Advertisment

ପାକିସ୍ତାନୀ ଡ୍ରୋନ୍‌କୁ ଖସାଇ ଦେଲା ଭାରତୀୟ ସେନା

ଅହମଦାବାଦ: ଗୁଜରାଟର କଚ୍ଛ ଅଞ୍ଚଳରେ ଉଡ଼ୁଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଭାରତୀୟ ସେନା ଖସାଇ ଦେଇଛନ୍ତି। ଗତକାଲି ରାତିରେ ଏହି ଡ୍ରୋନ୍‌କୁ ଅମ୍ବାସା ଗାଁରେ ଖସାଇ ଦିଆଯାଇଥିବା ସୂଚନା ମିଳିଛି। ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରାଜ୍‌ ଫାଇଟର ଜେଟ୍‌ସ୍‌ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର  ବାଲାକୋଟରେ ଅପରେଟ କରୁଥିବା ଜୈଶ-ଏ- ମହମ୍ମଦର କ୍ୟାମ୍ପ୍‌ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ସମେତ ଟ୍ରେନର, ସିନିଅର୍‌ କମାଣ୍ଡର ଓ […]

ପାକିସ୍ତାନୀ ଡ୍ରୋନ୍‌କୁ ଖସାଇ ଦେଲା ଭାରତୀୟ ସେନା

pak drone

Advertisment

ଅହମଦାବାଦ: ଗୁଜରାଟର କଚ୍ଛ ଅଞ୍ଚଳରେ ଉଡ଼ୁଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଭାରତୀୟ ସେନା ଖସାଇ ଦେଇଛନ୍ତି।

Advertisment

ଗତକାଲି ରାତିରେ ଏହି ଡ୍ରୋନ୍‌କୁ ଅମ୍ବାସା ଗାଁରେ ଖସାଇ ଦିଆଯାଇଥିବା ସୂଚନା ମିଳିଛି।

ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରାଜ୍‌ ଫାଇଟର ଜେଟ୍‌ସ୍‌ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର  ବାଲାକୋଟରେ ଅପରେଟ କରୁଥିବା ଜୈଶ-ଏ- ମହମ୍ମଦର କ୍ୟାମ୍ପ୍‌ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ସମେତ ଟ୍ରେନର, ସିନିଅର୍‌ କମାଣ୍ଡର ଓ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ମୃତ୍ୟୁ ଘଟିଛି।

Advertisment

ଗତ ୧୪ ତାରିଖରେ ପୁଲ୍‌ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ