Advertisment

କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱାତ୍ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡେଲଙ୍କ ନାଁରେ ମାମଲା ଦାଏର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁମ୍ବାଇ କୋର୍ଟ। ଉଭୟ ଭଉଣୀ ଟ୍ୱିଟ୍‌ କରି ସମ୍ପ୍ରାଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଆଶ୍ରାଫ ଅଲ୍ଲୀ ସୟିଦ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ ଜୟଦେଓ ୱାଇ […]

ଅଦ୍ୟତନ ହୋଇଛି
କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

k

Advertisment

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱାତ୍ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡେଲଙ୍କ ନାଁରେ ମାମଲା ଦାଏର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁମ୍ବାଇ କୋର୍ଟ। ଉଭୟ ଭଉଣୀ ଟ୍ୱିଟ୍‌ କରି ସମ୍ପ୍ରାଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ଅନୁସାରେ କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଆଶ୍ରାଫ ଅଲ୍ଲୀ ସୟିଦ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ ଜୟଦେଓ ୱାଇ ଘୁଲେ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆଇପିସି ଧାରା 153A (ଶତ୍ରୁତାକୁ ପ୍ରୋତ୍ସାହନ), 295A (ଧାର୍ମିକ ଭାବନାକୁ କ୍ରୋଧିତ କରିବା ପାଇଁ ଚକ୍ରାନ୍ତ), 124A (ଦେଶଦ୍ରୋହ) ଅଧୀନରେ କଙ୍ଗନାଙ୍କୁ ଗିରଫ କରିବା ପାଇଁ ସାହିଲ କୋର୍ଟଙ୍କୁ ଅନୁମତି ଦେବା ଲାଗି  ଆବେଦନ କରିଥିଲେ ବୋଲି ତାଙ୍କ ଓକିଲ ରବିଶ ଜମିନ୍‌ଦାର କହିଛନ୍ତି।

Advertisment

ଅଭିଯୋଗ ମୁତାବକ କଙ୍ଗନା ରଣାୱତ ଗତ ଦୁଇ ମାସ ଧରି ବଲିଉଡକୁ ବଦନାମ କରିଆସୁଛନ୍ତି। ଅଭିଯୋଗରେ ସେ କହିଛନ୍ତି ଯେ କଙ୍ଗନା ରଣାୱତ ମଧ୍ୟ “ଅତ୍ୟନ୍ତ ଆପତ୍ତିଜନକ” ମନ୍ତବ୍ୟ ଟୁଇଟ୍ କରିଛନ୍ତି, ଯାହା କେବଳ ତାଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇନାହିଁ, ବରଂ ଅନେକ କଳାକାରଙ୍କ ଭାବନାକୁ ମଧ୍ୟ ଆଘାତ ଦେଇଛି। ସାହିଲ ସୟିଦ ଆହୁରି ଅଭିଯୋଗ କରିଛନ୍ତି ଯେ କଙ୍ଗନା ରଣାୱତ ବଲିଉଡରେ କଳାକାରମାନଙ୍କୁ ସାମ୍ପ୍ରଦାୟିକ ରୂପ ଦେଇ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ