Advertisment

ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନାକୁ କେରଳର ନା

ଥିରୁଭନନ୍ତପୁରମ: ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ସାରା ଦେଶରେ ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ କରିଛନ୍ତି। ହେଲେ ନୂଆ ଆଇନ୍‌ରେ ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ ବ୍ୟବସ୍ଥାକୁ ଏକାଧିକ ରାଜ୍ୟ ବିରୋଧ କରିଛନ୍ତି। ବିରୋଧ ସତ୍ତ୍ୱେ ପ୍ରାୟ ଅଧିକାଂଶ ରାଜ୍ୟରେ ପରିବହନ ଅଧିକାରୀମାନେ ଉଲ୍ଲଙ୍ଘନକାରୀଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି। ହେଲେ କେରଳ ସରକାର କେନ୍ଦ୍ର ଏହି ନିଷ୍ପତ୍ତିକୁ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ଆଇନ୍‌ର ତର୍ଜମା କରିବାକୁ […]

ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନାକୁ କେରଳର ନା

vechile

Advertisment

ଥିରୁଭନନ୍ତପୁରମ: ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ସାରା ଦେଶରେ ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ କରିଛନ୍ତି। ହେଲେ ନୂଆ ଆଇନ୍‌ରେ ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ ବ୍ୟବସ୍ଥାକୁ ଏକାଧିକ ରାଜ୍ୟ ବିରୋଧ କରିଛନ୍ତି। ବିରୋଧ ସତ୍ତ୍ୱେ ପ୍ରାୟ ଅଧିକାଂଶ ରାଜ୍ୟରେ ପରିବହନ ଅଧିକାରୀମାନେ ଉଲ୍ଲଙ୍ଘନକାରୀଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି।

Advertisment

ହେଲେ କେରଳ ସରକାର କେନ୍ଦ୍ର ଏହି ନିଷ୍ପତ୍ତିକୁ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ଆଇନ୍‌ର ତର୍ଜମା କରିବାକୁ କେରଳ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେରଳ ପରିବହନ ମନ୍ତ୍ରୀ କହିଛନ୍ତି, “କେନ୍ଦ୍ରମନ୍ତ୍ରୀ ନିଜେ କହିଛନ୍ତି ଯେ ନୂଆ ଟ୍ରାଫିକ୍‌ ନିୟମରେ ଏକାଧିକ ପରିବର୍ତ୍ତନ କରି ବିଜ୍ଞପ୍ତି ପ୍ରକାଶ କରିବେ। ଏଥିସହ ଜୋରିମାନା ଅର୍ଥକୁ ହ୍ରାସ କରିବା ଏବଂ ଅନ୍ୟାନ୍ୟ କ୍ଲଜକୁ କୋହଳ କରିବା ଦିଗରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦେବେ ବୋଲି ମଧ୍ୟ କହିଥିଲେ।

ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ନ ପାଇବା ଯାଏ, ଆମେ କେରଳରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିବୁ ନାହିଁ। ଏବେ ଫାଇନ ଆଦାୟ ହେଉନାହିଁ। ହେଲେ ଲୋକଙ୍କୁ ଟ୍ରାଫିକ୍‌ ନିୟମ ମାନିବାକୁ ସଚେତନ କରାଯାଉଛି। ଏକାଧିକ ରାଜ୍ୟ ନୂଆ ଜୋରିମାନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏପରି କି ଗୁଜରାଟ ସରକାର ଜୋରିମାନା ଅର୍ଥକୁ ୫୦% କମ କରିଛନ୍ତି। ତେଣୁ କେନ୍ଦ୍ର ସରକାର ନିଜେ ଆଇନ୍‌କୁ ସଂଶୋଧନ କରନ୍ତୁ କିମ୍ବା ରାଜ୍ୟମାନଙ୍କୁ ଆଇନ୍‌ ସଂଶୋଧନ କରିବାକୁ କ୍ଷମତା ଦିଅନ୍ତୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ