Advertisment

ପଶ୍ଚିମବଙ୍ଗରେ ପାଦ ମଜବୁତ୍ କଲା ବିଜେପି

କୋଲକାତା : ତୃଣମୂଳ କଂଗ୍ରେସ ଗଡ଼ରେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି। ଦୀର୍ଘ ଦିନରୁ ମମତାଙ୍କ ଗଡ଼ ଉପରେ ନଜର ପକାଇଥିବା ବିଜେପି ଶେଷରେ ୨୦୧୪ ତୁଳନାରେ ଅଧିକ ଆସନ ଜିତି ନିଜର ଦମ୍ ଦେଖାଇଛି। ମୋଟ ୪୨ ଲୋକସଭା ଆସନରୁ ବିଜେପି ୨୩ଟି ଆସନ ଜିତିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନୀ ରାଲିରେ ହୁଙ୍କାର ଦେଉଥିବାବେଳେ ୧୮ଟି ଆସନ ଜିତିବାରେ ସକ୍ଷମ ହୋଇଛି। ସେହିପରି ରାଜ୍ୟର ଶାସକ ଦଳ ଟିଏମସି ୨୨ଟି ଏବଂ […]

ପଶ୍ଚିମବଙ୍ଗରେ ପାଦ ମଜବୁତ୍ କଲା ବିଜେପି

bjp

Advertisment

କୋଲକାତା : ତୃଣମୂଳ କଂଗ୍ରେସ ଗଡ଼ରେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି। ଦୀର୍ଘ ଦିନରୁ ମମତାଙ୍କ ଗଡ଼ ଉପରେ ନଜର ପକାଇଥିବା ବିଜେପି ଶେଷରେ ୨୦୧୪ ତୁଳନାରେ ଅଧିକ ଆସନ ଜିତି ନିଜର ଦମ୍ ଦେଖାଇଛି।

Advertisment

ମୋଟ ୪୨ ଲୋକସଭା ଆସନରୁ ବିଜେପି ୨୩ଟି ଆସନ ଜିତିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନୀ ରାଲିରେ ହୁଙ୍କାର ଦେଉଥିବାବେଳେ ୧୮ଟି ଆସନ ଜିତିବାରେ ସକ୍ଷମ ହୋଇଛି। ସେହିପରି ରାଜ୍ୟର ଶାସକ ଦଳ ଟିଏମସି ୨୨ଟି ଏବଂ କଂଗ୍ରେସ ୨ଟି ଆସନରେ ଜିତିବାରେ ସକ୍ଷମ ହୋଇଛି। ନିର୍ବାଚନ ବେଳେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦମ୍ଭୋକ୍ତି ପ୍ରକାଶ କରି କହିଥିଲେ ସମସ୍ତ ୪୨ଟି ଯାକ ଆସନରେ ଟିଏମସି ବିଜୟୀ ହେବ।

ଉଲ୍ଲେଖଯୋଗ୍ୟ ଯେ ୨୦୧୪ରେ ବିଜେପି ୨ଟି ଆସନ ଜିତିଥିବା ବେଳେ ରାଜ୍ୟର ଶାସକ ଦଳ ଟିଏମସି ୩୪ଟି, ସିପିଆଇ(ଏମ୍) ୨, କଂଗ୍ରେସ ୪ଟି ଆସନରେ ବିଜୟୀ ହୋଇଥିଲା।

Advertisment

ପଞ୍ଚାୟତ ନିର୍ବାଚନ ଫଳାଫଳ ଓ ବିଧାନସଭାରେ ଟିଏମସି ବିଧାୟକଙ୍କ ସଂଖ୍ୟା ଦେଖି ପ୍ରଥମେ ବିଜେପିର ଆଶା ସଫଳ ହେବ ନାହିଁ, ଯଦି ଜିତିବ ୨-୩ଟି ଆସନରେ ବିଜେପି ଜିତିବ ବୋଲି ଆକଳନ ହେଉଥିଲା। ହେଲେ ଶେଷରେ ବିଜେପି ନିଜର ସ୍ୱତନ୍ତ୍ର ରଣନୀତି ଜରିଆରେ ପଶ୍ଚିମବଙ୍ଗରେ ସ୍ଥିତି ମଜବୁତ କରିଛି।

ବାମପନ୍ଥୀ ନେତାଙ୍କ ଗଡ଼ ଏକଦା ଥିବା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିଜେପି ଭଳି ନିଜର ଜୟ ଯାତ୍ରା ଆରମ୍ଭ କରିଥିଲା। ୧୯୯୮ ମସିହାରେ ତୃଣମୂଳ କଂଗ୍ରେସ ପ୍ରତିଷ୍ଠା ହୋଇଥିଲା। ସେତେବେଳଏ ନିଜେ ମମତା ବାନାର୍ଜୀ ଏବଂ ଆକବର ଖଣ୍ଡେକାର ଦୁଇ ଜଣ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ଧିରେ ଧିରେ ୨୦୦୯ରେ ୧୯ଟି ଲୋକସଭା ଆସନରେ ଟିଏମସି ଜିତି ସିପିଆଇଏମ୍ ସରକାର ପାଇଁ କଣ୍ଟା ସାଜିଥିଲା। ପରେ ପରେ ୨୦୧୧ରେ ସିପିଆଇଏମକୁ କ୍ଷମତାଚ୍ୟୁତ କରି ଲାଲ ଗଡରେ ମମତା ନିଜର ଚେର ମଜବୁତ କରିଥିଲେ। ହେଲେ ଏବେ ବିଜେପି ସମାନ ରଣନୀତି ଆପଣେଇଥିବା ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ