Advertisment

କରୋନା ଭୂତାଣୁ ସହ ଲଢ଼ିବ ଭାଇରସାଇଡାଲ୍ ମାସ୍କ

ନୂଆଦିଲ୍ଲୀ: କଟନ୍ ମାସ୍କ, ସର୍ଜିକାଲ୍ ମାସ୍କ, ଥ୍ରୀ-ଲେୟର୍ ମାସ୍କ, N-95 ମାସ୍କ… କରୋନା ମହାମାରୀ ବ୍ୟାପିବା ଦିନଠୁ ଏମିତି ଅନେକ ପ୍ରକାରର ମାସ୍କ ନାଁ ଆପଣମାନେ ଶୁଣିଥିବେ। କିନ୍ତୁ ଆଗକୁ ବଜାରକୁ ଆସିବାକୁ ଯାଉଛି ଆଉ ଏକ ନୂଆ ମାସ୍କ, ଯାହାର…

କରୋନା ଭୂତାଣୁ ସହ ଲଢ଼ିବ ଭାଇରସାଇଡାଲ୍ ମାସ୍କ

mask

Advertisment

ନୂଆଦିଲ୍ଲୀ: କଟନ୍ ମାସ୍କ, ସର୍ଜିକାଲ୍ ମାସ୍କ, ଥ୍ରୀ-ଲେୟର୍ ମାସ୍କ, N-95 ମାସ୍କ… କରୋନା ମହାମାରୀ ବ୍ୟାପିବା ଦିନଠୁ ଏମିତି ଅନେକ ପ୍ରକାରର ମାସ୍କ ନାଁ ଆପଣମାନେ ଶୁଣିଥିବେ। କିନ୍ତୁ ଆଗକୁ ବଜାରକୁ ଆସିବାକୁ ଯାଉଛି ଆଉ ଏକ ନୂଆ ମାସ୍କ, ଯାହାର ନାଁ ଭାଇରସାଇଡାଲ୍ ମାସ୍କ(Virucidal Mask) ରଖାଯାଇଛି। ଏହି ମାସ୍କ ଭୂତାଣୁ ନଷ୍ଟ କରିଦେବ ବୋଲି କୁହାଯାଉଛି।

Advertisment

ଏହି ମାସ୍କରେ ନୂଆ କ’ଣ ? କରୋନାରୁ ସୁରକ୍ଷା ଦେବାରେ ଏହା କେତେ ଉପଯୋଗୀ, ଆସନ୍ତୁ ଜାଣନ୍ତୁ…

Virucidal Mask କେବଳ କରୋନା ଭୂତାଣୁକୁ ରୋକିବନି ବରଂ ଭାଇରସ୍‌କୁ ଆକ୍ରମଣ କରିବ ଓ ଏହାସହ ଲଢ଼ିବ ଏବଂ ଶେଷରେ ଭୂତାଣୁକୁ ନଷ୍ଟ କରିଦେବ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଟେକ୍ନୋଲୋଜି ଡେଭଲପମେଣ୍ଟ୍‌ ବୋର୍ଡର ସହଯୋଗରେ ପୁଣେର ଷ୍ଟାର୍ଟ ଅପ୍ କମ୍ପାନୀ ଥିଙ୍କର ଟେକ୍ନୋଲୋଜିସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ସ୍ୱତନ୍ତ୍ର ଧରଣର ମାସ୍କ ତିଆରି କରିଛି।

Advertisment

ଏହି ମାସ୍କ ଭାଇରସ୍‌କୁ ମାରୁଥିବାରୁ ଏହାକୁ ଭାଇରସାଇଡାଲ୍ ମାସ୍କ କୁହାଯାଉଛି। ଏହି ମାସ୍କକୁ ଥ୍ରୀ-ଡି ପ୍ରିଣ୍ଟିଂ ଦ୍ୱାରା ତିଆରି କରାଯାଇଛି ଏବଂ ଏହାର ବାହାର ପଟେ ଏକ ଆଣ୍ଟି-ଭାଇରାଲ୍ ଲେୟର୍ ବା ଭୂତାଣୁ ନାଶକ ରାସାୟନିକ ପରସ୍ତ ରହିଛି। ତେଣୁ ଏହି ଭାଇରସାଇଡାଲ୍ ମାସ୍କ କରୋନା ସଂକ୍ରମଣରୁ ସୁରକ୍ଷା ଦେବାରେ N-95 ଠାରୁ ବି ଅଧିକ ପ୍ରଭାବଶାଳୀ ବୋଲି ଏହାର ନିର୍ମାତା ଦାବି କରିଛନ୍ତି।

କଂପାନୀ ପକ୍ଷରୁ ଏହି ମାସ୍କର ପ୍ୟାଟେଣ୍ଟ ପାଇଁ ଆବେଦନ କରାଯାଇଛି ଏବଂ ଏହାର ବାଣିଜ୍ୟିକ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬ ହଜାରଟି ଏହି  ମାସ୍କ ଉତ୍ପାଦନ କରାଯାଇ ଏକ NGO ସହାୟତାରେ ମହାରାଷ୍ଟ୍ରର ୨ଟି ହସ୍ପିଟାଲ, ବେଙ୍ଗାଲୁରୁର ସ୍ୱାସ୍ଥ୍ୟକର୍ମୀ, ସ୍କୁଲ ଓ କଲେଜରେ ବିତରଣ କରାଯାଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ