Advertisment

ଆଗାମୀ ତିନି ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳ ବର୍ଷା ସମ୍ଭାବନା

ମୁମ୍ବାଇ : ମୌସୁମୀ ବର୍ଷାରେ ଉବଟୁବୁ ମାୟାନଗରୀ ମୁମ୍ବାଇ । ଗତକାଲି ମୁମ୍ବାଇ ଓ ଆଖପାଖ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ପ୍ରଥମ ଦିନ ମୂଷଳ ଧାରାରେ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ  ଟ୍ରାଫିକ୍…

ଆଗାମୀ ତିନି ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳ ବର୍ଷା ସମ୍ଭାବନା

mumbai rain

Advertisment

ମୁମ୍ବାଇ : ମୌସୁମୀ ବର୍ଷାରେ ଉବଟୁବୁ ମାୟାନଗରୀ ମୁମ୍ବାଇ । ଗତକାଲି ମୁମ୍ବାଇ ଓ ଆଖପାଖ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ପ୍ରଥମ ଦିନ ମୂଷଳ ଧାରାରେ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ  ଟ୍ରାଫିକ୍ ସହିତ ଟ୍ରେନ୍ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ତେବେ ବର୍ତ୍ତମାନ ମୁମ୍ବାଇ ପାଇଁ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ତିିନି ଦିନ ପର୍ଯ୍ୟନ୍ତପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Advertisment

ଚାରିଆଡେ ପାଣି ହିଁ ପାଣି। ରାସ୍ତା ଘାଟ, ଜାତୀୟ ରଜାପଥ, ଟ୍ରେନ ଲାଇନ୍ ସବୁଠି ସମାନ ଅବସ୍ଥା । ପାଣିପାଗ ବିଭାଗ ଆକଳନର ତିନିଦିନ ପୂର୍ବରୁ ଗତକାଲି ମୁମ୍ବାଇ ଛୁଇଁଛି ମୌସୁମୀ । ବର୍ଷା ଯୋଗୁ  ତଳିଆ ଅଞ୍ଚଳରେ ପାଣି ପଶିଯିବା ସହ ରାସ୍ତାରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି ।  ଅନେକ ସ୍ଥାନରେ ଡ୍ରେନ୍ ସଫା ହୋଇ ନଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ। ଥାନେ ଓ ପାଲଘର ଅଞ୍ଚଳରେ ବି ପ୍ରବଳ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ପ୍ରବଳ ବର୍ଷା ଯୋଗୁଁ ଭଲରେ ରାସ୍ତା ଘାଟ ଦେଖାଯାଉ ନାହିଁ, ଫଳରେ ଦୁର୍ଘଟଣା ଘଟିବାର ଅନେକ ଆଶଙ୍କା ରହିଛି ।   ତେଣୁ ଦୁର୍ଘଟଣା ରୋକିବା ପାଇଁ ରାସ୍ତାରେ ଅଧିକ ଟ୍ରାଫିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ରାସ୍ତାରେ ଫଶି ରହିଥିବାଗାଡିଗୁଡ଼ିକୁ ହଟାଇବା ପାଇଁ କ୍ରେନ୍ ବ୍ୟବହାର କରାଯାଉଛି । ସେପଟେ ମୁମ୍ବାଇବାସୀଙ୍କୁ ଅଯଥା ଘରୁ ନବାହାରିବାକୁ ପୋଲିସ ନିବେଦନ କରିଛି । ତଳିଆ ଅଞ୍ଚଳର  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।

Advertisment

ଆଇଏମଡି ସୂଚନା ଅନୁସାରେ  ପଶ୍ଚିମ ଉପନଗର ସାଣ୍ଟା କ୍ରୁଜରେ ସକାଳ ୮.୩୦ ରୁ ରାତି ୨.୩୦ ମଧ୍ୟରେ ଛଅ ଘଣ୍ଟା ମଧ୍ୟରେ ୧୬୪.୮ ମିଲିମିଟର ବର୍ଷା ରେକର୍ଡ କରିଥିବାବେଳେ ଦକ୍ଷିଣ ମୁମ୍ବାଇର କୋଲାବାରେ ଏହି ସମୟ ମଧ୍ୟରେ ୩୨.୨ ମିଲିମିଟର ବର୍ଷା ରେକର୍ଡ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ