Advertisment

ପୁଣି ବିଗିଡ଼ିଲା ପୂର୍ବତନ ସ୍ପ୍ରିଣ୍ଟର୍ ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା

ପୁଣି ବିଗିଡ଼ିଲା ପୂର୍ବତନ ସ୍ପ୍ରିଣ୍ଟର୍ ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି। ICUରେ ଚାଲିଛି ଚିକିତ୍ସା ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ଏସିଆନ୍‌ ଗେମ୍ସରେ ୪ ଥର ସ୍ୱର୍ଣ୍ଣ ପଦକ ଜିତିଥିଲେ ୧୯୫୯ରେ ତାଙ୍କୁ ପଦ୍ମଶ୍ରୀରେ…

ଅଦ୍ୟତନ ହୋଇଛି
ପୁଣି ବିଗିଡ଼ିଲା ପୂର୍ବତନ ସ୍ପ୍ରିଣ୍ଟର୍ ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା

milkha singh

Advertisment
  • ପୁଣି ବିଗିଡ଼ିଲା ପୂର୍ବତନ ସ୍ପ୍ରିଣ୍ଟର୍ ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା
  • କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି। ICUରେ ଚାଲିଛି ଚିକିତ୍ସା
  • ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ
  • ଏସିଆନ୍‌ ଗେମ୍ସରେ ୪ ଥର ସ୍ୱର୍ଣ୍ଣ ପଦକ ଜିତିଥିଲେ
  • ୧୯୫୯ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା
Advertisment

ନୂଆଦିଲ୍ଲୀ: ଭାରତର ପୂର୍ବତନ ସ୍ପ୍ରିଣ୍ଟର୍ ତଥା ବିିଶିଷ୍ଟ ଆଥଲେଟ୍ ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ଚଣ୍ଡୀଗଡ଼ ସ୍ଥିତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡ଼ିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସେଣ୍ଟରର କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ଅମ୍ଳଜାନ ସ୍ତର ଖସୁ ଥିବାରୁ ତାଙ୍କୁ ଗୁରୁବାର ଦିନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ICUରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କୁ ଅବଜରଭେସନ୍‌ରେ ରଖାଯାଇଛି ଓ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ପୂର୍ବରୁ ୯୧ ବର୍ଷୀୟ ମିଲ୍‌ଖା ସିଂ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ତେବେ କିଛିଦିନ ତଳେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ମଧ୍ୟ ହୋଇଥିଲେ। ଏବେ ପୁଣି ଥରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତ ଶନିବାର ଦିନ ମିଲ୍‌ଖାଙ୍କ ପତ୍ନୀ ନିର୍ମଲ କୌର ଅସୁସ୍ଥ ହେବାରୁ ତାଙ୍କୁ ମଧ୍ୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

ଫ୍ଲାଇଂ ଶିଖ୍‌ ଭାବେ ଜଣାଶୁଣା ମିଲ୍‌ଖା ସିଂ, ଏସିଆନ୍‌ ଗେମ୍ସରେ ୪ ଥର ସ୍ୱର୍ଣ୍ଣ ପଦକ ଜିତିଥିଲେ ଓ ୧୯୫୮ରେ Commonwealth Games champion ହୋଇଥିଲେ। ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ୪୦୦ ମିଟରରେ ସମାପ୍ତ କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ