Advertisment

ମିସ୍ ୟୁନିଭର୍ସ ଟାଇଟଲ୍ ବିଜୟିନୀ ଏଣ୍ଡ୍ରିୟା

ମୁମ୍ବାଇ: ମେକ୍ସିକୋର ବିୟୁଟି କୁ‍ଇନ୍ ଏଣ୍ଡ୍ରିୟା ମେଜା ମିସ୍ ୟୁନିଭର୍ସ ୨୦୨୦ ଟାଇଟଲ୍ ଜିତିଛନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଜୋଜିବିନି ଟୁଞ୍ଜୀ ଏଣ୍ଡ୍ରିୟା ମେଜାଙ୍କୁ ମିସ୍ ୟୁନିଭର୍ସ ୨୦୨୦ ଭାବରେ ମୁକୁଟ ପିନ୍ଧେଇଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ୍ ହୋଟେଲରେ ଏହି…

ଅଦ୍ୟତନ ହୋଇଛି
ମିସ୍ ୟୁନିଭର୍ସ ଟାଇଟଲ୍ ବିଜୟିନୀ ଏଣ୍ଡ୍ରିୟା

Untitled-1

Advertisment

ମୁମ୍ବାଇ: ମେକ୍ସିକୋର ବିୟୁଟି କୁ‍ଇନ୍ ଏଣ୍ଡ୍ରିୟା ମେଜା ମିସ୍ ୟୁନିଭର୍ସ ୨୦୨୦ ଟାଇଟଲ୍ ଜିତିଛନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଜୋଜିବିନି ଟୁଞ୍ଜୀ ଏଣ୍ଡ୍ରିୟା ମେଜାଙ୍କୁ ମିସ୍ ୟୁନିଭର୍ସ ୨୦୨୦ ଭାବରେ ମୁକୁଟ ପିନ୍ଧେଇଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ୍ ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୬୯ ତମ ବିଶ୍ୱ ସୁନ୍ଦରୀଙ୍କ ନାମ ଘୋଷଣା କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭାରତର ଏଡଲାଇନ୍ କେଷ୍ଟେଲିନୋ ମଧ୍ୟ ଶ୍ରେଷ୍ଠ ୫ରେ ସ୍ଥାନ ପାଇଛନ୍ତି, କିନ୍ତୁ ବିଜୟର ନିକଟତର ହେବା ପରେ ମଧ୍ୟ ସେ ଜିତିପାରି ପାରି ନାହାନ୍ତି।

Advertisment

Advertisment

ମେକ୍ସିକୋର ଏଣ୍ଡ୍ରେୟା ମେଜା ମିସ୍ ୟୁନିଭର୍ସ ୨୦୨୦ ପ୍ରତିଯୋଗିତାରେ ଜିତି ମୁକୁଟ ହାତେ‍ଇଛନ୍ତି। ସେ ୧୩ ଅଗଷ୍ଟ ୧୯୯୪ ରେ ଚିହୁହୁଆ ସହରରେ ଜନ୍ମଗ୍ରହଣ କରିଥିଲେ। ଏଣ୍ଡ୍ରିୟାଙ୍କୁ ୨୬ ବର୍ଷ ବୟସ। ତାଙ୍କ ପିତାମାତାଙ୍କ ନାମ ଆଲମା କାରମୋନା ଏବଂ ସାଣ୍ଟିଆଗୋ ମେଜା। ତାଙ୍କର ଦୁଇ ସାନ ଭଉଣୀ ଅଛନ୍ତି।

publive-image

Advertisment

ଜଣେ ମଡେଲ୍ ହେବା ସହିତ ଏଣ୍ଡ୍ରେୟା ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର। ସେ ୨୦୧୭ରେ ଚିହୁହୁଆରୁ ଏକ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ସ୍ନାତକ ହାସଲ କରିଥିଲେ। ଲିଙ୍ଗଗତ ହିଂସାକୁ ନେଇ ଏଣ୍ଡ୍ରିୟା ସ୍ୱର ଉତ୍ତୋଳନ କରିଛନ୍ତି। ସେ ଚିହୁହୁଆ ପର୍ଯ୍ୟଟନର ରାଷ୍ଟ୍ରଦୂତ। ୨୦୨୦ରେ, ସେ ମେକ୍ସିକାନ୍ ୟୁନିଭର୍ସାଲ୍ ୨୦୨୦ର ମୁକୁଟ ଜିତିଥିଲେ। ଏହା ବ୍ୟତୀତ ସେ ମିସ୍ ମେକ୍ସିକୋ ୨୦୧୭ ହୋଇଥିଲେ। ମିସ୍ ୱାର୍ଲ୍ଡ ୨୦୧୭ ରେ ସେ ଶ୍ରେଷ୍ଠ ୩ ରେ ରହିଥିଲେ। ସେତେବେଳେ ଭାରତର ମାନୁଶି ଛିଲ୍ଲର୍ ମିସ୍ ୱାର୍ଲ୍ଡ ୨୦୧୭ ଟାଇଟଲ୍ ଜିତିଥିଲେ।

publive-image
Source : Skssdailynews

ପ୍ରଶ୍ନ ଉତ୍ତର ରାଉଣ୍ଡରେ ଏଣ୍ଡ୍ରେୟାଙ୍କୁ ପଚରାଯାଇଥିଲା, “ଯଦି ତୁମେ ତୁମ ଦେଶର ନେତା ହୋ‍ଇଥାନ୍ତ ତେବେ ଆପଣ କୋଭିଡ୍-୧୯ ମହାମାରୀକୁ କିପରି ପରିଚାଳନା କରିଥାନ୍ତ?” ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, “ମୋର ବିଶ୍ୱାସ ଯେ କୋଭିଡ୍-୧୯ ପରି ଏହି କଠିନ ପରିସ୍ଥିତିର ମୁକାବିଲା କରିବାର କୌଣସି ସଠିକ୍ ଉପାୟ ନାହିଁ। ତେବେ ମୁଁ ଯାହା କିଛି କରିଥାନ୍ତି ସେଥିରେ ଲକ୍‌ଡାଉନ୍ ରହିଥାନ୍ତା।”

ତେବେ ଆସନ୍ତୁ ଜାଣିନେବା ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୧୦ରେ ଅନ୍ୟ କେଉଁ ଦେଶର ସୁନ୍ଦରୀମାନେ ରାଣୀ ଥିଲେ।

ଜୁଲିଆ ଗାମା:

publive-image

ମିସ୍ ବ୍ରାଜିଲ୍ ଜୁଲିଆ ଗାମା ମିସ୍ ୟୁନିଭର୍ସ ୨୦୨୦ ର ପ୍ରଥମ ରନର୍ ଅପ୍ ହୋଇଛନ୍ତି।

ଜେନିକ୍ ମ୍ୟାକେଟା:

publive-image

ମିସ୍ ପେରୁ ଜେନିକ୍ ମ୍ୟାକେଟା ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ଦ୍ୱିତୀୟ ରନର୍ ଅପ୍ ଘୋଷିତ ହୋଇଛନ୍ତି।

ଏଡ୍‌ଲିନ୍ କାଷ୍ଟେଲିନୋ:

publive-image

ମିସ୍ ଇଣ୍ଡିଆ ଏଡ୍‌ଲିନ୍ କାଷ୍ଟେଲିନୋ ଶ୍ରେଷ୍ଠ 5ରେ ରହିଛନ୍ତି। ସେ ପ୍ରତିଯୋଗିତାର ଚତୁର୍ଥ ରନର୍ ଅପ୍ ଭାବରେ ମନୋନୀତ ହୋଇଛନ୍ତି।

କିମ୍ବର୍ଲି ଜିମେନେଜ୍:

publive-image

ପ୍ରତିଯୋଗିତାରେ ପଞ୍ଚମ ସ୍ଥାନରେ ଥିବା ମିସ୍ ଡୋମିନିକନ୍ ରିପବ୍ଲିକ୍ କିମ୍ବର୍ଲି ଜିମେନେଜ୍‌ଙ୍କୁ ତୃତୀୟ ରନର୍ ଅପ୍ ଘୋଷିତ କରାଯାଇଛି।

ମିକେଲ୍-ସିମୋନ୍ ୱିଲିୟମ୍ସ:

publive-image

ଜାମାଇକା ସୁନ୍ଦରୀ ମିକେଲ୍-ସିମୋନ୍ ୱିଲିୟମ୍ସ ମଧ୍ୟ ମିସ୍ ୟୁନିଭର୍ସ ୨୦୨୦ରେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି।

ମାରିଆ ଥତ୍ତିଲ୍:

publive-image

ମିସ୍ ଅଷ୍ଟ୍ରେଲିଆ ମାରିଆ ଥତ୍ତିଲ୍ ମଧ୍ୟ ମିସ୍ ୟୁନିଭର୍ସ ୨୦୨୦ର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି।

ଏଷ୍ଟେଫାନିଆ ସୋତୋ:

publive-image

ପୁର୍ତୋ ରିକୋର ଏଷ୍ଟେଫାନିଆ ସୋତୋ ମଧ୍ୟ ମିସ୍ ୟୁନିଭର୍ସ ୨୦୨୦ରେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି।

ଅମାଣ୍ଡା ଓବଡାମ୍:

publive-image

ମିସ୍ ୟୁନିଭର୍ସ ୨୦୨୦ର ଶ୍ରେଷ୍ଠ ୧୦ ତାଲିକାରେ ଥାଇଲ୍ୟାଣ୍ଡର ସୁନ୍ଦରୀ ଅମାଣ୍ଡା ଓବଡାମ ମଧ୍ୟ ସ୍ଥାନ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ