Advertisment

ଏହି ସ୍ଥାନରେ ଦିନକୁ ୫୫ ହଜାର ଲୋକେ ହେଉଛି ସଂକ୍ରମଣ

ପୂର୍ବରୁ ଏପ୍ରିଲ ୩୦ରେ କର୍ଣ୍ଣାଟକରେ ସାମ୍ନାକୁ ଆସିଥିଲା ସର୍ବାଧିକ ୪୮ ହଜାର ୨୯୬ ପଜିଟିଭ୍ କେସ୍। ସେହିପରି ମହାରାଷ୍ଟ୍ରରେ ସବଠୁ ଗମ୍ଭୀର ରହିଛି କରୋନା ସ୍ଥିତି। ମହାରାଷ୍ଟ୍ରରେ ଦିନକରେ ୯୨୦ ଜଣଙ୍କ ଜୀବନ ନେଇଛି କରୋନା।

ଏହି ସ୍ଥାନରେ ଦିନକୁ ୫୫ ହଜାର ଲୋକେ ହେଉଛି ସଂକ୍ରମଣ

coronavirus in odisha

Advertisment
  • ବଢୁଛି ସଂକ୍ରମଣ
  • ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଗମ୍ଭୀର ହେଉଛି କରୋନା ସ୍ଥିତି
  • ଦିନକରେ ସର୍ବାଧିକ ୫୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ
  • ୨୪ ଘଣ୍ଟାରେ କର୍ଣ୍ଣାଟକରେ ୫୦,୧୧୨ ପଜିଟିଭ୍, ୩୪୬ ମୃତ
  • ମହାରାଷ୍ଟ୍ରରେ ମଧ୍ୟ ଗମ୍ଭୀର କରୋନା ସ୍ଥିତି
  • ଦିନକରେ ୯୨୦ ମୃତ, ୫୭ ହଜାରରୁ ଅଧିକ ପଜିଟିଭ୍
  • ମହାରାଷ୍ଟ୍ରରେ ୬ ଲକ୍ଷ ୪୦ ହଜାରରୁ ଅଧିକ ଆକ୍ଟିଭ୍ କେସ୍
Advertisment

ନୂଆଦିଲ୍ଲୀ: ଦେଶରେ ଉଦବେଗଜନକ ଭାବେ ବଢ଼ିଚାଲିଛି କରୋନା ସଂକ୍ରମଣ। ମହାରାଷ୍ଟ୍ର ପରେ ଏବେ କର୍ଣ୍ଣାଟକରେ ଗମ୍ଭୀର ହେବାରେ ଲାଗିଛି ସ୍ଥିତି। କର୍ଣ୍ଣାଟକରେ ଦିନକରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୫୦ ହଜାରରୁ ଅଧିକ କରୋନା ପଜିଟିଭ୍। ୨୪ ଘଣ୍ଟାରେ କର୍ଣ୍ଣାଟକରୁ ଆସିଛି ୫୦ ହଜାର ୧୧୨ ପଜିଟିଭ୍ କେସ୍। କରୋନା ସଂକ୍ରମଣ ହେବାଠୁ ଏହା କର୍ଣ୍ଣାଟକ ପାଇଁ ସର୍ବକାଳୀନ ରେକର୍ଡ ବୋଲି ସୂଚନା ମିଳିଛି। ସେହିପରି କର୍ଣ୍ଣାଟକରେ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୩୪୬ ଜଣ ସଂକ୍ରମଣ। ଗ୍ରାଫକୁ ନଜର କଲେ ପ୍ରଥମ ଥର ଲାଗି କର୍ଣ୍ଣାଟକରେ ୫୦ ହଜାର ଟପିଛି ଦୈନିକ ସଂକ୍ରମଣ।

ପୂର୍ବରୁ ଏପ୍ରିଲ ୩୦ରେ କର୍ଣ୍ଣାଟକରେ ସାମ୍ନାକୁ ଆସିଥିଲା ସର୍ବାଧିକ ୪୮ ହଜାର ୨୯୬ ପଜିଟିଭ୍ କେସ୍। ସେହିପରି ମହାରାଷ୍ଟ୍ରରେ ସବଠୁ ଗମ୍ଭୀର ରହିଛି କରୋନା ସ୍ଥିତି। ମହାରାଷ୍ଟ୍ରରେ ଦିନକରେ ୯୨୦ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ୨୪ ଘଣ୍ଟାରେ ୫୭ ହଜାରରୁ ଅଧିକ କରୋନା ପଜିଟଭ୍ ଚିହ୍ନଟ ହୋଇଛନ୍ତି। କେବଳ ମୁମ୍ବାଇରେ ୩ ହଜାର ୮୭୯ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ କରୋନାରେ ପ୍ରାଣ ହରାଇଛନ୍ତି ୭୭ ଜଣ। ସେହିପରି ପୁଣେରେ ୨୪ ଘଣ୍ଟାରେ ୯ ହଜାର ୮୪ ପଜିଟିଭ୍ ବାହାରିବା ସହ ୯୩ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠୁ ଚିନ୍ତାର ବିଷୟ ମହାରାଷ୍ଟ୍ରରେ ଏବେ ୬ ଲକ୍ଷ ୪୦ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି।

Advertisment

କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ବିଗତ କିଛି ସପ୍ତାହ ହେବ ଦିନକୁ ସାଢ଼େ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ୍‌ କରିବାକୁ ପୁଣି ଚର୍ଚ୍ଚା କରାଯାଉଛି । ତେବେ ଦେଶବ୍ୟାପି ଲକଡାଉନ୍‌ ନେଇ ସବୁବେଳେ ବିଚାର ବିମର୍ଷ କରାଯାଉଛି ବୋଲି ସରକାର କହିଛନ୍ତି । କରୋନା ଭାଇରସକୁ ରୋକିବା ପାଇଁ ଲକଡାଉନ୍ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ନିତି ଆୟୋଗ ସଦସ୍ୟ ଭି.କେ. ପାଉଲ ବୁଧବାର କହିଛନ୍ତି, ‘ଯଦି ଆବଶ୍ୟକତା ପଡେ, ତେବେ ସେହି ବିକଳ୍ପ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥାଏ। ଗତ ଏପ୍ରିଲ୍ ୨୯ରେ, ରାଜ୍ୟମାନଙ୍କୁ ଏକ ବିସ୍ତୃତ ଗାଇଡଲାଇନ ଦିଆଯାଇଛି । ଯେଉଁଥିରେ ନାଇଟ୍ କର୍ଫ୍ୟୁ ଠାରୁ ଆରମ୍ଭ କରି କରୋନା ଭାଇରସ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ବିଷୟରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ