ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଉ ପାଦେ ଆଗେଇଲେ ଭାରତର ସରକାର। ସରକାର ଏବେ ବିଭିନ୍ନ ମନ୍ତ୍ରାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥାରେ ଛାପା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ଡିଜିଟାଲ ଡକ୍ୟୁମେଣ୍ଟକୁ ଗୁରୁତ୍ୱ ଦିଆଯିବ ବୋଲି ସରକାର କହିଛନ୍ତି।
ବିଶେଷ କରି ୱାଲ କ୍ୟାଲେଣ୍ଡର, ଡେସ୍କଟପ୍ କ୍ୟାଲେଣ୍ଡର, ଡାଏରୀ, ଫେଷ୍ଟିଭାଲ କାର୍ଡ ଛାପା ବଦଳରେ ଏହା ଅନଲାଇନରେ ଜାରି କରାଯିବ। ସେହିପରି କଫି ଟେବୁଲ ବୁକ୍ସ ବଦଳରେ ଇ-ବୁକ୍ସର ପ୍ରଚଳନ ଓ ଏହାର ପ୍ରସାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଏବେ ପାଠକଙ୍କୁ ଡିଜିଟାଲ୍ ଫର୍ମାଟରେ ଏସବୁ କଣ୍ଟେଟ୍ ଉପଲବ୍ଧ ହୋଇପାରିବ।
ସରକାର କହିଛନ୍ତି, ଏହାଦ୍ୱାରା ଛାପାକୁ ନେଇ ହେଉଥିବା ଖର୍ଚ୍ଚ କାଟ୍ ହେବ ଏବଂ ଡିଜିଟାଲ୍ ମାଧ୍ୟମରେ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଯିବ। ଏନେଇ ଅର୍ଥ ବିଭାଗ ପକ୍ଷରୁ ଏ ସମ୍ପର୍କିତ ଚିଠି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, କ୍ୟାବିନେଟ୍ ସଚିବ, ନୀତି ଆୟୋଗର ସିଇଓ, ସମସ୍ତ ଆର୍ଥିକ ଉପଦେଷ୍ଟା ସମେତ ସମସ୍ତ ମନ୍ତ୍ରାଳୟ ଓ ବିଭାଗର ସଚିବ ଓ ମୁଖ୍ୟଙ୍କୁ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଏବେବି ବହୁ ସଂଖ୍ୟକ ସରକାରୀ କାମ ପାଇଁ ଖାତା-ବହିର ବ୍ୟବହାର କରାଯାଉଛି। ଏବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଯେଉଁଠି ଡିଜିଟାଲ୍ ବ୍ୟବହାର ବଢ଼ିବ, ତା ସହ କାମ କରିବାର ପ୍ରଣାଳୀ ମଧ୍ୟ ସହଜ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/print_1625363807.jpg)