Advertisment

ହିଜବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍‌ର ପୁଅ ଗିରଫ

ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍‌ର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଆଜି ଶ୍ରୀନଗରରୁ ଗିରଫ କରିଛି। ସକିଲ୍‌କୁ ୨୦୧୧ ମସିହା ଟେରର୍‌ ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି। ସକିଲ ଅନେକ ସମୟରେ ସଲାଉଦ୍ଦିନଠାରୁ ପାଣ୍ଠି ସଂଗ୍ରହ କରୁଥିଲା ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଏନ୍‌ଆଇଏର ଜଣେ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ସକିଲ ବର୍ତ୍ତମାନ ଏକ ପ୍ରତିଷ୍ଠିତ ସରକାରୀ ମେଡିକାଲ୍‌ରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। […]

ହିଜବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍‌ର ପୁଅ ଗିରଫ

salauddin

Advertisment

ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍‌ର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଆଜି ଶ୍ରୀନଗରରୁ ଗିରଫ କରିଛି। ସକିଲ୍‌କୁ ୨୦୧୧ ମସିହା ଟେରର୍‌ ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି। ସକିଲ ଅନେକ ସମୟରେ ସଲାଉଦ୍ଦିନଠାରୁ ପାଣ୍ଠି ସଂଗ୍ରହ କରୁଥିଲା ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।

Advertisment

ଦିଲ୍ଲୀରେ ଏନ୍‌ଆଇଏର ଜଣେ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ସକିଲ ବର୍ତ୍ତମାନ ଏକ ପ୍ରତିଷ୍ଠିତ ସରକାରୀ ମେଡିକାଲ୍‌ରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଗତକାଲି ଶ୍ରୀନଗରର ରାମ୍ବା ଅଞ୍ଚଳରୁ ଧରା ଯାଇ ଗୃହବନ୍ଦୀ କରି ରଖାଯାଇଥିଲା। ଆଜି ସକାଳେ ଏନ୍‌ଆଇର ଏକ ଟିମ୍‌ ସହ ସିଆର୍‌ପିଏଫ୍‌ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ତାଙ୍କୁ ଟେରର୍‌ ଫଣ୍ଡିଂ ମାମଲାରେ ଗିରଫ କରିଛନ୍ତି ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଜୁନ୍‌ ମାସରେ ଏନ୍‌ଆଇଏ ସଲାଉଦ୍ଦିନ୍‌ ଆଉ ଜଣେ ପୁଅ ଶାହିଦଙ୍କୁ ଟେରର୍‌ ଫଣ୍ଡିଂ ମାମଲାରେ ଗିରଫ କରିଥିଲା। ଶାହିଦ୍‌ ଜମ୍ମୁ-କଶ୍ମୀର ସରକାରଙ୍କ କୃଷି ବିଭାଗର ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ