Advertisment

୨୦ ବର୍ଷ ପରେ ବି ମିଳିନି ନ୍ୟାୟ ; ଦିଲ୍ଲୀରେ ଘୁରି ବୁଲୁଛନ୍ତି କଳାହାଣ୍ଡିର ଯୁବତୀ

ନୂଆଦିଲ୍ଲୀ :  ଦୀର୍ଘ ୨୦ ବର୍ଷ ଧରି ନ୍ୟାୟ ପାଇଁ ପ୍ରାର୍ଥନା। ଓଡ଼ିଶାରୁ ଯାଇ ଦିଲ୍ଲୀରେ ବୁଲି ବୁଲି ବାପାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ଯୁବତୀ। ୧୯୯୯ମସିହାରେ ଜମିବାଡ଼ି ବିବାଦରୁ ବାପାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲେ ବି ଆଜିଯାଏ ହତ୍ୟାକାରୀଙ୍କୁ ଦଣ୍ଡ ମିଳିନାହିଁ। ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଜିଲ୍ଲା ପୁଲିସ ଓ ରାଜ୍ୟ ପୁଲିସ ପାଖରେ ନିବେଦନ କରି ବିଫଳ ହେବା ପରେ ଦିଲ୍ଲୀରେ ପହଞ୍ଚିଛନ୍ତି କଳାହାଣ୍ଡି ଜିଲ୍ଲା […]

୨୦ ବର୍ଷ ପରେ ବି ମିଳିନି ନ୍ୟାୟ ; ଦିଲ୍ଲୀରେ ଘୁରି ବୁଲୁଛନ୍ତି କଳାହାଣ୍ଡିର ଯୁବତୀ

rukshana

Advertisment

ନୂଆଦିଲ୍ଲୀ :  ଦୀର୍ଘ ୨୦ ବର୍ଷ ଧରି ନ୍ୟାୟ ପାଇଁ ପ୍ରାର୍ଥନା। ଓଡ଼ିଶାରୁ ଯାଇ ଦିଲ୍ଲୀରେ ବୁଲି ବୁଲି ବାପାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ଯୁବତୀ।

Advertisment

୧୯୯୯ମସିହାରେ ଜମିବାଡ଼ି ବିବାଦରୁ ବାପାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲେ ବି ଆଜିଯାଏ ହତ୍ୟାକାରୀଙ୍କୁ ଦଣ୍ଡ ମିଳିନାହିଁ। ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଜିଲ୍ଲା ପୁଲିସ ଓ ରାଜ୍ୟ ପୁଲିସ ପାଖରେ ନିବେଦନ କରି ବିଫଳ ହେବା ପରେ ଦିଲ୍ଲୀରେ ପହଞ୍ଚିଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ରୁକ୍‌ସାନା ଓ ମାଆ ସାହିଦା।

ରୁକ୍‌ସାନାଙ୍କ ଅଭିଯୋଗ ଯେ, ଜମି ବିବାଦରୁ ୧୯୯୯ମସିହାରେ ବାପା ଅବଦୁଲ ହବିବଙ୍କୁ ବଡ଼ବାପା ଓ ପରିବାର ଲୋକେ ମିଶି ବିଷଦେଇ ହତ୍ୟା କରିଥିଲେ। ସେତେବେଳେ ରୁକ୍‌ସାନାଙ୍କ ମାଆ ସାହିଦା ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଏନେଇ କୌଣସି ପଦକ୍ଷେପ ନେଲାନାହିଁ। ପରେ ରୁକ୍‌ସାନା ବଡ଼ ହେବାରୁ ୨୦୧୨ରୁ ୧୭ ମଧ୍ୟରେ ସବୁ ସ୍ତରରେ ଉଦ୍ୟମ କରିଥିଲେ।

Advertisment

ରାଜ୍ୟରେ ନ୍ୟାୟ ପାଇବାକୁ ବିଫଳ ହେବା ପରେ ମାଆଙ୍କ ସହ ଦିଲ୍ଲୀରେ ପହଞ୍ଚି ୨୦୧୮ରୁ ଜନ୍ତରମନ୍ତରରେ ଧାରଣା ଦେଇଥିଲେ। ୬୨ ଦିନର ଧାରଣା ପରେ ପିଏମ୍ଓ ଏବଂ ଗୃହ ବିଭାଗ ପକ୍ଷରୁ କଳାହାଣ୍ଡି ଏସ୍‌ପିଙ୍କୁ ତଦନ୍ତ ପାଇଁ କୁହାଯାଇଥିଲା। ହେଲେ ଏ ଯାଏ କାର୍ଯ୍ୟକାରୀ ନ ହେବାରୁ ଦିଲ୍ଲୀରେ ବୁଲି ବୁଲି ପୋଷ୍ଟର ମାରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ରୁକ୍‌ସାନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ