Advertisment

ସଂକ୍ରମଣ ବଢ଼ୁଥିବାରୁ ବିହାରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଟଣା : ବିହାରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆସନ୍ତା ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା। ବିହାରରେ କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୧୫ ମେ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି…

ଅଦ୍ୟତନ ହୋଇଛି
ସଂକ୍ରମଣ ବଢ଼ୁଥିବାରୁ ବିହାରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

bihar

Advertisment

ପାଟଣା : ବିହାରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆସନ୍ତା ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା। ବିହାରରେ କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୧୫ ମେ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଲାବନ୍ଦ ଘୋଷଣା କରିବା ସହ ଲକଡାଉନର ବିସ୍ତୃତ ଗାଇଡଲାଇ୍ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ମନ୍ତ୍ରୀ ସମୂହଙ୍କ ସହ ଆଲୋଚନା କ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲ ଟ୍ୱିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେଠାରେ ୧୫ ମେ ୨୦୨୧ ପର୍ଯ୍ୟନ୍ତ ରାଜ୍ୟରେ ତାଲାବନ୍ଦ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା । ତେବେ ଲକଡାଉନ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ହସ୍ପିଟାଲ, ନର୍ସିଂହୋମ, ଔଷଧ ଦୋକାନ ଖୋଲା ରହିବ। ତେବେ  ନିୟମ ଉଲ୍ଲଘଂନ କଲେ  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିହାରରେ ଦିନକୁ ଦିନ ସଂକ୍ରମଣ ବେଲଗାମ୍ ହେବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଛି । କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହସ୍ପିଟାଲରେ ବେଡ ଓ ଅକ୍ସିଜେନ୍ ସଙ୍କଟ ଦେଖାଦେଉଛି । ଫଳରେ କରୋନା ସଂକ୍ରମଣ ଚେନରେ ବ୍ରେକ ଲଗାଇବାକୁ ବିହାର ସରକାରଙ୍କ ଉପରେ ଲକଡ।।ଉନ୍ ଲଗାଇବା ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିଲା । ପାଟଣା ହାଇକୋର୍ଟ ମଧ୍ୟ ସରକାରଙ୍କୁ ଏନେଇ ପଶ୍ନ କରିଥିଲେ । ତୁରନ୍ତୁ କିଛି ନିଷ୍ପତ୍ତି ନିଅ, ନହେଲେ ଆମେ ନିଷ୍ପତ୍ତି ନେବୁ ବୋଲି କହିଥିଲେ କୋର୍ଟ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ