Advertisment

ସଂସଦରେ ଅାସାମ ନାଗରିକ ପଞ୍ଜିକା ତାତି

ନୂଆଦିଲ୍ଲୀ: ଆସାମ ନାଗରିକ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ସଂସଦରେ ତାତି ଦେଖିବାକୁ ମିଳିଥିଲା। ଗୃହ ଭିତରେ ନାରାବାଜି ସହ ବାହାରେ ପ୍ଲାକାର୍ଡ ଧରି ବିରୋଧୀମାନେ ପ୍ରତିବାଦ କରିଥିଲେ। ଅନ୍ୟ ରାଜ୍ୟର ନାଗରିକମାନଙ୍କୁ ବାହାର କରିବାପାଇଁ ଏପରି ଚକ୍ରାନ୍ତ କରାଯାଉଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ଚିହ୍ନଟ ପ୍ରକ୍ରିୟା କେବଳ ଲୋକମାନଙ୍କର ଦାୟିତ୍ୱ ନୁହେଁ ଏଥିପାଇଁ ସରକାର ମଧ୍ୟ ସମପରିମାଣରେ ଦାୟୀ ବୋଲି […]

ସଂସଦରେ ଅାସାମ ନାଗରିକ ପଞ୍ଜିକା ତାତି

vlcsnap-error871

Advertisment

ନୂଆଦିଲ୍ଲୀ: ଆସାମ ନାଗରିକ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ସଂସଦରେ ତାତି ଦେଖିବାକୁ ମିଳିଥିଲା। ଗୃହ ଭିତରେ ନାରାବାଜି ସହ ବାହାରେ ପ୍ଲାକାର୍ଡ ଧରି ବିରୋଧୀମାନେ ପ୍ରତିବାଦ କରିଥିଲେ। ଅନ୍ୟ ରାଜ୍ୟର ନାଗରିକମାନଙ୍କୁ ବାହାର କରିବାପାଇଁ ଏପରି ଚକ୍ରାନ୍ତ କରାଯାଉଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ଚିହ୍ନଟ ପ୍ରକ୍ରିୟା କେବଳ ଲୋକମାନଙ୍କର ଦାୟିତ୍ୱ ନୁହେଁ ଏଥିପାଇଁ ସରକାର ମଧ୍ୟ ସମପରିମାଣରେ ଦାୟୀ ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ ଗୃହରେ ପ୍ରଶ୍ନ ଉଠାଇଥିଲେ। ଏଥିସହ ବାଦ୍ ପଡ଼ିଥିବା ୪୦ହଜାର ଲୋକଙ୍କୁ ଯେପରି କୌଣସି ପ୍ରକାର ହଇରାଣ ହରକତ କରା ନ ଯିବ ସେଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଶ୍ଚିତ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

Advertisment

କଂଗ୍ରେସ ସହ ତୃଣମୂଳ କଂଗ୍ରେସ ସାଂସଦମାନେ ତାଲିକାକୁ କଡ଼ା ବିରୋଧ କରିଥିଲେ। କେନ୍ଦ୍ର ସରକାର କରିଥିବା ଅମାନବୀୟ ନିଷ୍ପତ୍ତି ଦ୍ୱାରା ଅନେକ ଲୋକ ପ୍ରଭାବିତ ହେବେ। ତେଣୁ ଏହାଉପରେ ତୁରନ୍ତ ଆଲୋଚନା ପାଇଁ ତୃଣମୂଳ କଂଗ୍ରେସ ସାଂସଦମାନେ ଅଡ଼ି ବସିଥିଲେ। ଆମ୍‌ ଆଦମି ପାର୍ଟି ଓ ବିଏସ୍‌ପି ପକ୍ଷରୁ ଗୃହ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରାଯାଇଛି।

ସେପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଏହାକୁ ନେଇ ଗୃହରେ ଉତ୍ତର ରଖିଥିଲେ। ୧୯୮୫ରେ ତତ୍କାଳୀନ ରାଜୀବ ଗାନ୍ଧି ସରକାର ଆସାମ ଚୁକ୍ତି ସ୍ୱାକ୍ଷରିତ କରି ନାଗରିକ ପଞ୍ଜିକା ଭଳି ଏକ ତାଲିକା ପ୍ରସ୍ତୁତ କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିପାରି ନଥିଲେ। ଏଥିପାଇଁ ସେମାନଙ୍କର ସାହସ ନଥିଲା। କିନ୍ତୁ ମୋଦି ସରକାର ଏହାକୁ କାର୍ଯ୍ୟକାରୀ କରି ନୂଆ ଦିଶା ଦେଖାଇଛନ୍ତି ବୋଲି କହିବା ପରେ କଂଗ୍ରେସ ସଦସ୍ୟମାନେ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ।

Advertisment

୧୯୭୧ ମସିହା ମାର୍ଚ୍ଚ ୨୧ ପରଠାରୁ ଯେଉଁମାନେ ଆସାମରେ ରହୁଥିବା ପ୍ରମାଣପତ୍ର ଦାଖଲ କରିଛନ୍ତି ସେମାନଙ୍କୁ ନାଗରିକ ପ୍ରମାଣ ପତ୍ର ମିଳିଛି। ଗତକାଲି ଘୋଷଣା ହୋଇଥିବା ଏହି ତାଲିକାରେ ପ୍ରାୟ ୪୦ଲକ୍ଷ ଲୋକ ବାଦ୍ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ