Advertisment

ଦିନକରେ ୧୩୮ ପୋଲିସ କର୍ମୀ କରୋନା ପଜିଟିଭ, ୩ମୃତ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନାଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣର ଗତି ଏପରି ବୃଦ୍ଧି ପାଇଛି ଯେ ଲୋକଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ପୋଲିସ କର୍ମଚାରୀମାନେ ଏହାର ଶୀକାର ହେଉଛନ୍ତି। ଏନେଇ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୩୮ ପୋଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଜଣ ପୋଲିସ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୬୬୭୦ ପୋଲିସ କର୍ମଚାରୀ ସୁସ୍ଥ ହୋଇ […]

ଅଦ୍ୟତନ ହୋଇଛି
ଦିନକରେ ୧୩୮ ପୋଲିସ କର୍ମୀ କରୋନା ପଜିଟିଭ, ୩ମୃତ

police

Advertisment

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନାଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣର ଗତି ଏପରି ବୃଦ୍ଧି ପାଇଛି ଯେ ଲୋକଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ପୋଲିସ କର୍ମଚାରୀମାନେ ଏହାର ଶୀକାର ହେଉଛନ୍ତି। ଏନେଇ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୩୮ ପୋଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଜଣ ପୋଲିସ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୬୬୭୦ ପୋଲିସ କର୍ମଚାରୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମହାରାଷ୍ଟ୍ରରେ କରୋନାରେ ଆକ୍ରାନ୍ତ ପୋଲିସଙ୍କ ସଂଖ୍ୟା ୮୭୨୨ରେ ପହଞ୍ଚିଥିବାବେଳେ ଆକ୍ଟିଭ କେସ୍‌ ୧୯୫୫ ରହିଛି।

କରୋନା ପ୍ରଭାବିତ ଅଞ୍ଚଳରେ ଡ୍ୟୁଟିକରି ପୋଲିସ କର୍ମଚାରୀମାନେ କ୍ରମାଗତ ଭାବେ କରୋନାରେ ଆକ୍ରାନ୍ତ ହେଉଛନ୍ତି। କେବଳ ମୁମ୍ୱାଇରେ ୫୨ରୁ ଅଧିକ ପୋଲିସ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର ହେଉଛି କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ରାଜ୍ୟ।

Advertisment

ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୪ ନୂଆ କରୋନା ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି।  ଏହାକୁ ମିଶାଇ ଏବେ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ୧୪ ଲକ୍ଷ ୮୩ ହଜାର ୧୫୭ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୬୫୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ପରେ ମୃତ୍ୟୁ ସଂଖ୍ୟା ୩୩ ହଜାର ୪୨୫କୁ ବୃଦ୍ଧି ପାଇଛି।

ଏବେ ୪ ଲକ୍ଷ ୯୬ ହଜାର ୯୮୮ ଜଣଙ୍କ ଚିକିିତ୍ସା ଚାଲିଥିବା ବେଳେ ୯ ଲକ୍ଷ ୫୨ ହଜାର ୭୪୪ ଜଣ ସୁସ୍ଥ ହୋଇଛନ୍ତି। ତେବେ ମହାରାଷ୍ଟ୍ରରେ ସ୍ଥିତି ଏବେ ବି ସୁଧୁରିନି।
ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୨୨୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୧୩,୮୮୩ରେ ପହଞ୍ଚିଛି।  ସେହିପରି ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩ ହଜାର ୮୫୩, ତାମିଲନାଡୁରେ ୩ ହଜାର ୫୭୧ ଏବଂ ଗୁଜରାଟରେ ୨ ହଜାର ୩୪୮ ଜଣଙ୍କର ମୃତ୍ୟୁ ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ