Advertisment

ମହାମାରୀରେ ମନ କିଣିନେଲେ ଦୃଷ୍ଟିବାଧିତ ଯୁବତୀ ବୋଡୁ ନାଗା ଲକ୍ଷ୍ମୀ

ସହାୟତାର ହାତ ବଢ଼ାଇଲେ ଦେଶର ସବୁଠାରୁ ଧନୀ ଯୁବତୀ ସୋନୁ ସୁଦ ଫାଉଣ୍ଡେସନକୁ ୧୫୦୦୦ ସହାୟତା ରାଶି ପ୍ରଦାନ କଲେ ଦୃଷ୍ଟିବାଧିତ ଯୁବତୀ ସୋନୁ କହିଲେ, ଯନ୍ତ୍ରଣା ଦେଖିବାକୁ ଆଖିର ଆବଶ୍ୟକତା ନାହିଁ ଭାରତର ସବୁଠାରୁ ଧନୀ ଯୁବତୀ ବୋଡୁ ନାଗା…

ମହାମାରୀରେ ମନ କିଣିନେଲେ ଦୃଷ୍ଟିବାଧିତ ଯୁବତୀ ବୋଡୁ ନାଗା ଲକ୍ଷ୍ମୀ

naga laxmi

Advertisment
  • ସହାୟତାର ହାତ ବଢ଼ାଇଲେ ଦେଶର ସବୁଠାରୁ ଧନୀ ଯୁବତୀ
  • ସୋନୁ ସୁଦ ଫାଉଣ୍ଡେସନକୁ ୧୫୦୦୦ ସହାୟତା ରାଶି ପ୍ରଦାନ କଲେ ଦୃଷ୍ଟିବାଧିତ ଯୁବତୀ
  • ସୋନୁ କହିଲେ, ଯନ୍ତ୍ରଣା ଦେଖିବାକୁ ଆଖିର ଆବଶ୍ୟକତା ନାହିଁ
Advertisment

ଭାରତର ସବୁଠାରୁ ଧନୀ ଯୁବତୀ ବୋଡୁ ନାଗା ଲକ୍ଷ୍ମୀ । ସେ ଧନରେ ବଡ଼ ହୋଇ ନାରପାରନ୍ତି, କିନ୍ତୁ ମନରେ ବଡ଼, ବଡ଼ ପଣିଆରେ ବଡ଼, ଦୁଃଖୀଙ୍କୁ ସାହାଯ୍ୟ କରିବାରେ ବଡ଼ । ମହାମାରୀର ମହାସଙ୍କଟ ମଧ୍ୟରେ ହୃଦୟ ଜିତିନେଲେ ଦୃଷ୍ଟିବାଧିତ ଯୁବତୀ । ସଂକ୍ରମଣ ପ୍ରବଣତାରେ ଲୋକଙ୍କ ମସିହା ସାଜିଥିବା ସୋନୁ ସୁଦଙ୍କ ଫାଉଣ୍ଡେସନକୁ ୧୫୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଆଉ ତାଙ୍କ ଠାରୁ ସହାୟତା ରାଶି ଗ୍ରହଣ କରି ଦୃଷ୍ଟିବାଧିତ ଯୁବତୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସୋନୁ ସୁଦ୍ ।

ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁ ପ୍ୱରିକୁଣ୍ଟାପଡ଼ୁର ଝିଅ ବୋଡୁ ନାଗା ଲକ୍ଷ୍ମୀ । ଜନ୍ମରୁ ଦୃ୍‌ଷ୍ଟିବାଧିକ । ହେଲେ ଭିନ୍ନକ୍ଷମ ବୋଲି କେବେ ହାରି ଯାଇନାହାନ୍ତି । ଦୃଢ଼ପ୍ରତ୍ୟୟ ହୋଇ ନିଜେ ନିଜ ଦାୟିତ୍ୱ ନେଉଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲେ ସେ ଜଣେ ସଫଳ ୟୁଟ୍ୟୁବର । ନିଜ ଆଖିରେ ସେ ଦୁନିଆ ଦେଖି ପାରୁନାଆନ୍ତି, ସିନା ଅଦୃଶ୍ୟ ଭାଇରସରେ କବଳିତ ଲୋକଙ୍କ ବ୍ୟଥାକୁ ଭଲରେ ହୃଦୟଙ୍ଗମ କରିପାରୁଛନ୍ତି । ଆଉ ଏଥିପାଇଁ ସେମାନଙ୍କୁ ସାଧ୍ୟମତେ ସହଯୋଗ କରିବାକୁ ସୋନୁ ସୁଦଙ୍କ ଫାଉଣ୍ଡେସନକୁ କିଛି ରାଶି ପ୍ରଦାନ କରିଛନ୍ତି । ତେବେ ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ଗରିବଙ୍କ ଦେବଦୂତ ସୋନୁ ସୁଦ୍ । ସୋନୁଙ୍କ କାର୍ଯ୍ୟ ଦେଖି ବିଶ୍ୱା ସାରା ଲୋକେ ତାଙ୍କୁ ପ୍ରଶଂସାରେ ପୋତି ପକାଉଥିବା ବେଳେ ସେ ନିଜେ କିନ୍ତୁ ବୋଡୁ ନାଗା ଲକ୍ଷ୍ମୀଙ୍କର ବଡ଼ ପ୍ରଶଂସକ ପାଲଟି ଯାଇଛନ୍ତି ।

Advertisment

ବୋଡୁ ନାଗା ଲକ୍ଷ୍ମୀଙ୍କଙ୍କ ଫଟୋ ସେୟାର କରି ସୋନୁ କହିଛନ୍ତି, ଏହି ଯୁବତୀ ତାଙ୍କ ଫାଉଣ୍ଡେସନକୁ ୧୫୦୦୦ ଟଙ୍କା ଦାନ କରିଛନ୍ତି। ମୋ ପାଇଁ ସେ ଦେଶର ସବୁଠାରୁ ଧନୀ ଯୁବତୀ । ମୋ ମତରେ କାହାର ଯନ୍ତ୍ରଣା ଦେଖିବା ପାଇଁ ଆଖିର ଆବଶ୍ୟକତା ନାହିଁ । କାରଣ ଆଖି ନଥାଇ ମଧ୍ୟ ଲୋକଙ୍କ ଦୁଃଖ, କଷ୍ଟ, ଯନ୍ତ୍ରଣାକୁ ଠିକ ବୁଝି ପାରୁଛନ୍ତି ବୋଡୁ ନାଗା ଲକ୍ଷ୍ମୀ । ଆଉ ସେ ଲୋକଙ୍କୁ ସାହାଯ୍ୟ କରିବାକୁ ତାଙ୍କର ପାଞ୍ଚ ମାସର ଭତ୍ତା ରାଶି ଦାନ କରିଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ