narendra modi
ନୂଆଦିଲ୍ଲୀ: ସାରା ଦେଶରେ ଆଜି ଭୋଟ୍ ଗଣତି ଜାରି ରହିଥିବା ବେଳେ ଏନ୍ଡିଏ ସରକାରରେ ମଧ୍ୟ ହଲଚଲ ଆରମ୍ଭ ହୋଇଯାଇଛି। ଚଳିତ ଥର ପୁଣିଥରେ ଏନ୍ଡିଏ କ୍ଷମତା ଦଖଲ କରିବ ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏଥିପାଇଁ ବିଜେପି ଶିବିରରେ ମଧ୍ୟ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀଙ୍କୁ ଭେଟିବେ। ଏହାପରେ ଆସନ୍ତାକାଲି ମୋଦି ଜରୁରୀ କ୍ୟାବିନେଟ୍ ବୈଠକ ଡାକିଛନ୍ତି। ବୈଠକର କାରଣ ସମ୍ପର୍କରେ ଜଣାପଡ଼ି ନଥିଲେ ହେଁ ପରବର୍ତ୍ତୀ ସରକାର ଗଠନ ସମ୍ପର୍କରେ ଏଥିରେ ଆଲୋଚନା ହେବ ବୋଲି କୁହାଯାଉଛି।
ଭୋଟ୍ ଗଣତିର ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୩୦୦ରୁ ଅଧିକ ଆସନ ଜିତିବାର ସମ୍ଭାବନା ରହିଛି। ଏହି ଆକଳନ ପରେ ବିଜେପି କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି।
ଏବେଠାରୁ ବିଜେପି ମୁଖ୍ୟାଳୟରେ ଉତ୍ସବ ପାଳନ ଆରମ୍ଭ ହୋଇଗଲାଣି। ସେହିପରି ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ କର୍ମୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚିବେ। ଏହାପରେ ସେଠାରେ ବିଜେପି କର୍ମୀଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/narendra-modi_1625932620.jpg)