up
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଲଗାତାର କରୋନା ସଂକ୍ରମଣ ଥମିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବାରୁ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ଯୋଗୀ ସରକାର । ଆଜି ଠାରୁ ସାରା ରାଜ୍ୟରେ ସମସ୍ତ ସରକାରୀ ହସ୍ପିଟାଲରେ ଓପିଡି ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ସହ ଅନ୍ୟ ରୋଗରେ ପୀଡ଼ିତ ରୋଗୀଙ୍କୁ ହସ୍ପିଟାଲରେ ଆଡମିଟ୍ କରିବାକୁ ତଥା ଠିକ ସମ୍ରରେ ଚିକିତ୍ସା ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟ ରୋଗରେ ପୀଡ଼ିତ ରୋଗୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଜଣେ ସରକାରୀ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି କ୍ରମେ ଅତ୍ୟ ରୋଗୀରେ ପୀଡ଼ିତ ଲୋକଙ୍କୁ ଆଶ୍ୱସ୍ତି ମିଳିବ । କରୋନା ସଂକ୍ରମିତଙ୍କ ବ୍ୟତୀତ ସାଧାରଣ ରୋଗୀମାନେ ହସ୍ପିଟାଲରେ ଡାକ୍ତରମାନଙ୍କୁ ଦେଖାଇ ପାରିବେ । ଉପଯୁକ୍ତ ପରାମର୍ଶ ପାଇବା ପରେ ଚିକିତ୍ସା ଓ ଅପରେସନ୍ ଆଦି ସହଜ ହେବ। ସଂକ୍ରମଣର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଯେଉଁ ରୋଗୀଙ୍କ ଅପରେସନ୍ ତିନିମାସ ଧରି ବନ୍ଦ ରହିଥିଲା ସେମାନଙ୍କ ପାଇଁ ଚକିତ୍ସା ସୁବିଧା ସରଳ ହେବ ।
ଏବେ ଗର୍ଭବତୀ ମହିଳାଙ୍କ ସମେତ ଶିଶୁଙ୍କର ଚିକିତ୍ସା ମଧ୍ୟ ସହଜରେ ହୋଇପାରିବ । ମାର୍ଚ୍ଚରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଅନେକ ସହରରେ କରୋନା କର୍ଫ୍ୟୁ ଲାଗୁ କରାଯାଇଥିଲା । ନିର୍ଦ୍ଦେଶ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଠାରୁ ଇନଡୋର ଓ ଆଉଟଡୋର ରୋଗୀ ସେବା ଆରମ୍ଭ ହୋଇଯାଉଛି ।
ସେହିପରି କରୋନା ସଂକ୍ରମଣ ରୋକିବାକୁ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ କରୋନା ଚେନ୍ ଭାଙ୍ଗିବା ପାଇଁ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଗାଁ ତଥା ସହରାଞ୍ଚଳ ୱାର୍ଡରେ ‘ମୋ ଗାଁ, କରୋନା ମୁକ୍ତ ଗାଁ’ ଏବଂ ‘ମୋ ୱାର୍ଡ କରୋନା ମୁକ୍ତ ୱାର୍ଡ’ ଅଭିଯାନ କରିବାକୁ ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ସର୍ବୋତ୍ତମ କାର୍ଯ୍ୟ କରୁଥିବା ତିନୋଟି ଗାଁ ଏବଂ ତିନୋଟି ୱାର୍ଡକୁ ପୁରସ୍କାର ପ୍ରଦାନ କରାଯିବ । ଏଥିସହ ବିକାଶମୂଳକ କାର୍ଯ୍ୟ ପାଇଁ ସରକାର ଏହିପରି ଗାଁ ଏବଂ ୱାର୍ଡକୁ ଅତିରିକ୍ତ ଅର୍ଥ ପ୍ରଦାନ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/up_1622779667.jpg)