india-pakistan-flag
ୱାସିଂଟନ୍ : ଭାରତ ସହ ଶତ୍ରୁତା, କିନ୍ତୁ ଭାରତର ନାଁ ନେଇ ଟଙ୍କା ଯୋଗାଡ଼ କରୁଛି ଶତ୍ରୁ ଦେଶ । କରୋନା ଭାଇରସ୍ ସଂକ୍ରମଣ ସମୟରେ ଭାରତକୁ ସାହାଯ୍ୟ କରିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛି ପାକିସ୍ତାନୀ ଏନଜିଓ । ଆଉ ଏବେ ସେହି ଟଙ୍କାକୁ ଆତଙ୍କ ସୃଷ୍ଟି କରିବାରେ ଲଗାଯାଉଛି । ଭାରତ ନାରେ ଆଦାୟ ହୋଇଥିବା ଟଙ୍କାରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ସନ୍ଦେହ କରାଯାଉଥିବା ଏକ ରିପୋର୍ଟରେ ଦାବି କରାଯାଇଛି ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବେସରକାରୀ ଏନଜିଓ ଭାରତକୁ ସାହାଯ୍ୟ କରିବା ନାମରେ କୋଟି କୋଟି ଟଙ୍କା ସଂଗ୍ରହ କରିଛି । କରୋନା ସଙ୍କଟ ସମୟରେ ହେଲ୍ପ ଇଣ୍ଡିଆ ବ୍ରିଦ୍ ନାମକ ଏକ ଅଭିଯାନ ଚଳାଇଥିଲା ପାକିସ୍ତାନୀ ଏନଜିଓ । ଅମ୍ଳଜାନ, ଭେଣ୍ଟିଲେଟର ଏବଂ ଟିକା ସମେତ ଅନ୍ୟାନ୍ୟ ଚିକିତ୍ସା ସୁବିଧା କ୍ଷେତ୍ରରେ ଭାରତକୁ ସାହାଯ୍ୟ କରିବା ପାଇଁ ଅପିଲ କରାଯାଇଥିଲା । ଭାରତକୁ ଆର୍ଥିକ ସହାୟତା ଯୋଗାଇବ ପାଇଁ ଲୋକଙ୍କ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ । ଭାରତ ପରି ଦେଶର ବିଶ୍ୱସନୀୟତାକୁ ଧ୍ୟାନରେ ରଖି ଲୋକମାନେ ବହୁତ ଟଙ୍କା ଦେଇଥିଲେ।
ବର୍ତ୍ତମାନ ଏହାକୁ ସବୁଠାରୁ ବଡ ଘୋଟାଲା ବୋଲି କୁହାଯାଇଛି । ପାକିସ୍ତାନୀ ସେନା ସହିତ ଏହି ସଂସ୍ଥା ଗୁଡ଼ିକର ଭଲ ସମ୍ପର୍କ ରହିଛି ଏବଂ ସେମାନଙ୍କ ନିର୍ଦ୍ଦେଶରେ ଏହି ଏନଜିଓ ଗୁଡ଼ିକ ଚାଲୁଛି । ଏଭଳି ପରିସ୍ଥିତିରେ ସହାୟତା ନାମରେ ଆଦାୟ କରାଯାଇଥିବା ଟଙ୍କା ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବା ପାଇଁ ବ୍ୟବହାର କରାଯିବ ବୋଲି କୁହାଯାଉଛି ।
ପାଣ୍ଠି ସଂଗ୍ରହ କରୁଥିବା ସଂସ୍ଥା ଗୁଡ଼ିକରେ ଉତ୍ତର ଆମେରିକାର ଇସଲାମିକ୍ ମେଡିକାଲ୍ ଆସୋସିଏସନ୍ ଅନ୍ତର୍ଭୁକ୍ତ ବୋଲି ରିପୋର୍ଟରୁ ଜଣାପଡ଼ିଛି । ୨୭ ଏପ୍ରିଲ ୨୦୨୧ ରେ ଉତ୍ତର ଆମେରିକାର ଇସଲାମିକ୍ ମେଡିକାଲ୍ ଆସୋସିଏସନ୍ ଇମାନ ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ #Helpindiabreathe ଅଭିଯାନ ଆରମ୍ଭ କରିଥିଲେ । ଏଥିରେ ପ୍ରାରମ୍ଭିକ ସ୍ତରରେ ୧. ୮ କୋଟି ଡଲାର ସଂଗ୍ରହ କରିବାର ଲକ୍ଷ୍ୟ ଥିଲା । ତେବେ ଏହି ଅଭିଯାନରୁ କେତେ ଟଙ୍କା ଆଦାୟ ହୋଇଛି କିମ୍ବା କେଉଁ ପରିମାଣରେ ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ଦେଇନି ସଂସ୍ଥା । ଏହି ସମଗ୍ର ଘଟଣାକୁ ଇତିହାସର ସବୁଠାରୁ ବଡ ଘୋଟାଲା ବୋଲି କହି ରିପୋର୍ଟରେ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/india-pakistan-flag_1623819645.jpg)