Advertisment

କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧୭ ଯାତ୍ରୀ ମୃତ

କାନପୁର : ଉତ୍ତରପ୍ରଦେଶ କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ପାଖାପାଖି ୧୭ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ସଞ୍ଚେଡିରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଓଲଟି…

ଅଦ୍ୟତନ ହୋଇଛି
କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧୭ ଯାତ୍ରୀ ମୃତ

kanpur

Advertisment

କାନପୁର : ଉତ୍ତରପ୍ରଦେଶ କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ପାଖାପାଖି ୧୭ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ସଞ୍ଚେଡିରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବସ୍ । ସମସ୍ତ ଆହତଙ୍କୁ ହାଲେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ସିଏମଓ ନିଜେ ହାଲେଟରେ ପହଞ୍ଚି ଚିକିତ୍ସା ପାଇଁ ବ୍ୟବସ୍ଥା କରିଛନ୍ତି।

Advertisment

ମଙ୍ଗଳବାର ରାତିରେ ଶତାଦ୍ଦୀ ଟ୍ରାଭେଲ୍ସର ଏକ ବସ୍ ଯାତ୍ରୀଙ୍କୁ ନେଇ ଦ୍ରୁତ ଗତିରେ ଗନ୍ତବ୍ୟ ପଥରେ ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିବା ଲୋଡର ସହ ମୁହାଁମୁହିଁ ହୋଇଥିଲା । ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୧୭ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ି ଛିନଛତର ହୋଇଯାଇଛି । ଆହତଙ୍କୁ ଉଦ୍ଧାର କରି ହାଲେଟ୍ ହସ୍ପିଟାଲଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ଗାଡି ତଳେ ଦବି ରହିଥିଲେ, ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଛି ।  ଘଟଣାସ୍ଥଳରେ କିଛି ଅଧିକାରୀ ପହଞ୍ଚିଛନ୍ତି ଓ ଉଦ୍ଧାରେ କାର୍ଯ୍ୟ ଜାରି ରହିଛି । ମୃତଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ, ଯେଉଁମାନେ ବିସ୍କୁଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେମାନେ ସମସ୍ତେ ଲୋଡରରେ ସବାର ଥିଲେଏ ବୋଲି ଜଣାପଡ଼ିଛି ।

Advertisment

ତେବେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ମୃକଙ୍କ ପରିବାରରକୁ ୨-୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମଧ୍ୟ ମୃତଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ । ପିଏମଏଆରଏଫରୁ ମୃତକଙ୍କ ପରିବାରୁ ୨ ଲକ୍ଷ ଓ ଆହତଙ୍କୁ ୫୦,୦୦୦ ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ