8
ତ୍ରିଭେନ୍ଦ୍ରମ୍ : ସ୍ତ୍ରୀ ପାଖକୁ ଯିବା ପାଇଁ ବସ୍ ଚୋରି କଲେ ଯୁବକ । ତାଲାବନ୍ଦରେ ପରିବାର ପର୍ଯ୍ୟନ୍ତ ପହଞ୍ଚିବାକୁ କୌଣସି ରାସ୍ତା ଦେଖା ନଯିବାରୁ ୩୦ ବର୍ଷିୟ ଯୁବକ ବସ୍ ଚୋରାଇ ନେଲେ । କିନ୍ତୁ ଦୁଃଖର ବିଷୟ ଘରେ ପହଞ୍ଚିବା ପୂର୍ବରୁ ସେ ପୋଲିସ ହାତରେ ଧରାପଡ଼ିଛନ୍ତି । ଫଳରେ ଯୁବକଙ୍କ ଘରେ ପହଞ୍ଚିବା ଆଶା ଆଶାରେ ରହିଯାଇଛି । ଦିନୁପ ଶନିବାର ରାତି କୋଝିକୋଡ ବସଷ୍ଟାଣ୍ଡରୁ ଏକ ପ୍ରାଇଭେଟ୍ ବସ୍ ଚୋରି ନେଲେ । କିନ୍ତୁ ରବିବାର ସକାଳ କୁମାରକୋମ ଅଞ୍ଚଳରୁ ସେ ପୋଲିସ ହାତରେ ଧରାପଡ଼ିଛନ୍ତି ।
ପଥମଥିଟ୍ଟା ଜିଲ୍ଲାର ତିରୁୱଲା ନିବାସୀ ଦିନୁପ । ବାହାରେ କାମ କରୁଥିବା ବେଳେ ସେ ନିଜ ସ୍ତ୍ରୀ ଓ ପିଲାଙ୍କୁ ଭେଟିବାକୁ ଚାହୁଁଥିଲେ । କିନ୍ତୁ ଲକଡାଉନ୍ କାରଣରୁ ସବୁ କିଛି ବନ୍ଦ ହୋଇଗଲା । କୋଝିକୋଡରୁ ୨୭୦ କିଲୋମିଟର ଦୂର ତିରୁୱଲା ପହଞ୍ଚିବା ପାଇଁ ତାଙ୍କ ପାଖରେ ନା ଗାଡ଼ି ଥିଲା ନା ସାଧନ । ତଥାପି ସେ ଘରକୁ ଯିବାପାଇଁ ଆଶା ବାନ୍ଧିଥିଲେ । ଦିନେ ରାତିରେ ବୁଲୁ ବୁଲୁ ସେ କୁଟ୍ୱିୟାଡି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବସ୍ ଛିଡ଼ା ହୋଇଥିବା ଦେଖିଲେ । କିଛିି ଚିନ୍ତା ନକରି ଦିନୁପ ବସ୍ ଭିତରକୁ ପଶିଗଲେ, ଆଉ ବସ୍ ଧରି ଘର ଅଭିମୁଖେ ବାହାରି ଗଲେ ।
ରାତିରେ ଦୁଇଟି ସ୍ଥାନରେ ଚେକପୋଷ୍ଟରେ ଅଟକାଇଥିଲା ଥିଲା ପୋଲିସ୍ । ହେଲେ ପ୍ରବାସୀ ଶ୍ରମିକଙ୍କୁ ନେବାପାଇଁ ପଠାନାମୀତାରୁ ତିରୁୱଲା ଯାଉଥିବା କହି ପୋଲିସର ବିଶ୍ୱାସ ଜନ୍ମାଇଥିଲେ ଦିନୁପ । ଏହିପରି ଭାବେ ସେ କୋଜିକୋଡେରୁ ମାଲାପୁରମ୍, ଥ୍ରିସୁର, ଏର୍ଣ୍ଣାକୁଲମ୍ ପାର କରି କୋଟିୟାମ ଜିଲ୍ଲାରେ ପହଞ୍ଚି ଯାଇଥିଲେ । କିନ୍ତୁ କୁମାରକୋମ୍ ଅଞ୍ଚଳକୁ ପ୍ରବେଶ କରିବା ମାତ୍ରେ ସନ୍ଦେହ ହେବାକୁ ଦିନୁପକୁ ଧରି ନେଇଥିଲା ପୋଲିସ । ପଚରାଉଚରା କରିବା ପରେ ସବୁ ସତ କଥା ଜଣାପଡ଼ିଥିଲା । ଫଳରେ ଘରେ ପହଞ୍ଚି ପାରିଲେନି ଦିନୁପ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/8_1620808066.jpg)