ferry
ଜାକର୍ତ୍ତା: ଇଣ୍ଡୋନେସିଆର ମୋଲୁକ୍କା ସମୁଦ୍ରରେ ଏକ ଯାତ୍ରୀବାହୀ ଜାହାଜରେ ନିଆଁ ଲାଗି ଯିବାରୁ ଜୀବନ ବଞ୍ଚାଇବାକୁ ଯାଇ ଯାତ୍ରୀମାନେ ସମୁଦ୍ରକୁ ଡିଆଁ ମାରୁଥିବା ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହୋଇଛି। ଇଣ୍ଡୋନେସିଆର ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଏଜେନ୍ସି ଶତାଧିକ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଏବେବି ଜଣେ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଯାତ୍ରୀବାହୀ ଜାହାଜ KM Karya Indah, ଟର୍ଣ୍ଣେଟ୍ରୁ ଇଣ୍ଡୋନେସିଆର Sulabe ଦ୍ୱୀପର ସାନାନା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ମୋଲୁକ୍କା ସମୁଦ୍ରରେ ଶିପ୍ର କିଛି ଅଂଶରେ ହଠାତ୍ ନିଆଁ ଲାଗି ଯାଇଥିଲା। ଶନିବାର ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଇଣ୍ଡୋନେସିଆର ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଏଜେନ୍ସି ସମୁଦ୍ରରେ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। ଏହି ସମୟରେ କିଛି ଯାତ୍ରୀ ଜୀବନ ବଞ୍ଚାଇବାକୁ ଯାଇ ସମୁଦ୍ରକୁ ଡିଆଁ ମାରୁଥିବା ନଜର ଆସୁଛି। ଉଦ୍ଧାରକାରୀ ଟିମ୍ ଜାହାଜରୁ ୨୭୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗାଁକୁ ନିଆଯାଇଥିଲା। ହେଲେ ଏବେବି ଜଣେ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି।
ସମୁଦ୍ରରେ ଯାତ୍ରା ଆରମ୍ଭର ୧୫ ମିନିଟ୍ ପରେ ଜାହାଜରେ ନିଆଁ ଲାଗି ଯାଇଥିଲା। ଯାତ୍ରୀବାହୀ ଜାହାଜରେ ୧୮୧ ଜଣ ଯାତ୍ରୀ ଥିବାବେଳେ ୧୪ ଜଣ କ୍ରିୟୁ ମେମ୍ବର୍ସ ଥିଲେ।
ଜାହାଜର ଇଞ୍ଜିନ୍ ରୁମ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ହେଲେ ପ୍ରକୃତରେ କେଉଁ କାରଣ ପାଇଁ ଜାହାଜରେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ferry_1622366278.jpg)