Advertisment

ସୀମାରେ ନେପାଳ ପୋଲିସର ଗୁଳିବର୍ଷା; ଜଣେ ଭାରତୀୟ ମୃତ; ୫ ଗୁରୁତର

ନେପାଳ: ପୁଣି ସୀମାନ୍ତରେ ନେପାଳ ଭାରତ ବିରୋଧୀ ମନୋଭାବ ଦେଖାଇଛି। ଭାରତ-ନେପାଳ ସୀମାନ୍ତ  ସୀତାମଢ଼ୀରେ ନେପାଳ ପୋଲିସ ଗୁଳିବର୍ଷା କରୁଛି। ସୀତାମଢ଼ୀର ସୋନବରସା ବର୍ଡରରେ ଥିବା ଜାନକୀନଗର ଗାଁରେ ଏହି ଘଟଣା ଘଟିଛି। ନେପାଳ ପୋଲିସ ଗୁଳିରେ ୫ ଭାରତୀୟ ଗୁରୁତର ହୋଇଛି ।  ଘଟଣାସ୍ଥଳରେ ହଁ ଜଣଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ହେଲା ଭାରତ ଓ ନେପାଳ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ନେପାଳ ତାର ଏକ ମ୍ୟାପରେ ଭାରତର […]

ସୀମାରେ ନେପାଳ ପୋଲିସର ଗୁଳିବର୍ଷା; ଜଣେ ଭାରତୀୟ ମୃତ; ୫ ଗୁରୁତର

nepal

Advertisment

ନେପାଳ: ପୁଣି ସୀମାନ୍ତରେ ନେପାଳ ଭାରତ ବିରୋଧୀ ମନୋଭାବ ଦେଖାଇଛି। ଭାରତ-ନେପାଳ ସୀମାନ୍ତ  ସୀତାମଢ଼ୀରେ ନେପାଳ ପୋଲିସ ଗୁଳିବର୍ଷା କରୁଛି। ସୀତାମଢ଼ୀର ସୋନବରସା ବର୍ଡରରେ ଥିବା ଜାନକୀନଗର ଗାଁରେ ଏହି ଘଟଣା ଘଟିଛି। ନେପାଳ ପୋଲିସ ଗୁଳିରେ ୫ ଭାରତୀୟ ଗୁରୁତର ହୋଇଛି ।  ଘଟଣାସ୍ଥଳରେ ହଁ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ଗତ କିଛି ଦିନ ହେଲା ଭାରତ ଓ ନେପାଳ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ନେପାଳ ତାର ଏକ ମ୍ୟାପରେ ଭାରତର କିଛି ଅଂଶକୁ ନିଜର ବୋଲି ଦର୍ଶାଇବା ପରେ ଏହି ବିବାଦ ତେଜିଥିଲା।  ଏହି ଘଟଣାକୁ ନେଇ ଲାଗି ରହିଥିବା ଚାପା ଉତ୍ତେଜନା ଆଜି ବିସ୍ଫୋରକ ରୂପ ନେଇଛି।

ଆଜି ଗୁଳିମାଡ଼ରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏହି ଘଟଣା ପରେ ନେଇ ଜିଲ୍ଲା ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି ।

Advertisment

ସୂଚନାଥାଉକି, ଦୁଇଦେଶ ମଧ୍ୟରେ ନକ୍ସାକୁ ନେଇ ବିବାଦ ଲାଗି ରହିଛି। ଏନେଇ ଭାରତ କହିଛି ଯେ ଏହି ପ୍ରସଙ୍ଗ ଯୋଗୁ ଦୁଇ ଦେଶ ମଧ୍ୟରେ ଅବିଶ୍ୱାସ ଦେଖାଦେଇଛି। ବୁଝାମଣା କରିବା ପୂର୍ବରୁ ନେପାଳ ପ୍ରଥମେ ଭାରତକୁ ବିଶ୍ୱାସ କରିବା ଆବଶ୍ୟକ। ଏ ସମସ୍ତ ଘଟଣା ନେପାଳର ନୂଆ ନକ୍ସାକୁ ନେଇ ଘଟୁଛି। ନୂଆ ନକ୍ସାରେ ନେପାଳ ଭାରତର ମୋଟ ୩୯୫ ବର୍ଗ କିଲୋମିଟରକୁ ନିଜର ଜାଗା ଭାବେ ଦର୍ଶାଇଛି। ସେଥିରେ ଲିମ୍ପିୟାଧୁରା, ଲିପୁଲେଖ , କାଲାପାନି, ଗୁଞ୍ଜୀ, ନାଭି ଓ କାଟି ଗାଁ ଅନ୍ତର୍ଭୁକ୍ତ ।

ନେପାଳ ତା’ର ନକ୍ସାରେ ୬୦ବର୍ଗ କିଲୋମିଟର କାଲାପାନିକୁ ନିଜର ବୋଲି ମଧ୍ୟ ଦର୍ଶାଇଛି। ସେହିଭଳି ୩୯୫ ବର୍ଗ କିଲୋମିଟର ଲିମ୍ପିଆଦୁରା ଉପରେ ମଧ୍ୟ ଦାବି କରିଛି। ନେପାଳର କ୍ୟାବନେଟ୍‌ର ଏକ ବୈଠକରେ ଏହି ନକ୍ସାକୁ ଅନୁମୋଦନ ମିଳିଥିବା ଜଣାପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ