sushil kumar
ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି। ଜଣେ ୨୩ ବର୍ଷୀୟ ପୂର୍ବତନ ଜୁନିଅର୍ ନ୍ୟାସ୍ନାଲ୍ ଚାମ୍ପିଅନ୍ଙ୍କ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ନାଁ ସାମ୍ନାକୁ ଆସିଛି। ଏହାପରେ ଘଟଣାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଛି। ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହେବାପରେ ସୁଶୀଲ କୁମାର ଫେରାର ଥିବା କୁହାଯାଉଛି।
ଜାତୀୟ ଗଣମାଧ୍ୟମ ସଂସ୍ଥା India Todayର ରିପୋର୍ଟ ଅନୁସାରେ, ଉତ୍ତର ପଶ୍ଚିମ ଦିଲ୍ଲୀ ସ୍ଥିତ ଛତ୍ରସାଲ୍ ଷ୍ଟାଡିୟମର ପାର୍କିଂ ଏରିଆରେ ୨୩ ବର୍ଷୀୟ ସାଗର ରାଣାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସୁଶୀଲ କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଘଟଣା ପରେ ସୁଶୀଲ କୁମାର ପ୍ରଥମେ ହରିଦ୍ୱାର ଓ ଋଷିକେଶ ପଳା ଯାଇଥିବା ଜଣାପଡ଼ିଛି। ସେ ହରିଦ୍ୱାରରେ ଏକ ଆଶ୍ରମରେ ରହୁଥିଲେ। ଏହାପରେ ସେ ଦିଲ୍ଲୀ ଫେରିଥିଲେ। ବର୍ତ୍ତମାନ ସେ ବାରମ୍ବାର ହରିୟାଣାରେ ସ୍ଥାନ ପରିବର୍ତ୍ତନ କରୁଥିବା ସୂଚନା ମିଳିଛି।
ଅଭିଯୋଗ ଅନୁସାରେ, ଘଟଣା ଦିନ ସୁଶୀଲ କୁମାର ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସୁଶୀଲ ଓ ତାଙ୍କ ସହଯୋଗୀ ସାଗରଙ୍କୁ ତାଙ୍କ ବାସଭବନରୁ ଅପହରଣ କରି ନେଇଥିଲେ। ଅନ୍ୟ ରେସଲର୍ଙ୍କ ସାମ୍ନାରେ ଖରାପ କଥା କହିବା ଘଟଣାକୁ ନେଇ ଉଚିତ୍ ଶିକ୍ଷା ଦେବା ପାଇଁ ସୁଶୀଲ, ସାଗରଙ୍କୁ ଅପହରଣ କରି ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା।
ପୋଲିସ୍ର କହିବା ଅନୁଯାୟୀ, ଛତ୍ରସାଲ୍ ଷ୍ଟାଡିୟମର ପାର୍କିଂ ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ ଓ ଅନ୍ୟମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଥିବା ୫ଟି ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଏକ ସ୍କର୍ପିଓରୁ ଗୋଟିଏ ବନ୍ଧୁକ ଓ ୫ଟି ଲାଇଭ୍ cartridges ଜବତ କରାଯାଇଥିଲା। ଏହାସହ ଘଟଣାସ୍ଥଳରୁ ୨ କାଠର ଷ୍ଟିକ୍ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sushil-kumar_1621308567.jpg)