shivraj chauhan
ଭୋପାଳ: ସାରା ଦେଶକୁ ନିଜ ପଞ୍ଝାରେ କବଳିତ କରି ରଖିଛି କରୋନା। ପ୍ରତିଦିନ ଦେଶରେ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହାଜର ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି। କିଏ ନିଜ ବାପାଙ୍କୁ ହରାଉଛି ତ ଆଉ କିଏ ନିଜ ମାଆକୁ ତ ପୁଣି କିଏ ଭାଇ ଓ ଆଉ କିଏ ଭଉଣୀକୁ ହରାଉଛନ୍ତି। ଦେଶର ପ୍ରାୟ ସବୁ ରାଜ୍ୟରେ କରୋନା ନିଜର କରାଳ ରୂପ ଦେଖାଉଛି। ତେବେ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ସୂଚନା ଅନୁସାରେ, କରୋନା ମହାମାରୀରେ ଯଦି କାହାର ବାପା ପ୍ରାଣ ହରାନ୍ତି ଏବଂ ତାଙ୍କ ପରିବାରରେ ଆଉ କେହି ରୋଜଗାରକ୍ଷମ ନଥିବେ ତେବେ ତାଙ୍କ ପରିବାରକୁ ସରକାର ମାସିକ ୫ ହଜାର ଟଙ୍କା ପେନସନ୍ ଦେବେ। କେବଳ ଏତିକି ନୁହେଁ ପ୍ରାମଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ସରକାର ମାଗଣାରେ ପାଠ ପଢାଇବେ ବୋଲି ଶିବରାଜ ସିଂ ଚୌହ୍ୱାନ ଘୋଷଣା କରିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ‘ଯୋଗ୍ୟତା ନଥିଲେ ବି ଏହି ପରିବାରକୁ ମଗଣା ରାସନ ଦିଆଯିବ । ଯଦି ଏଭଳି ପରିବାରର ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି ଏବଂ ସ୍ତ୍ରୀ କିଛି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ବିନା ସୁଧରେ ସରକାରୀ ଗ୍ୟାରେଣ୍ଟିରେ ଋଣ ମିଳିବ।’ ଦେଶରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଉଛି। ତେଣୁ ଏପରି ବିଷମ ସ୍ଥିତିରେ ସରକାରଙ୍କ ଏହି ଘୋଷଣାକୁ ନେଇ ସ୍ଥାନୀୟ ଲୋକେ ଖୁସୀ ବ୍ୟକ୍ତ କରିଛନ୍ତି।
ଏଠାରେ ସୂଚନା ଦେଉଛି କି, ଭାରତରେ କରୋନାର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି । ଦୈନିକ ସଂକ୍ରମଣ ହାର ୪ ଲକ୍ଷରୁ ଖସି ଏବେ ୩ ଲକ୍ଷରେ ସ୍ଥିର ରହିଛି । ଏହାବ୍ୟତୀତ ଆଉ ଏକ ଆଶ୍ୱସ୍ତିର ଖବର ହେଉଛି, ନୂଆ ସଂକ୍ରମିଙ୍କ ତୁଳନାରେ ସୁସ୍ଥ ଲୋକଙ୍କ ହାର ଅଧିକ ରହୁଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦେଶରେ ୩ ଲକ୍ଷ ୪୨ ହଜାର ୮୯୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଦିନକରେ ଏହାଠାରୁ ଅଧିକ ଲୋକ ସୁସ୍ଥ ହୋଇ ଫେରିଛନ୍ତି । ଗୁରୁବାର ୩ ଲକ୍ଷ ୪୪ ହଜାର ୫୭୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଏଥିସହିତ ଆଜି ମୃତ୍ୟୁ ହାର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଦେଶରେ ଆଜି ୪ ହଜାର ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ ୩୭ ଲକ୍ଷ ୩୨୭ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shivraj-chauhan_1620987193.jpg)