Advertisment

ବିହାର ମୁଖ୍ୟମନ୍ତ୍ରୀଙ୍କ ଭାଣିଜି କରୋନାରେ ଆକ୍ରାନ୍ତ

ପାଟଣା: ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରୋନା ଏଣ୍ଟ୍ରି କରିସାରିଛି। ଏହିକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଯାହାକୁ ନେଇ ସବୁ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ତ୍ତମାନ ତାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହାସହ ତାଙ୍କର ପୂରା ପରିବାରକୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି ଏବଂ ସମସ୍ତଙ୍କର ଟେଷ୍ଟ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଭାଣିଜି ମଧ୍ୟ ସିଏମ୍ ବାସଭବନରେ ରୁହନ୍ତି। […]

ବିହାର ମୁଖ୍ୟମନ୍ତ୍ରୀଙ୍କ ଭାଣିଜି କରୋନାରେ ଆକ୍ରାନ୍ତ

nitish

Advertisment

ପାଟଣା: ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରୋନା ଏଣ୍ଟ୍ରି କରିସାରିଛି। ଏହିକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଯାହାକୁ ନେଇ ସବୁ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ତ୍ତମାନ ତାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହାସହ ତାଙ୍କର ପୂରା ପରିବାରକୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି ଏବଂ ସମସ୍ତଙ୍କର ଟେଷ୍ଟ ମଧ୍ୟ କରାଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଭାଣିଜି ମଧ୍ୟ ସିଏମ୍ ବାସଭବନରେ ରୁହନ୍ତି। ସୋମବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ ପାଟଣାସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଥିଲା। ତେବେ ନୀତୀଶ କୁମାର ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି କି ନାହିଁ, ତା'ର କୌଣସି ସୂଚନା ମିଳିନାହିଁ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୁଲାଇ ୪ ତାରିଖରେ ନିଜର କରୋନା ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ନେଗେଟିଭ୍ ଆସିଥିଲା। ଶନିବାର ସକାଳେ ବିଧାନ ପରିଷଦର ସଭାପତିଙ୍କ କରୋନା ରିପୋର୍ଟ ପଜିଟିଭ୍ ବାହାରିବା ପରେ ଖୋଦ୍ ନୀତୀଶ କୁମାର ନିଜର ଟେଷ୍ଟ କରାଇବା ସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଇଥିଲେ।

Advertisment

ସୂଚନାଯୋଗ୍ୟ, ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ଅତିକ୍ରମ କରିଛି। ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ବିହାରରେ ସଂକ୍ରମିତଙ୍କ ସଂଖ୍ୟା ୧୨,୧୨୫ ହଜାରରେ ପହଞ୍ଚିଛି, ଯେଉଁଥିରେ ୯୭ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାରୁ ୮୯୯୭ ଲୋକ ସୁସ୍ଥ ହୋଇଥିବା ବେଳେ ୩୦୩୧ ଜଣ ସକ୍ରିୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ