Advertisment

ଲକ୍‌ଡାଉନ୍‌ରେ ବାହାରେ ବୁଲୁଥିଲେ; ଧରିଲା ପୋଲିସ୍‌, କାନ ଧରି ଉଠ୍‌ବସ୍‌ ସହ କଲେ ଏମିତି କାମ...

ଭୋପାଳ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି କରାଯାଇଛି। କଟକଣାକୁ ପାଳନ କରିବା ପାଇଁ ସରକାର ଲୋକଙ୍କୁ ଅପିଲ୍‌ କରୁଛନ୍ତି। ହେଲେ କିଛି ଅମାନିଆ କଟକଣାକୁ ନମାନି ବିନା କାରଣରେ ବାହାରେ ବୁଲୁଥିବା ଦେଖିବାକୁ…

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍‌ରେ ବାହାରେ ବୁଲୁଥିଲେ; ଧରିଲା ପୋଲିସ୍‌, କାନ ଧରି ଉଠ୍‌ବସ୍‌ ସହ କଲେ ଏମିତି କାମ...

youth violates corona lockdown

Advertisment

ଭୋପାଳ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି କରାଯାଇଛି। କଟକଣାକୁ ପାଳନ କରିବା ପାଇଁ ସରକାର ଲୋକଙ୍କୁ ଅପିଲ୍‌ କରୁଛନ୍ତି। ହେଲେ କିଛି ଅମାନିଆ କଟକଣାକୁ ନମାନି ବିନା କାରଣରେ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି। ଫଳରେ ଏଥିପାଇଁ ପୋଲିସ୍‌କୁ କଠୋର ହେବାକୁ ପଡ଼ୁଛି। ଯେଉଁମାନେ ବିନା କାରଣରେ ବାହାରେ ବୁଲୁଛନ୍ତି, ପୋଲିସ୍‌ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏବେ ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ଲକ୍‌ଡାଉନ୍‌ କଟକଣାକୁ ନମାନି ବାହାରେ ବୁଲୁଥିବା ୨ ଜଣ ଯୁବକଙ୍କୁ ପୋଲିସ୍‌ ଅଧିକାରୀ ନିଆରା ଦଣ୍ଡ ଦେଇଛନ୍ତି। ଏକ ଖାତାରେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ଏହାକୁ ବାରମ୍ବାର ଲେଖିବା ପାଇଁ ପୋଲିସ୍‌ ଅଧିକାରୀ ଜଣକ କହୁଥିବା ଭାଇରାଲ୍‌ ଭିଡିଓରେ ଶୁଣିବାକୁ ମିଳୁଛି।

Advertisment

ମଧ୍ୟପ୍ରଦେଶ ସିଧିର ପୋଲିସ୍‌ ଅଧିକାରୀ ଭଗବତ ପ୍ରସାଦ ପାଣ୍ଡେଙ୍କ ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିୟମ ଉଲ୍ଲଂଘନକାରୀଙ୍କୁ ସେ ନିଆରା ଦଣ୍ଡ ଦେଉଥିବା ନଜର ଆସିଛି। ୨ ଜଣ ଯୁବକ ଲକ୍‌ଡାଉନ୍‌ କଟକଣା ନମାନି ବାହାରେ ବୁଲୁଥିବା ପୋଲିସ୍‌ ଅଧିକାରୀ ଦେଖିବାକୁ ପାଇଥିଲେ। ଏହାପରେ ସେମାନଙ୍କୁ କାନ ଧରି ଉଠ୍‌ବସ୍‌ କରାଇବା ସହ ଉଭୟଙ୍କୁ ଖାତା ଦେଇଥିଲେ ପୋଲିସ୍‌ ଅଧିକାରୀ। ଏଥିରେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ଏହାକୁ ବାରମ୍ବାର ଲେଖିବା ପାଇଁ ପୋଲିସ୍‌ ଅଧିକାରୀ ଜଣକ କହିଥିଲେ। ଏହାକୁ ଖାତାରେ ଲେଖିବାର କିଛି ସମୟ ପରେ ଘରକୁ ଯିବାପାଇଁ ଅନୁମତି ମିଳୁ ବୋଲି ସେମାନେ କହିଥିଲେ। ହେଲେ ପୋଲିସ୍‌ ଅଧିକାରୀ ଜଣକ କହିଥିଲେ, ଖାତାରେ ଆହୁରି ଲେଖ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’…। ଏବେ ତ ପାର୍ଟି ଆରମ୍ଭ ହେଲା, ଏମିତି ଲେଖି ଚାଲ। ତୁମମାନଙ୍କୁ ଘରେ ଭଲ ଲାଗୁ ନଥିଲା, ବୋରିଂ ହେଉଥିଲ…ଏବେ ତୁମମାନଙ୍କୁ ନୂଆ କାର୍ଯ୍ୟ ଦିଅଯାଇଛି। ଶେଷରେ ୨ ଯୁବକ ସେମାନଙ୍କର ଭୁଲ୍‌ ସ୍ୱୀକାର କରିବା ସହ ଘରେ ରହିବା ପାଇଁ କହିବା ପରେ ପୋଲିସ୍‌ ସେମାନଙ୍କୁ ଛାଡ଼ି ଥିଲା।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଏପ୍ରିଲ ୩୦ରେ ଭଗବତ ପ୍ରସାଦ ପାଣ୍ଡେ ଏହି ଭିଡିଓକୁ ୟୁଟ୍ୟୁବ୍‌ରେ ଶେଆର କରିଥିଲେ। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଲେଣି।

ଦୀର୍ଘ ୪ ଦିନ ଧରି ଅଣାୟତ୍ତ କରିବା ପରେ କରୋନାର ପ୍ରକୋପ ସାମାନ୍ୟ କମିଛି । କରୋନାର ଦୈନିକ ସଂକ୍ରମଣ ଆଜି ୪ ଲକ୍ଷରୁ ସାମାନ୍ୟ କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୬୬, ୩୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ