Advertisment

କରୋନା ପରେ ଚୁଟି ଝଡ଼ିବା ଓ ଚର୍ମ ସମ୍ମନ୍ଧୀୟ ରୋଗର ଶିକାର ହେଉଛନ୍ତି ଲୋକେ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ଏପ୍ରିଲ ପରେ ପ୍ରଥମ ଥର ପାଇଁ ଦେଶରେ ଗତ ମଙ୍ଗଳବାର ଏକ ଲକ୍ଷରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମୁଥିବା ବେଳେ ମୃତ୍ୟୃ ସଂଖ୍ୟା…

ଅଦ୍ୟତନ ହୋଇଛି
କରୋନା ପରେ ଚୁଟି ଝଡ଼ିବା ଓ ଚର୍ମ ସମ୍ମନ୍ଧୀୟ ରୋଗର ଶିକାର ହେଉଛନ୍ତି ଲୋକେ

skin

Advertisment

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ଏପ୍ରିଲ ପରେ ପ୍ରଥମ ଥର ପାଇଁ ଦେଶରେ ଗତ ମଙ୍ଗଳବାର ଏକ ଲକ୍ଷରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମୁଥିବା ବେଳେ ମୃତ୍ୟୃ ସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । କିନ୍ତୁ କିରୋନର ସୁସ୍ଥ ହେବାପରେ ଲୋକଙ୍କ ଠାରେ ନଖ ଓ ଚୁଟି ଝଡ଼ିବା ପରି ସମସ୍ୟା ଦେଖାଦେଉଛି । ଆଉ କିଛି ରୋଗୀଙ୍କ ଠାରେ ଯାଦୁ ପରି ସମସ୍ୟା ଦେଖିବାକୁ ମିଳୁଛି । ଏପରିସ୍ଥଳେ ଲକ୍ଷଣ ବୃଦ୍ଧି ପାଉଥିଲେ ଅଣଦେଖା ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

Advertisment

ମୁମ୍ବାଇ, ଦିଲ୍ଲୀ ଏବଂ ଅନ୍ୟ କେତେକ ବଡ ସହରର ଡାକ୍ତରମାନେ କହିଛନ୍ତି, କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ଠାରେ ଚର୍ମ ରୋଗ ଦେଖିବାକୁ ମିଳୁଛି । ସମସ୍ତଙ୍କ ଠାରେ ଏକ ସାଧାରଣ ରୋଗ ଦେଖିବାକୁ ମିଳୁଛି । ଅଧିକାଂଶ ଲୋକେ ଠାରେ ଯାଦୁରେ ସମସ୍ୟା ଦେଖାଦେଉଛି । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ ଡକ୍ଟର ଡିଏମ ମହାଜନ କହିଛନ୍ତି, ଅନେକ ରୋଗୀଙ୍କ ଠାରେ ପ୍ରଥମ ଥର ପାଇଁ ହର୍ପିସ୍ ବା ଯାଦୁ ସମସ୍ୟା ଦେଖିବାକୁ ମିଳୁଛି ।

ସେହିପରି ମୁମ୍ବାଇର ଚର୍ମରୋଗ ବିଶେଷଜ୍ଞ ତଥା ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସୋନାଲି କୋହଲି ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କରୋନା ସଂକ୍ରମଣ ହେତୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଫଳରେ ସେମାନେ ଚର୍ମ, ବାଳ ଝଡ଼ିବା ଏବଂ ନଖ ରୋଗ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Advertisment

ସୂଚନାଯୋଗ୍ୟ ଦେଶରେ କରୋନା ରିକଭରି ରେଟ୍ ୯୪.୩ ପ୍ରତିଶତକୁ ବୃଦ୍ଧି ପାଇଛି। ୧୫ଟି ରାଜ୍ୟରେ ୫ ପ୍ରତିଶତ ତଳେ ପଜିଟିଭିଟି ହାର ରହିଛି। ଏନେଇ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମସ୍ତଙ୍କୁ ମାଗଣା ଟିକା ଘୋଷଣା ପରେ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି ହୋଇଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ସେନେଇ ନିର୍ଣ୍ଣୟ କରିବ ରାଜ୍ୟ। ରାଜ୍ୟର ଲୋକସଂଖ୍ୟା, ରୋଗୀ ଅନୁପାତ, ଟିକାକରଣ ଦେଖି ଟିକା ବଣ୍ଟନ କରାଯିବ।

Corona Symptoms
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ