online order
ମୁମ୍ବାଇ: ଅନ୍ଲାଇନ୍ରେ ଅର୍ଡର କଲେ ମାଉଥ୍ୱାଶ୍, ହେଲେ ଆସିଲା ସ୍ମାର୍ଟଫୋନ୍। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟିଛି। ମୁମ୍ବାଇର ଲୋକେଶ ଡାଗା ନାମକ ଜଣେ ବ୍ୟକ୍ତି ଅନ୍ଲାଇନ୍ ଶପିଂ ସାଇଟ୍ ଆମାଜନ୍ (Amazon)ରୁ କୋଲ୍ଗେଟ୍ର ଏକ ମାଉଥ୍ୱାଶ୍ ଅର୍ଡର କରିଥିଲେ। ହେଲେ ମାଉଥ୍ୱାଶ୍ ବଦଳରେ ତାଙ୍କୁ ମିଳିଥିଲା ରେଡ୍ମି ନୋଟ୍ ୧୦(Redmi Note 10) ସ୍ମାର୍ଟଫୋନ୍। ଏନେଇ ନିଜେ ଲୋକେଶ ଟ୍ୱିଟରରେ ପୋଷ୍ଟ ଶେଆର କରିବା ସହ Amazon ଓ Redmi ସ୍ମାର୍ଟଫୋନ୍ କମ୍ପାନୀକୁ ଟ୍ୟାଗ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ମେ’ ୧୦ରେ ଲୋକେଶ ୩୯୬ ଟଙ୍କାର ଏକ କୋଲ୍ଗେଟ୍ ମାଉଥ୍ୱାଶ୍ ଅର୍ଡର କରିଥିଲେ। ହେଲେ ଯେତେବେଳେ ଏହା ତାଙ୍କ ପାଖକୁ ଡେଲିଭରି ହୋଇଥିଲା, ପ୍ୟାକେଟ୍ ଖୋଲିବା ପରେ ସେ ପୁରାପୂରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପ୍ୟାକେଟ୍ରେ ମାଉଥ୍ୱାଶ୍ ବଦଳରେ ଏକ Redmi Note 10 ଫୋନ୍ ଥିଲା। ଯାହାର ଦାମ୍ ୧୩ ହଜାର ଟଙ୍କା।
ଘଟଣାକୁ ନେଇ ଲୋକେଶ ଟ୍ୱିଟରରେ ପୋଷ୍ଟ୍ ଶେଆର କରି ଲେଖିଛନ୍ତି, ‘ହ୍ୟାଲୋ ଆମାଜନ୍, ମୁଁ ORDER # 406-9391383-4717957 ଜରିଆରେ ଏକ କୋଲଗେଟ୍ ମାଉଥ୍ୱାଶ୍ ଅର୍ଡର କରିଥିଲି। ହେଲେ ମୋ ପାଖକୁ @RedmiIndia ନୋଟ୍ ୧୦ ଫୋନ୍ ଡେଲିଭରି ହୋଇଛି। ମାଉଥ୍ୱାଶ୍ ଅର୍ଡର ବେଳେ, ଏଥିରେ ରିଟର୍ଣ୍ଣ ଅପସନ୍ ନଥିବାରୁ ମୁଁ ଏହାକୁ ରିଟର୍ଣ୍ଣ କରିପାରୁ ନାହିଁ।’
ଆଉ ଏକ ପୋଷ୍ଟ୍ରେ ସେ ଲେଖିଛନ୍ତି, ‘ପ୍ୟାକିଂରେ ମୋ ନାଁ ଥିବାବେଳେ, ବିଲ୍ ଆଉ ଜଣଙ୍କ ନାଁରେ ରହିଛି। ଏହାକୁ ଠିକ୍ ଲୋକ ପାଖରେ ପହଞ୍ଚାଇବା ପାଇଁ ମୁଁ ଇ-ମେଲ୍ ମଧ୍ୟ କରିଛି’।
ତେବେ ଏହି ଘଟଣା ପ୍ରଥମ ନୁହଁ। ଏହା ପୂର୍ବରୁ ମଧ୍ୟ ଅନ୍ଲାଇନ୍ ଶପିଂ ପ୍ଲାଟ୍ଫର୍ମରେ ଅନେକ ଗ୍ରାହକଙ୍କ ନିକଟକୁ ଏଭଳି କିଛି ଜିନିଷ ଆସି ପହଞ୍ଚି ଯାଇଥିଲା, ଯାହା ସେମାନେ ଅର୍ଡର କରିନଥିଲେ। ଗତବର୍ଷ ପୁଣେର ଜଣେ ବ୍ୟକ୍ତି ୩୦୦ ଟଙ୍କାର ସ୍କିନ୍ ଲୋଶନ ଅର୍ଡର କରିଥିଲେ। ହେଲେ ଏହା ବଦଳରେ ତାଙ୍କୁ ୧୦ ହଜାର ଟଙ୍କାର wireless ହେଡ୍ଫୋନ୍ ମିଳିଥିଲା। ସେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଏସମ୍ପର୍କରେ ଉକ୍ତ ଇ-କମର୍ସ କମ୍ପାନୀକୁ ଅବଗତ କରାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-3_1621068963.jpg)