kerla
କେରଳ : କେରଳରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବନ୍ୟା ବୋଲି କୁହାଯାଉଛି।
ସ୍ଥିତି ଅନୁଧ୍ୟାନ ପାଇଁ ଅାଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ସେନାର ଯବାନଙ୍କ ସହ ଏନ୍ଡିଅାରଏଫ୍ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି।
୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାରେ ରେଡ୍ ଅାଲର୍ଟ ଘୋଷଣା କରାଯାଇଛି। ବନ୍ୟାରେ ରାଜ୍ୟର ପ୍ରାୟ ୮ ହଜାର ୩୧୬ କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ସଡକ, ରେଳପଥ ସହ କୋଚି ବିମାନ ବନ୍ଦର ମଧ୍ୟ ଜଳମୟ ହୋଇପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଅାସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କୋଚି ବିମାନ ବନ୍ଦରରୁ ବିମାନ ଚଳାଚଳ ବନ୍ଦ କରାଯାଇଛି।
ଏରନାକୁଲମ ଓ ଅାଲୁଭ ଭଳି ଅଂଚଳରେ ଅନେକ ଲୋକ ପାଣି ଘେରରେ ଫସି ରହିଥିବାରୁ, ସେମାନଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ୨ ଲକ୍ଷ ୨୩ ହଜାର ଲୋକଙ୍କୁ ୧୫୬୮ଟି ଅାଶ୍ରୟସ୍ଥଳୀରେ ରଖାଯାଇଛି।
ଏପଟେ କେରଳରେ ଫସିଥିବା ଓଡ଼ିଆ ଲୋକଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କଲା ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବିଭାଗ। ଟୋଲ୍ ଫ୍ରି ହେଲ୍ପ ଲାଇନ୍ ନମ୍ବର ହେଉଛି ୧୦୭୦ ଏବଂ ଦେୟଯୁକ୍ତ ହେଲ୍ପ ଲାଇନ୍ ନମ୍ବର ରହିଛି ୦୬୭୪- ୨୫୩୪୧୭୭ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଫିସ୍ରେ କାର୍ଯ୍ୟ କରୁଥିବା ଏହି ହେଲ୍ପ ଲାଇନ ନମ୍ବରରେ ଫସିଥିବା ଲୋକଙ୍କ ସଂପର୍କୀୟମାନେ ଯୋଗାଯୋଗ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kerla_1626757708.jpg)