Advertisment

ମହାମାରୀରେ ରାଜନୈତିକ ଡୋଜ୍ : ନରେନ୍ଦ୍ର ମୋଦିଙ୍କୁ ବିରୋଧୀଙ୍କ ଖୋଲା ଚିଠି

ନୂଆଦିଲ୍ଲୀ : ମହାମାରୀରେ ରାଜନୈତିକ ଡୋଜ୍ । ଦେଶରେ କରୋନା ସଙ୍କଟ ଲଗାତାର ବୃଦ୍ଧି ପାଉଥିବା ବେଳେ ମୁକାବିଲା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଆଉ ଏହାରି ଭିତରେ ୧୨ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ଅଦ୍ୟତନ ହୋଇଛି
ମହାମାରୀରେ ରାଜନୈତିକ ଡୋଜ୍ : ନରେନ୍ଦ୍ର ମୋଦିଙ୍କୁ ବିରୋଧୀଙ୍କ ଖୋଲା ଚିଠି

modi

Advertisment

ନୂଆଦିଲ୍ଲୀ : ମହାମାରୀରେ ରାଜନୈତିକ ଡୋଜ୍ । ଦେଶରେ କରୋନା ସଙ୍କଟ ଲଗାତାର ବୃଦ୍ଧି ପାଉଥିବା ବେଳେ ମୁକାବିଲା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଆଉ ଏହାରି ଭିତରେ ୧୨ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚିଠି ଲେଖି କରୋନା ସହ ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି।
ଦେଶରେ କରୋନା ଭୟଙ୍କର ସଙ୍କଟ ଏବଂ ଦେଶର ରୁଗ୍‌ଣ ସ୍ୱାସ୍ଥ୍ୟସେବା ନେଇ ୧୨ ଟି ଦଳର ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିତ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚିଠିରେ ବିରୋଧୀ ୯ ଟି ପରାମର୍ଶ ଦେଇଛନ୍ତି। ମାଗଣା କୋଭିଡ ମାଗଣା ଟିକାକରଣରୁ ଆରମ୍ଭ କରି, ବେରୋଜଗାରୀଙ୍କୁ ଭତ୍ତା, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ବନ୍ଦ କରିବାକୁ ଚିଠି ଲେଖି ପରାମର୍ଶ ଦିଆଯାଇଛି ।

Advertisment

ମୋଦି ସରକାରଙ୍କୁ ଦିଆଯାଇଥିବା ପରାମର୍ଶ

୧- ଯେଉଁଠାରୁ ସମ୍ଭବ ହେଉଛି ଟିକା କ୍ରୟ କରନ୍ତୁ

୨- ସାରା ଦେଶରେ ଏକ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଚଳାନ୍ତୁ

୩- ଘରୋଇ ଟିକା ଉତ୍ପାଦନ ବୃଦ୍ଧି କରନ୍ତୁ

୪- ଟିକା ଉତ୍ପାଦନ ବୃଦ୍ଧି ପାଇଁ ଲାଇସେନ୍ସ ହଟାଇବା ଜରୁରୀ

୫- ପିଏମ କେୟାରସ ଫଣ୍ଡରୁ ଅଧିକ ପାଣ୍ଠି ଦିଆଯାଉ

୬- ଟିକା ପାଇଁ ୩୫ ହଜାର କୋଟି ବଜେଟ୍ ଆବଣ୍ଟନ କରାଯାଉ

୭- ସେଣ୍ଟ୍ରାଲ୍ ଭିସ୍ତା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍

୮- ବେକାର ଯୁବକ ଯୁବତୀଙ୍କୁ ମାସକୁ ୮ ହଜାର ଟଙ୍କା ଦିଆଯିବା ଉଚିତ୍

୯- କୃଷି ଆଇନ ପ୍ରତ୍ୟାହାର କରାଯାଉ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏହି ଖୋଲା ଚିଠିରେ ସମସ୍ତ ବିରୋଧୀ ଦଳ ନେତାଙ୍କ ଦସ୍ତଖତ ରହିଛି । ଦେଶରେ ଟିକା ଅଭାବକୁ ନେଇ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ ଦିଆଯାଇଛି । ଟିକାକରଣ ପାଇଁ କେନ୍ଦ୍ର ଏକ ଯୋଜନା ପ୍ରସ୍ତୁତ କରୁ ବୋଲି କହିଛନ୍ତିି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଏହାସହ ଅଖିଳେଶ ଯାଦବ ଲେଖିଛନ୍ତି, ପମ୍ପା କଥା ଛାଡ଼ି ‘ବିଜେପି ସରକାର ଶୀଘ୍ର ସମସ୍ତଙ୍କୁ ମାଗଣା ଟିକା ଦେବା ପାଇଁ ଘୋଷଣା କରିବା ଉଚିତ ।

କେନ୍ଦ୍ର ସରକାରଙ୍କ ଟିକାକରଣ ପାଇଁ କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି ଓ ଏହି କାମ କେତେ ଦିନରେ ଶେଷ ହେବ ତାହା ମଧ୍ୟ ସ୍ପଷ୍ଟ କରନ୍ତୁ। ସଙ୍କଟ ସମୟରେ ଏକ ନିର୍ଦ୍ଦିଷ୍ଟ ରଙ୍ଗର ବେଲୁନରେ ହସ୍ପିଟାଲକୁ ସଜାଇବା ବନ୍ଦ କରି ଟିକାକରଣ ଉପରେ ଗୁରୁତ୍ୱ ଦେବା ଉଚିତ୍‌ । ଟିକାକରଣକୁ ପ୍ରଚାରର ମାଧ୍ୟମ ନକରିବାକୁ କହିଛନ୍ତି ବିରୋଧୀ । ତେବେ ୟୁପି ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂ, ଅଖିଳେଶ ଯାଦବଙ୍କ ଦାବିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଟିକାକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ