Advertisment

ଅନ୍ତହେଲା ଅପେକ୍ଷା : ଘୋଷଣା ହେଲା ୨୦୨୧ ଓସ୍କାର ପୁରସ୍କାର ବିଜେତା

ନୂଆଦିଲ୍ଲୀ: ୨୦୨୧ର ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଲା “ନୋମେଡଲ୍ୟାଣ୍ଡ” ଏକ ଗାଡି ଉପରେ ଜୀବନଯାପନ କରୁଥିବା ଜଣେ ଆମେରିକୀୟ ମହିଳାଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ମିଳିଛି ୩ଟି ପ୍ରମୁଖ ପୁରସ୍କାର। ଚଳିତ ବର୍ଷର ଏକାଡେମୀ ଆଓ୍ୱାର୍ଡରେ “ନୋମେଡଲ୍ୟାଣ୍ଡ” ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିବା ୩୯ ବର୍ଷୀୟା କ୍ଲୋଇ ଚାଓଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର।  ଓସ୍କାରର ୯୩ ବର୍ଷର ଇତିହାସରେ କ୍ଲୋଇ ଚାଓ ଦ୍ୱିତୀୟ ମହିଳାଭାବେ ଶ୍ରେଷ୍ଠ […]

ଅନ୍ତହେଲା ଅପେକ୍ଷା : ଘୋଷଣା ହେଲା ୨୦୨୧ ଓସ୍କାର ପୁରସ୍କାର ବିଜେତା

1

Advertisment

ନୂଆଦିଲ୍ଲୀ: ୨୦୨୧ର ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଲା “ନୋମେଡଲ୍ୟାଣ୍ଡ” ଏକ ଗାଡି ଉପରେ ଜୀବନଯାପନ କରୁଥିବା ଜଣେ ଆମେରିକୀୟ ମହିଳାଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ମିଳିଛି ୩ଟି ପ୍ରମୁଖ ପୁରସ୍କାର। ଚଳିତ ବର୍ଷର ଏକାଡେମୀ ଆଓ୍ୱାର୍ଡରେ “ନୋମେଡଲ୍ୟାଣ୍ଡ” ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିବା ୩୯ ବର୍ଷୀୟା କ୍ଲୋଇ ଚାଓଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର।  ଓସ୍କାରର ୯୩ ବର୍ଷର ଇତିହାସରେ କ୍ଲୋଇ ଚାଓ ଦ୍ୱିତୀୟ ମହିଳାଭାବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ସେହିପରି ଫିଲ୍ମର ଅଭିନେତ୍ରୀ ଫ୍ରାନ୍ସିସ୍ ମ୍ୟାକଡର୍ମାଣ୍ଡଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।  ଅନ୍ୟପକ୍ଷରେ ବେଷ୍ଟ ଆକ୍ଟର ପୁରସ୍କାର ପାଇଛନ୍ତି ବିଶିଷ୍ଠ ଅଭିନେତା ଆନ୍ଥୋନୀ ହପକିନ୍ସ। ୮୩ ବର୍ଷୀୟ ଏହି ବ୍ରିଟିଶ୍ ଅଭିନେତାଙ୍କୁ ଫିଲ୍ମ ‘ଦି ଫାଦର’ ପାଇଁ ଏହି ପୁରସ୍କାର ମିଳିଛି। ତାଙ୍କୁ ଦ୍ଵିତୀୟ ଥର ପାଇଁ ଏହି ପୁରସ୍କାର ମିଳିଛି। ସେ ପୂର୍ବରୁ 'ଦି ସାଇଲେନ୍ସ ଅଫ୍ ଦ ଲାମ୍'ରେ ଅଭିନୟ ପାଇଁ ଟ୍ରଫି ଜିତିଥିଲେ। ଏହି ପୁରସ୍କାର ଜିତିବାରେ ସେ ସବୁଠାରୁ ବୟସ୍କ ଅଭିନେତା। ଆଣ୍ଟୋନି ହପକିନ୍ସ ବ୍ୟକ୍ତିଗତ ଭାବରେ ୯୩ତମ ଏକାଡେମୀ ପୁରସ୍କାରରେ ତାଙ୍କ ଟ୍ରଫି ନେଇ ନାହାନ୍ତି। ପୁରସ୍କାର ସମାରୋହରେ ପରଲୋକଗତ ଭାରତୀୟ ଅଭିନେତା ଇରଫାନ୍ ଖାନ୍ ଏବଂ କଷ୍ଟ୍ୟୁମ୍ ଡିଜାଇନର୍ ଭାନୁ ଆଥେୟଙ୍କୁ ଫିଲ୍ମ ଜଗତକୁ ସେମାନଙ୍କ ଅବଦାନ ପାଇଁ ସ୍ମରଣ କରାଯାଇଥିଲା। ଅନେକଗୁଡିଏ ହଲିଉଡ୍ ଫିଲ୍ମରେ ଅଭିନୟ କରିଥିବା ଇରଫାନଙ୍କ ଗତବର୍ଷ ଏପ୍ରିଲରେ ପରଲୋକ ହୋଇଥିଲା।

Advertisment

publive-image

ସେହିପରି ପ୍ରଥମ ଭାରତୀୟଭାବେ ଓସ୍କାର ଜିତିଥିବା କଷ୍ଟ୍ୟୁମ ଡିଜାଇନର ଭାନୁ ଆଥେୟଙ୍କ ଗତ ଅକ୍ଟୋବରରେ ଦେହାନ୍ତ ହୋଇଥିଲା। ସେହିପରି ଶ୍ରେଷ୍ଠ ସହ-ଅଭିନେତ୍ରୀଭାବେ ୟୁ ଜଙ୍ଗ ୟୁନ, ଶ୍ରେଷ୍ଠ ସହ-ଅଭିନେତା ଭାବେ ଡାନିଏଲ କୁଲୁୟାଙ୍କୁ ପୁରସ୍କୃତ କରାଯାଇଛି। କଟକଣା ମଧ୍ୟରେ ବିଶ୍ୱର ସବୁଠୁ ସମ୍ମାନଜନକ ଓସ୍କାର ପୁରସ୍କାର ସମାରୋହର ଆୟୋଜନ ଆମେରିକାର ଲସ୍ ଏଞ୍ଜେଲେସର ଦୁଇଟି ସ୍ଥାନ ଡଲବି ଥିଏଟର ଏବଂ ୟୁନିୟନ୍ ଷ୍ଟେସନରେ କରାଯାଇଥିଲା। ସେହିଭଳି  ଲଣ୍ଡନ ଓ ପ୍ୟାରିସରେ ମଧ୍ୟ କଳାକାର ଏବଂ ଟେକ୍ନିସିଆନଙ୍କ ପାଇଁ ଓସ୍କାର ହବ୍ କରାଯାଇଥିଲା।

publive-image

କରୋନା କାରଣରୁ ଏହି ସମାରରୋହ ପ୍ରକୃତ ଧାର୍ଯ୍ୟ ତାରିଖ ଠାରୁ ଦୁଇ ମାସ ବିଳମ୍ବ ହୋଇଥିଲା। ପ୍ରକାଶ ଥାଉକି ଚଳିତ ବର୍ଷ ମାର୍ଚ୍ଚ ୨୩ରେ ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ୍ ଜୋନସ୍ ୯୩ତମ ଏକାଡେମୀ ଆୱାର୍ଡର ନାମାଙ୍କନ ତାଲିକା ଘୋଷଣା କରିଥିଲେ। ସମ୍ମାନଜନକ ସମାରୋହରେ ଯୋଗ ଦେଇଥିବା ସମସ୍ତ ନାମୀଦାମୀ ଅତିଥିମାନଙ୍କୁ ସର୍ବନିମ୍ନ ଦୁଇଟି କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା ଏବଂ କ୍ୟାମେରା ଆଗରେ ଫେସ୍ ମାସ୍କ ପିନ୍ଧିବା ଆବଶ୍ୟକ ନ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ