Advertisment

ରେଲ୍‌ୱେ ଟ୍ରାକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ; ହଠାତ୍‌ ଦ୍ରୁତ ବେଗରେ ମାଡ଼ି ଆସିଲା ଟ୍ରେନ୍‌, ତା’ପରେ...

ଗାନ୍ଧିନଗର: ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ କିମ୍ବା ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରି…

ଅଦ୍ୟତନ ହୋଇଛି
ରେଲ୍‌ୱେ ଟ୍ରାକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ; ହଠାତ୍‌ ଦ୍ରୁତ ବେଗରେ ମାଡ଼ି ଆସିଲା ଟ୍ରେନ୍‌, ତା’ପରେ...

man doing stunts

Advertisment

ଗାନ୍ଧିନଗର: ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ କିମ୍ବା ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରି ଚର୍ଚ୍ଚାକୁ ଆସିବାକୁ ଚାହାନ୍ତି। ହେଲେ ସେମାନଙ୍କର ଏଭଳି ବ୍ୟବହାର ଦିନେ ସେମାନଙ୍କୁ ମରଣ ମୁହଁକୁ ଠେଲି ଦେବ, ହୁଏତ ଏହା ସେମାନଙ୍କୁ ଜଣାନଥିବ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଗୁଜରାଟରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ରେଲ୍‌ୱେ ଟ୍ରାକ୍‌ରେ ସ୍କୁଟିରେ ଷ୍ଟଣ୍ଟ୍‌ କରୁଥିବା ବେଳେ ହଠାତ୍‌ ଦ୍ରୁତ ବେଗରେ ଟ୍ରେନ୍‌ ମାଡ଼ି ଆସିଥିଲା। ଟ୍ରେନ୍‌ଟି ଅତି ନିକଟତର ହେବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ। ସୋସିଆଲ୍‌ ମିଡିଆରେ ଏହାର ଭିଡିଓ ଭାଇରାଲ୍‌ ହେଉଛି।

Advertisment

TV9ର ରିପୋର୍ଟ ଅନୁସାରେ, ଜାମନଗରର ସାନ୍ଧିଆ ବ୍ରିଜରେ ଏହି ଘଟଣା ଘଟିଛି। ଟ୍ରେନ୍‌ଟି ଦ୍ରୁତ ବେଗରେ ହରିୟା କଲେଜ ଦେଇ ଅତିକ୍ରମ କରୁଥିବା ବେଳେ ଘଟଣାଟି ଘଟିଥିଲା। ଅନେକ ମିଡିଆ ରିପୋର୍ଟ ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ରେଲ୍‌ୱେ ଟ୍ରାକ୍‌ରେ ଷ୍ଟଣ୍ଟ କରୁଥିବା ବେଳେ ଏହି ସମୟରେ ଟ୍ରେନ୍‌ ଆସୁଥିବା ଦେଖି ସେ ଟ୍ରାକ୍‌ରୁ ସ୍କୁଟିକୁ  ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଗାଡ଼ିଟି ବାହାରି ପାରିନଥିଲା ଓ ଟ୍ରାକ୍ ମଝିରେ ଫସି ଯାଇଥିଲା। ଟ୍ରେନ୍‌ ଅତି ନିକଟତର ହେବା ଦେଖି ସେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଦ୍ରୁତ ବେଗରେ ଥିବା ଟ୍ରେନ୍‌ଟି ସ୍କୁଟିକୁ କିଛି ବାଟ ଘୋଷାଡ଼ି ନେଇଥିଲା। ସୌଭାଗ୍ୟବଶତଃ, ସମ୍ପୃକ୍ତ ବ୍ୟକ୍ତି ଯଦିଓ ଏକ ବଡ଼ଧରଣର ଅଘଟଣରୁ ନିଜ ଜୀବନ ବଞ୍ଚାଇ ପାରିଥିଲେ ହେଲେ ଟ୍ରେନ୍‌ ଆସୁଥିବା ଦେଖି ମଧ୍ୟ ସେ ସ୍କୁଟି ଛାଡ଼ି ଯାଇନଥିଲେ। ଯେତେବେଳେ ଟ୍ରେନ୍‌ଟି ଅତି ନିକଟତର ହୋଇଥିଲା ସେହି ସମୟରେ ସେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ। 

News 24ର ସୂଚନା ଅନୁସାରେ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହେବାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ୍‌ ଖୋଜୁଛି। ଚଳିତ ବର୍ଷ ଜଣେ ୧୬ ବର୍ଷୀୟ ଯୁବକ ଏକ ମାଲ୍‌ବାହୀ ଟ୍ରେନ୍‌ ଉପରେ ଛିଡ଼ା ହୋଇ ଫଟୋ ଉଠାଉ ଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଯୋଗୁ ତାଙ୍କର ଜୀବନ ଚାଲି ଯାଇଥିଲା। ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏହି ଘଟଣା ଘଟିଥିଲା।

Advertisment

ଆହୁରି ପଢ଼ନ୍ତୁ: ‘ସୁପରମ୍ୟାନ୍‌’ ଡ୍ରେସ୍ ପିନ୍ଧି ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ; ପଛପଟୁ ଧକ୍କା ଦେଲା ବସ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ