Advertisment

ପ୍ରେମ ପାଇଁ ସାତ ସମୁଦ୍ର ପାର୍‌ କରି ଆସିଥିଲେ; ଉତୁରିଗଲା ପ୍ରେମ ଜ୍ୱର, ଚାଲିଗଲେ ସ୍ୱଦେଶ

ପ୍ରେମ ପାଇଁ ସାତ ସମୁଦ୍ର ପାର୍‌ କରି ଆସିଥିଲେ; ଉତୁରିଗଲା ପ୍ରେମ ଜ୍ୱର, ଚାଲିଗଲେ ସ୍ୱଦେଶ

couple

Advertisment

ହରଦୋଇ: ସାତ୍‌ ସମନ୍ଦର ପାର୍‌ ମେଁ ତେରେ ପିଛେ-ପିଛେ ଆ ଗୟି…ବଲିଉଡ୍‌ ଫିଲ୍ମର ଏହି ହିଟ୍‌ ଗୀତ ଆଜି ବି ଲୋକଙ୍କ ବେଶ୍‌ ପସନ୍ଦ। ଗୀତର ଏହି  ଧାଡ଼ି ରିୟଲ୍‌ ଲାଇଫ୍‌ରେ ଜଣେ ଯୁବତୀଙ୍କ ପ୍ରେମ କାହାଣୀ ସହ ତାଳମେଳ ହୋଇଛି। ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିବା ବନ୍ଧୁତା, ପରେ ଭଲ ପାଇବାରେ ବଦଳି ଥିଲା ଓ ଏଥିପାଇଁ ଯୁବତୀ ଜଣକ ୪,୬୨୨ କି.ମି. ଦୂର ଅତିକ୍ରମ କରି ନିଜ ଭଲ ପାଇବାକୁ ପାଇବା ଲାଗି ପ୍ରେମିକଙ୍କ ପାଖକୁ ଚାଲି ଆସିଥିଲେ। ହେଲେ ଲକ୍‌ଡାଉନ୍ ଯୋଗୁ ଯେତେବେଳେ ଯୁବକ ଜଣକ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ, ସେତେବେଳେ ଯୁବତୀଙ୍କ ପ୍ରେମ ଜ୍ୱର ଉତୁରି ଯାଇଥିଲା। ନିଜ ଘରକୁ ଫେରିବା ଲାଗି ଯୁବତୀ ଜଣକ ପରିଜନଙ୍କ ସହାୟତା ଲୋଡ଼ିଥିଲେ।

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା NEWS 18ର ଏକ ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶ ହରଦୋଇ ଜନପଦ ଅଞ୍ଚଳର ପୱନ ନାମକ ଜଣେ ଯୁବକଙ୍କ ବନ୍ଧୁତା  ଫିଲିପାଇନ୍ସର ଜଣେ ଯୁବତୀଙ୍କ ସହ ହୋଇଥିଲା। ଫେସ୍‌ବୁକ୍‌ରୁ ଏହି ବନ୍ଧୁତା ଆରମ୍ଭ ହୋଇଥିଲା। ଯୁବତୀ ଜଣକ ପୱନଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଥିଲେ, ନିଜ ଘର, ଦେଶ ଛାଡ଼ି ପୱନଙ୍କ ପାଖକୁ ଚାଲି ଆସିଥିଲେ। ଯୁବତୀ ଜଣକ ହରଦୋଇ ଆସିବା ପରେ ଉଭୟ ଏକାଠି ରହୁଥିଲେ। ଲକ୍‌ଡାଉନ୍‌ ଯୋଗୁ ପୱନ ବେରୋଜଗାର ହୋଇଯାଇଥିଲେ। ପୱନଙ୍କ  ଆର୍ଥିକ ସ୍ଥିତି ଧୀରେଧୀରେ ବିଗିଡ଼ିବା ପରେ ଯୁବତୀଙ୍କ ଯୁବତୀଙ୍କ ପ୍ରେମ ଜ୍ୱର ଉତୁରି ଯାଇଥିଲା। ନିଜ ଘରକୁ ଫେରିବା ଲାଗି ଯୁବତୀ ଜଣକ ପରିଜନଙ୍କ ସହାୟତା ଲୋଡ଼ିଥିଲେ। ଏହାପରେ ଫିଲିପାଇନ୍ସରେ ରହୁଥିବା ଯୁବତୀଙ୍କ ପରିଜନ ଦୂତାବାସ ସହ ଯୋଗାଯୋଗ କରିଥିଲେ। ଫିଲିପାଇନ୍ସର ଦୂତାବାସର ଅଧିକାରୀ ଜନପଦର ପ୍ରଶାସନ ସହ ଯୋଗାଯୋଗ କରି ଯୁବତୀଙ୍କୁ ଠାବ କରିଥିଲେ। ଯୁବତୀ ଜଣକ ନିଜ ଘରକୁ ଫେରିବାକୁ ଚାହୁଁଥିଲେ। ହେଲେ ତାଙ୍କ ପ୍ରେମିକଙ୍କୁ କୌଣସି ପ୍ରକାରର ନିର୍ଯାତନା ନଦିଆଯାଉ ବୋଲି ଯୁବତୀ ଜଣକ ଚାହୁଁଥିଲେ। ଶେଷରେ ଯୁବତୀ ଜଣକ ନିଜ ଦେଶକୁ ଫେରି ଯାଇଥିଲେ।

ଯୁବତୀଙ୍କ କହିବା ଅନୁସାରେ, ୨୦୧୯ ଅଗଷ୍ଟରେ ସେ ପୱନଙ୍କ ପାଖକୁ ଆସିଥିଲେ। ଲକ୍‌ଡାଉନ୍‌ ଯୋଗୁ ପୱନଙ୍କ ଆର୍ଥିକ ସମସ୍ୟା ଦେଖାଦେଇଥିଲା ଓ ରହିବା ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଏଥିପାଇଁ ସେ ଫିଲିପାଇନ୍ସ ଯିବାକୁ ଚାହୁଁଥିଲେ। ଭାରତ ପାଇଁ କେବଳ ତାଙ୍କର ୧ ବର୍ଷର ଭିସା ଥିଲା। ହେଲେ ଲକ୍‌ଡାଉନ୍‌ ଯୋଗୁ ସେ ଘରକୁ ଯାଇପାରିନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ