nusrat jahan and nikhil jain 5
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍ସି ସାଂସଦ ନୁସରତ୍ ଜହାଁ ବିଜ୍ନେସ୍ ମ୍ୟାନ୍ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍) ନୁହେଁ ବୋଲି କହିବା ସହ ନିଖିଲଙ୍କ ବିରୋଧରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଖୁଲାସା କରି ନୁସରତ୍ କହିଥିଲେ, ସେମାନେ(ନୁସରତ୍ ଓ ନିଖିଲ) ସେମାନଙ୍କର ରାସ୍ତା ବାଛି ସାରିଛନ୍ତି। ‘ତୁର୍କୀ ଲ’ ଅନୁସାରେ, ନିଖିଲଙ୍କ ସହ ହୋଇଥିବା ତାଙ୍କର ବିବାହ ଭାରତରେ ବୈଧ ନୁହେଁ ବୋଲି ନୁସରତ୍ କହିଥିଲେ। ତେବେ ବୈବାହକି ଜୀବନ, ପରିବାର ଓ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଶେଷରେ ନିଖିଲ ମୁହଁ ଖୋଲିଛନ୍ତି।
/odishatv-khabar/media/post_attachments/wp-content/uploads/2021/06/nusrat-jahan-and-nikhil-jain-3-1.jpg)
ଏକ ବୟାନ ଜାରି କରି ନିଖିଲ କହିଛନ୍ତି,“ଭଲ ପାଇବା ନଥିଲା। ତଥାପି ମୁଁ ବିବାହ ପାଇଁ ନୁସରତ୍ଙ୍କୁ ପ୍ରପୋଜ କରିଥିଲି ଓ ଏହି ପ୍ରସ୍ତାବକୁ ଖୁସିରେ ସେ ଆପଣାଇ ଥିଲେ। ଡେଷ୍ଟିନେସନ୍ ୱେଡିଂ ପାଇଁ ୨୦୧୯ରେ ଆମେ ତୁର୍କୀ ଯାଇଥିଲୁ ଓ କୋଲକାତାରେ ରିସେପସନ୍ ପାର୍ଟି ହୋଇଥିଲା। ଆମେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀଙ୍କ ଭଳି ରହୁଥିଲୁ ଓ ସୋସାଇଟି ମଧ୍ୟ ଆମକୁ ଏହି ପରିଚୟ ଦେଇଥିଲା। ସାଙ୍ଗସାଥୀ, ପରିବାର, ବନ୍ଧୁବାନ୍ଧବ ସମସ୍ତେ ଜାଣିଛନ୍ତି, ମୁଁ ନୁସରତ୍ଙ୍କ ପାଇଁ କ’ଣ ସବୁ କରିଛି। ଜଣେ ସ୍ୱାମୀ ଭାବେ ମୁଁ ମୋର ସବୁ କର୍ତ୍ତବ୍ୟ କରିଛି। କୌଣସି ପ୍ରଲୋଭନରେ ନଆସି ମୁଁ ତାଙ୍କୁ ସର୍ପୋଟ କରିଛି। ହେଲେ ବିବାହର କିଛି ଦିନ ପରେ ତାଙ୍କର ବ୍ୟବହାର ଧୀରେ ଧୀରେ ବୈବାହିକ ଜୀବନ ଓ ମୋ ଜୀବନରେ ପରିବର୍ତ୍ତନ ଆଣି ଦେଇଥିଲା।’’
/odishatv-khabar/media/post_attachments/wp-content/uploads/2021/06/nusrat-jahan-and-nikhil-jain-1.jpg)
ନିଖିଲ ଆହୁରି କହିଛନ୍ତି, ‘୨୦୨୦ ଅଗଷ୍ଟ ଏକ ଫିଲ୍ମ ଶୁଟିଂ ସମୟରେ ତାଙ୍କର ମନୋଭାବ ବଦଳିବାରେ ଲାଗିଥିଲା। ଯାହାର କାରଣ କେବଳ ତାଙ୍କୁ ହିଁ ଜଣାଥିଲା। ମୋ ପତ୍ନୀ(ନୁସରତ୍)ଙ୍କ ବ୍ୟବହାରରେ ଏତେ ପରିବର୍ତ୍ତନ ଆସିଥିଲା ଯେ, ଯାହା ମୁଁ କେବେ ଭାବିପାରିନଥିଲି। ଯେତେବେଳେ ଆମେ ଏକାସଙ୍ଗରେ ରହୁଥିଲୁ, ଅନେକ ଥର ମୁଁ ତାଙ୍କୁ ବିବାହ ରେଜିଷ୍ଟର କରିବା ପାଇଁ କହିଥିଲି। ହେଲେ ସବୁଥର ସେ ମୋର ଅନୁରୋଧକୁ ଅଣଦେଖା କରିଥିଲେ। ୨୦୨୦ ନଭେମ୍ବର ୫ରେ ନୁସରତ୍ ନିଜ ବ୍ୟାଗ ଓ ଜିନିଷ ଧରି ନିଜର ପର୍ସନାଲ୍ ଫ୍ଲାଟ୍କୁ ଶିଫ୍ଟ ହୋଇଯାଇଥିଲେ। ଏହାପରେ ଆମେ ଦୁଇ ଜଣ ଆଉ ଏକାସଙ୍ଗରେ ରହୁନଥିଲୁ।’
/odishatv-khabar/media/post_attachments/wp-content/uploads/2021/06/nusrat-jahan-and-nikhil-jain-4.jpg)
‘ମାର୍ଚ୍ଚ ୮ରେ ମୁଁ ନୁସରତ୍ଙ୍କ ବିରୋଧରେ ସିଭିଲ୍ ସୁଟ୍ ଫାଇଲ୍ କରିଥିଲି। ଯେଉଁଥିରେ ବିବାହ ରଦ୍ଦ କରିବା ପାଇଁ ମୁଁ ଅପିଲ୍ କରିଛି। କୋର୍ଟରେ କେସ୍ ଚାଲିଛି ଓ ମାମଲା ଏବେ ସ୍ଥଗିତ ଅଛି। ମୁଁ ମୋର ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛିବି କହିବାକୁ ଚାହୁଁ ନାହିଁ। ହେଲେ ନୁସରତ୍ ମୋ ବିରୋଧରେ ଯେଉଁଭଳି ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ ଓ ଏହାଦ୍ୱାରା ମୁଁ ଆଘାତ ପାଇଛି’ ବୋଲି ନିଖିଲ କହିଛନ୍ତି।
/odishatv-khabar/media/post_attachments/wp-content/uploads/2021/06/nusrat-jahan-and-nikhil-jain.jpg)
ନିଖିଲ କହିଛନ୍ତି, ‘ବିବାହ ପରେ ନୁସରତ୍ଙ୍କ ଉପରେ ଥିବା ଘରର ଲୋନ୍ ବୋଝକୁ କମ୍ କରିବା ପାଇଁ ମୁଁ ମୋର ପରିବାରର ବ୍ୟାଙ୍କ ଆକାଉଣ୍ଟସ୍ରୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟସ୍କୁ ଟଙ୍କା ଟ୍ରାନ୍ସଫର୍ କରିଥିଲି। ମୁଁ ଭାବିଥିଲି ଯେ, ସେ ଜଲ୍ଦି ଟଙ୍କା ଫେରାଇ ଦେବେ। ହେଲେ ଏବେବି ସେ ଟଙ୍କା ଦେଇ ନାହାନ୍ତି। ଯେଉଁସବୁ ଅଭିଯୋଗ ସେ ମୋ ବିରୋଧରେ ଆଣିଛନ୍ତି ତାହା ଭିତ୍ତିହୀନ ଓ ଏହାର କୌଣସି ସତ୍ୟାସତ୍ୟ ନାହିଁ। ମୋ ପାଖରେ ଏହାର ବ୍ୟାଙ୍କ୍ ଷ୍ଟେଟ୍ମେଣ୍ଟସ୍ ଓ କ୍ରେଡିଟ୍ କାର୍ଡ ଷ୍ଟେଟ୍ମେଣ୍ଟସ୍ର ପ୍ରମାଣ ଅଛି।’
‘ବହୁତ ପୂର୍ବରୁ ତାଙ୍କର ବିଚ୍ଛେଦ ହୋଇ ସାରିଥିଲା। ହେଲେ ଏସମ୍ପର୍କରେ ସେ କିଛି ବି ଆଲୋଚନା କରିନଥିଲେ। କାରଣ ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନିଜ ଭିତରେ ସୀମିତ ରଖିବାକୁ ଚାହୁଁଥିଲେ ବୋଲି ନୁସରତ୍ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nusrat-jahan-and-nikhil-jain-5_1623398271.jpg)