲାଇଭ୍‌ ଭିଡିଓ କରି ଜଣେ ୩୯ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିବା ବେଳେ ଫେସ୍‌ବୁକ୍‌ରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଏହା ଜାଣି ପାରିଥିଲେ। ଏହାପରେ ତୁରନ୍ତ ସେମାନେ ପୋଲିସ୍‌କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ଆଧାରରେ ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ତାଙ୍କ ଜୀବନ ବଞ୍ଚାଇଥିଲେ। ଦିଲ୍ଲୀର ଏହି ବ୍ୟକ୍ତି ଜଣକ ଲାଇଭ୍‌ ଭିଡିଓ କରି ଆତ୍ମହତ୍ୟା ପାଇଁ ପ୍ରୟାସ କରିବା ଘଟଣା ସମ୍ପର୍କରେ ଫେସ୍‌ବୁକ୍‌ର ଆମେରିକା ସ୍ଥିତ ଅଫିସ୍‌ ଜାଣିବାକୁ ପାଇଥିଲା।

Advertisment

ସୂଚନା ଅନୁସାରେ, ଜୁନ୍‌ ୩ କିମ୍ବା ୪ ତାରିଖ ଦିନ ଉକ୍ତ ବ୍ୟକ୍ତି ପଡ଼ୋଶୀଙ୍କ ସହ ଝଗଡ଼ା ପରେ ନିଜର କ୍ଷତି ପହଞ୍ଚାଇଥିଲେ। ତାଙ୍କ ହାତର ବିଭିନ୍ନ ସ୍ଥାନରେ କଟା ଯାଇଥିବା ଦେଖିବାକୁ ମିଳିଥିଲା। ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କର ୨ଟି ଛୁଆ ଅଛି। ସେ ଏକ ମିଠା ଦୋକାନରେ କାର୍ଯ୍ୟ କରନ୍ତି। ୨୦୧୬ରେ ପତ୍ନୀଙ୍କ ଦେହାନ୍ତ ପରେ ସେ ପୁରାପୂରି ଭାଙ୍ଗି ପଡ଼ିଥିଲେ। ପଡ଼ୋଶୀଙ୍କ ସହ ସବୁବେଳେ ତାଙ୍କର ଝଗଡ଼ା ହୋଇଥାଏ। ଯେଉଁଥିପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଫେସ୍‌ବୁକ୍‌ରେ ଲାଇଭ ଭିଡିଓ କରି ସେ ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଥିଲା। ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଏସମ୍ପର୍କରେ ଦିଲ୍ଲୀ ପୋଲିସ୍‌କୁ ଫେସ୍‌ବୁକ୍‌ରୁ ସୂଚନା ମିଳିଥିଲା। ଏହାସହ ବ୍ୟକ୍ତି ଜଣକ କରିଥିବା ଲାଇଭ୍‌ ଭିଡିଓକୁ ମଧ୍ୟ ଶେଆର କରାଯାଇଥିଲା।

ଦିଲ୍ଲୀ ପୋଲିସ୍‌ ଏସମ୍ପର୍କରେ ସୂଚନା ପାଇବା ପରେ ପାଲାମ ପୋଲିସ୍‌କୁ ଜଣାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଲୋକେସନ୍‌କୁ ଟ୍ରାକ୍‌ କରି ପୋଲିସ୍‌ ତାଙ୍କ ଘରେ ପହଞ୍ଚିଥିଲା। ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା ସହ ତାଙ୍କ ଶରୀରରୁ ବହୁ ପରିମାଣର ରକ୍ତସ୍ରାବ ହେଉଥିବା ପୋଲିସ୍‌ ଦେଖିବାକୁ ପାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଓ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ