Advertisment

ନିର୍ବାଚନ ସରୁ ସରୁ ବଢିଲା ପେଟ୍ରୋଲ ଓ ଡ଼ିଜେଲ୍‌ ଦର

ନିର୍ବାଚନ ସରିଲା, ତେଳ ଦର ବଢିଲା। ବିଗତ ୨ ମାସ ହେଲାଣି ଦେଶରେ ନିର୍ବାଚନ ମାହୋଲ ଥିଲା। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ଚାଲୁଥିଲା ଆଉ ଏହାରି ମଧ୍ୟରେ ଦେଶରେ ତେଲ ଦର ବୃଦ୍ଧି ହୋଇନଥିବା ନଜର ଆସିଥିଲା।

ନିର୍ବାଚନ ସରୁ ସରୁ ବଢିଲା ପେଟ୍ରୋଲ ଓ ଡ଼ିଜେଲ୍‌ ଦର

petroll

Advertisment

ନୂଆଦିଲ୍ଲୀ: ନିର୍ବାଚନ ସରିଲା, ତେଳ ଦର ବଢିଲା। ବିଗତ ୨ ମାସ ହେଲାଣି ଦେଶରେ ନିର୍ବାଚନ ମାହୋଲ ଥିଲା। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ଚାଲୁଥିଲା ଆଉ ଏହାରି ମଧ୍ୟରେ ଦେଶରେ ତେଲ ଦର ବୃଦ୍ଧି ହୋଇନଥିବା ନଜର ଆସିଥିଲା। ଆଉ ଏହାରି ମଧ୍ୟକେ ନିର୍ବାଚନ ଶେଷ ହୋଇ ଫଳାଫଳ ମଧ୍ୟ ବାହାରିସାରିଛି। ଏପଟେ ତେଲ ଦର ପୁଣି ବଢିଛି। ନିର୍ବାଚନ ସରୁ ସରୁ ତୈଳ କମ୍ପାନୀମାନେ ତେଲ ଦର ବଢାଇଛନ୍ତି। ମଙ୍ଗଳାବାର ପେଟ୍ରୋଲ ୧୫ ପଇସା ଓ ଡ଼ିଜେଲ୍‌ ୧୮ ପଇସା ବଢିଛି। ତେଣୁ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

Advertisment

ତେଲଦର ବଢିଥିବାରୁ ରାଜଧାନୀ ଦିଲ୍ଲୀରେ, ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ୯୦.୫୫ ଟଙ୍କା ପହଞ୍ଚିଥିବା ବେଳେ ଡିଜେଲ୍‌ ୮୦.୯୧ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୬ ଟଙ୍କା ଉପରେ ରହିଥିବା ବେଳେ ଡିଜେଲ ୮୭ ଟଙ୍କା ଉପରେ ରହିଛି। ସେହପରି ଭାବରେ ଚେନ୍ନାଇରେ ୯୨ ଟଙ୍କା ପେଟ୍ରୋଲ ଦର ରହିଥିବା ବେଳେ ୮୫ ଟଙ୍କା ଉପରେ ରହିଛି ଡିଜେଲର ଦର। ହେଲେ ନିର୍ବାଚନ ସମୟରେ ପେଟ୍ରୋଲ ଓ ଡିଜେଲର ଦର ୭୭ ଓ ୭୪ ପଇସା ହ୍ରାସ ହୋଇଥିଲା। ଦେଶରେ ତୈଳକୁ ଜିଏସଟି ଅଧୀନକୁ ଅଣାଯାଇନାହିଁ। ଯଦି ଏହାକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଆନ୍ତା ତେବେ ଦର କମନ୍ତା । କିନ୍ତୁ ବାରମ୍ବାର ଦାବି ପରେ ବି ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସଟି ଅଧୀନକୁ ଅଣାଯାଇନାହିଁ।

ତେବେ ପୂର୍ବରୁ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଥିଲା ଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ତେଲଦର ବଢିବ। ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିଲା। ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପେଟ୍ରୋଲ ଓ ଡ଼ିଜେଲ ଦରରେ ପାଖାପାଖି ୨ ରୁ ୩ ଟଙ୍କା ବଢିବ। କିନ୍ତୁ ହଠାତ୍‌ ଏକା ସାଙ୍ଗରେ ତୈଳ ଦର ବଢିବ ନାହିଁ ବରଂ ଧୀରେ ଧୀରେ ଦାମ ବଢାଇବାକୁ ଯୋଜନା କରିଛନ୍ତି ତୈଳ କମ୍ପାନୀ। ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଫେବୃଆରୀ ୨୭ ତାରିଖରୁ ତେଲ ଦର ବଢାଇନାହାନ୍ତି ତୈଳ କମ୍ପାନୀ। ଆଉ ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲରେ ୭୭ ପଇସା ଓ ଜିଜେଲ୍‌ରେ ୭୪ ପଇସା ହ୍ରାସ ହୋଇଛି। ତେବେ ପୁଣି ଥରେ ତୈଳ ଦର ବୃଦ୍ଧି ହେବା ଖବର ଆସିବାରୁ ଏବେ ଚିନ୍ତାରେ ଖାଉଟି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ