petrol price today
ନୂଆଦିଲ୍ଲୀ: କିଛିଦିନ ଧରି ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ଦେଶର ଅନେକ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଆଜି ପ୍ରତି ଲିଟରକୁ ପେଟ୍ରୋଲ ଦର ୨୨ରୁ୨୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୪ରୁ୨୭ ପଇସା ବୃଦ୍ଧି ପାଇଛି।
ଆଜି ଦରରେ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୯୨ ଟଙ୍କା ୫ ପଇସା ହୋଇଥିବା ବେଳେ ଡିଜେଲ ୮୨ ଟଙ୍କା ୬୧ ପଇସା ହୋଇଛି। ମୁମ୍ବାଇରେ ଲିଟର ପ୍ରତି ପେଟ୍ରୋଲ ୯୮ ଟଙ୍କା ୩୬ ପଇସା ଓ ଡିଜେଲ ୮୯ ଟଙ୍କା ୭୫ ପଇସା, କୋଲକାତାରେ ପେଟ୍ରୋଲ ୯୨ ଟଙ୍କା ୧୬ ପଇସା, ଡିଜେଲ ୮୫ ଟଙ୍କା ୪୫ ପଇସା, ଚେନ୍ନାଇରେ ୯୩ ଟଙ୍କା ୮୪ ପଇସା ଓ ଡିଜେଲ ୮୭ ଟଙ୍କା ୪୯ ପଇସା ରହିଛି। ଗତକାଲି ଦିଲ୍ଲୀରେ ପେଟ୍ରୋଲ ୯୧ ଟଙ୍କା ୮୦ ପଇସା ଥିବାବେଳେ ଡିଜେଲ ୮୨ ଟଙ୍କା ୩୬ ପଇସା ଥିଲା।
ଲଗାତାର ଭାବେ ତୈଳ ଦର ବୃଦ୍ଧି ଯୋଗୁ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ମେ’ ୪ରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଥିଲା। ସେବେଠୁ ମାତ୍ର ୭ ଦିନ ମଧ୍ୟରେ ପେଟ୍ରୋଲ ୧.୬୫ ଟଙ୍କା ମହଙ୍ଗା ହୋଇଥିବା ବେଳେ ଡିଜେଲ ୧.୮୮ ଟଙ୍କା ମହଙ୍ଗା ହୋଇଛି।
ଗତକାଲି ପେଟ୍ରୋଲ ଲିଟର ପିଛା ୨୭ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିଲା। ଚାହିଦା ବୃଦ୍ଧି ହେବା ସହିତ ଅଶୋଧିତ ତୈଳ ମହଙ୍ଗା ହେବାରେ ଲାଗିଛି ବୋଲି ଆଇଆଇଏଫ୍ଏଲ୍ ସିକ୍ୟୁରିଟି ଉପାଧ୍ୟକ୍ଷ ଅନୁଜ ଗୁପ୍ତା କହିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ବ୍ରେଣ୍ଟ ଓଏଲ୍ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ। ଆଉ ଏପରି ହେଲେ ଭାରତୀୟ ବଜାରରେ ପେଟ୍ରୋଲ ଦର ୩ ରୁ ୪ ଟଙ୍କା ମହଙ୍ଗା ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/petrol-price-today_1620792418.jpg)