Advertisment

ମାସ୍କ ଓ ସାନିଟାଇଜର୍ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଲଗାତାର ବଢ଼ୁଥିବାରୁ କେନ୍ଦ୍ର ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରେ ସାମିଲ୍ କରିଥିଲେ। କିନ୍ତୁ ଏବେ ସରକାର ଏଥିରେ ସଂଶୋଧନ କରି ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ହଟାଇ ଦେଇଛନ୍ତି। କେନ୍ଦ୍ର ଖାଦ୍ୟ ଓ ଘାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାସୱାନ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାକୁ ଆଜି ଅନୁମତି ଦେଇଛି। ହେଲେ ଏଥିରେ କରୋନାର […]

ମାସ୍କ ଓ ସାନିଟାଇଜର୍ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍

mask

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଲଗାତାର ବଢ଼ୁଥିବାରୁ କେନ୍ଦ୍ର ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରେ ସାମିଲ୍ କରିଥିଲେ। କିନ୍ତୁ ଏବେ ସରକାର ଏଥିରେ ସଂଶୋଧନ କରି ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ହଟାଇ ଦେଇଛନ୍ତି।

Advertisment

କେନ୍ଦ୍ର ଖାଦ୍ୟ ଓ ଘାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାସୱାନ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାକୁ ଆଜି ଅନୁମତି ଦେଇଛି। ହେଲେ ଏଥିରେ କରୋନାର ଦୁଇ ପ୍ରମୁଖ ଅସ୍ତ୍ର କୁହାଯାଉଥିବା ମାସ୍କ ଓ ସାନିଟାଇଜର ନାହିଁ। ତେବେ ସରକାରଙ୍କର ଏହି ନୂଆ ନିଷ୍ପତ୍ତି ଦ୍ୱାରା ମାର୍କେଟରେ ବ୍ୟବସାୟୀମାନେ ମନମୁତାବକ ମାସ୍କ ଓ ସାନିଟାଇଜର୍ ଦାମ ବଢ଼ାଇବେ।

ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ମାସ୍କ ଓ ସାନିଟାଇଜରର ଚାହିଦା ବଢ଼ୁଛି। ଏଭଳି ସ୍ଥିତିରେ ସରକାର ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ଦେବାର କାରଣ କ’ଣ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ଆବଶ୍ୟକ ଅନୁଯାୟୀ ମାସ୍କ ଓ ସାନିଟାଇଜର ମହଭୁତ୍ ରହିଛି। ଲୋକେ ଏହାକୁ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ତଥ୍ୟ ମିଳିବା ପରେ କେନ୍ଦ୍ର ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ